ETV Bharat / sports

ମହିଳା ଏସିଆନ କପ 2022: ଭାରତକୁ ମିଳିପାରେ ଆୟୋଜକ ମାନ୍ୟତା

ଭାରତକୁ ମିଳିପାରେ AFC ମହିଳା ଏସିଆନ କପ 2022 ଟୁର୍ଣ୍ଣାମେଣ୍ଟର ଆୟୋଜକ ମାନ୍ୟତା । ଆୟୋଜକ ମାନ୍ୟତା ରେସରେ ଭାରତ ସହ ଚାଇନିଜ ତାଇପେଇ ଓ ଉଜବେକିସ୍ତାନ ରହିଛନ୍ତି ।

India set to host Women's AFC Asian Cup 2022
ମହିଳା ଏସିଆନ କପ 2022: ଭାରତକୁ ମିଳିପାରେ ଆୟୋଜକ ମାନ୍ୟତା
author img

By

Published : Jun 4, 2020, 5:46 PM IST

କ୍ବାଲାଲାମପୁର (ମାଲେସିଆ): ଭାରତକୁ ମିଳିପାରେ AFC ମହିଳା ଏସିଆନ କପ 2022 ଟୁର୍ଣ୍ଣାମେଣ୍ଟର ଆୟୋଜନ କ୍ଷମତା । ଏହି ମେଗା ଟୁର୍ଣ୍ଣାମେଣ୍ଟ ଡିସେମ୍ବର 2022ରୁ ଆରମ୍ଭ ହୋଇ ଜାନୁଆରୀ 2023ରେ ଶେଷ ହେବା ନେଇ ସୂଚୀ ରହିଛି । ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଅହମ୍ମଦାବାଦ ଓ ନବି ମୁମ୍ବାଇ ଏଯାବତ ଦୁଇଟି ଭେନ୍ୟୁ ପ୍ରସ୍ତୁତ ହୋଇଛି ।

ତେବେ ଭାରତକୁ ଆୟୋଜକ ମାନ୍ୟତା ମିଳିବା ନେଇ ଖୁବଶ୍ରୀଘ୍ର ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ରହିଛି । ଆୟୋଜକ ମାନ୍ୟତା ରେସ୍ ରେ ଭାରତ ସହ ଚାଇନିଜ ତାଇପେଇ ଓ ଉଜବେକିସ୍ତାନ ରହିଛନ୍ତି ।

ତେବେ ଆୟୋଜକ ମାନ୍ୟତା ମିଳିଲେ ଏହି ପ୍ରିମିୟର ଟୁର୍ଣ୍ଣାମେଣ୍ଟର ଆୟୋଜନ 1980 ପରେ ଦ୍ବିତୀୟ ଥର ଭାରତରେ ହେବ । 1980 ଓ 1983ରେ ଦୁଇଥର ଏହି ଟୁର୍ଣାମେଣ୍ଟରେ ରନର୍ସଅପ ରହିଛି ଭାରତ । ଏଥିସହିତ 1981ର ବ୍ରୋଞ୍ଜ ମେଡାଲ ବିଜେତା ମଧ୍ୟ ରହିଛି । ବର୍ଷ 2017ରେ ଭାରତ 17 ବର୍ଷରୁ କମ ପୁରୁଷ FIFA ବିଶ୍ବକପ ସଫଳତାର ସହ ଆୟୋଜନ କରିଛି । 2021 ଫେବୃଆରୀରେ 17 ବର୍ଷରୁ କମ ମହିଳା FIFA ବିଶ୍ବକପର ଆୟୋଜକ ମଧ୍ୟ ରହିଛି ଭାରତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.