ETV Bharat / sports

ISL-7: କେରଳକୁ ମାତ୍‌ ଦେଇ ବିଜୟ ଯାତ୍ରା ଜାରି ଲକ୍ଷ୍ୟରେ ନର୍ଥଇଷ୍ଟ

author img

By

Published : Nov 26, 2020, 7:06 PM IST

ଆଜି ସଂଧ୍ୟା 7ଟା 30ରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଦେଖିବାକୁ ମିଳିବ କଡାମୁକାବିଲା । ଉଭୟ ଦଳ ଆଜି ସିଜନର 2ୟ ମ୍ୟାଚ ଖେଳିବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ISL 7:  ଆଜି କେରଳକୁ ମାତ୍‌ ଦେଇ ବିଜୟ ଯାତ୍ରା ଜାରି ରଖିବାକୁ ଚାହିଁବ ନର୍ଥଇଷ୍ଟ

ପାଣାଜି: ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି ଓ କେରଳ ବ୍ଲାଷ୍ଟର୍ସ ଆଜି ଗୋଆର ଜିଏମସି ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଚଳିତ ସପ୍ତମ ସଂସ୍କରଣରେ ଉଭୟ ଦଳ ଆଜି 2ୟ ମ୍ୟାଚ ଖେଳିବେ । ନର୍ଥଇଷ୍ଟ ୟୁନାଇଟେଡ୍‌ ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟିକୁ ପରାସ୍ତ କରିଥିବା ବେଳେ କେରଳ ବ୍ଲାଷ୍ଟର୍ସକୁ ପ୍ରଥମ ମ୍ୟାଚରେ ଏଟିକେ ଦଳ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

ଫଳରେ ପଏଣ୍ଟ ଟେବୁଲରେ ନର୍ଥଇଷ୍ଟ ୟୁନାଇଟେଡ୍‌ 3ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବାବେଳେ କେରଳ ବ୍ଲାଷ୍ଟର୍ସ ଏଫସି 10ମ ସ୍ଥାନରେ ରହିଛି । ତେବେ ଆଜି ନର୍ଥଇଷ୍ଟ ଦଳ ଚାହିଁବ କେରଳକୁ ପରାସ୍ତ କରି ବିଜୟଧାରା ରଖିବାକୁ । ସେହିପରି କେରଳ ଦଳ ବି ଚାହିଁବ ବିପକ୍ଷ ଦଳ ନର୍ଥଇଷ୍ଟକୁ ପରାସ୍ତ କରି ପ୍ରଥମ ବିଜୟ ହାସଲ କରିବାକୁ ।

ଗତ ସିଜନରେ କେରଳ ବ୍ଲାଷ୍ଟର୍ସ- ନର୍ଥଇଷ୍ଟ ୟୁନାଇଟେଡ୍‌ ମଧ୍ୟରେ ହୋଇଥିବା ମ୍ୟାଚରେ 4ଟିରେ ବିଜୟ ହାସଲ କରିଥିଲା ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି । ତଥାପି ନର୍ଥଇଷ୍ଟର କୋଚ ନୁସଙ୍କ ମତରେ କେରଳ ବିପକ୍ଷରେ କଡାମୁକାବିଲା ଦେଖିବାକୁ ମିଳିବ ।

ସେହିପରି କେରଳ କୋଚ କିବୁ ବିକୁନା ଜାଣିଛନ୍ତି ତାଙ୍କର ପ୍ରତିଦ୍ବନ୍ଦୀ ଦଳ ବେଶ୍‌ ମଜବୁତ ରହିଛି । ଏଥିଲାଗି କୌଣସି ତ୍ରୁଟି କରିବାକୁ ସେ ଚାହିଁବେ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.