ETV Bharat / sports

ହିରୋ ସୁପର କପ: ବଳବନ୍ତଙ୍କ ହ୍ୟାଟ୍ରିକ, ସେମିରେ ATK - atk

ଦିଲ୍ଲୀକୁ ହରାଇ ଚଳିତ ହିରୋ ସୁପର କପର ସେମିଫାଇନାଲରେ 2ୟ ଦଳ ଭାବେ ପ୍ରବେଶ କରିଛି ATK ।

ଫଟୋ ସୌଜନ୍ୟ- ପ୍ରତିନିଧି ଭୁନେଶ୍ବର
author img

By

Published : Apr 5, 2019, 11:57 PM IST

ଭୁବନେଶ୍ବର: ଦିଲ୍ଲୀକୁ ହରାଇ ଚଳିତ ହିରୋ ସୁପର କପର ସେମିଫାଇନାଲରେ 2ୟ ଦଳ ଭାବେ ପ୍ରବେଶ କରିଛି ATK । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଛି ଏହି ହାଇ ଭୋଲ୍ଟେଜ ମ୍ୟାଚ। ଅନ୍ୟପଟେ ATK ପକ୍ଷରୁ ଫରୱାର୍ଡ ବଲବନ୍ତ ସିଂ ହ୍ୟାଟ୍ରିକ ଗୋଲ କରିବା ସହ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି ଭୁନେଶ୍ବର

ତେବେ ଦମଦାର ଖେଳ ପ୍ରଦର୍ଶନ କରିବା ସହିତ ATK ଦଳର ଖେଳାଳିମାନେ ପ୍ରତିପକ୍ଷ ଉପରେ ଘନ ଘନ ଚାପ ସୃଷ୍ଟି କରିଥିଲେ। ମ୍ୟାଚର ପ୍ରଥମ 15 ମିନିଟରେ ଦିଲ୍ଲୀର ଖେଳାଳି ମ. ସାଜିଦ ଧୂତ ମ୍ୟାଚର ପ୍ରଥମ ଗୋଲ କରିଥିଲେ। କିନ୍ତୁ ପରବର୍ତ୍ତୀ 20 ମିନିଟରେ ପ୍ରତିପକ୍ଷ ଏଟିକେର ଆକ୍ରମଣାତ୍ମକ ପ୍ରଦର୍ଶନ ଦର୍ଶକଙ୍କୁ ଚମକାଇ ଦେଇଥିଲା। ଏହି ସମୟ ମଧ୍ୟରେ ଏଟିକେ 3ଟି ଗୋଲ ସ୍କୋର କରିବାରେ ସକ୍ଷମ ହୋଇଥିଲେ । ତେବେ ଦିଲ୍ଲୀ ଆଉ ଏକ ଗୋଲ ଦେଇଥିଲେ ସୁଦ୍ଧା 3-2ରେ ପଛୁଆ ରହିଯାଇଥିଲା । ପରବର୍ତ୍ତୀ 10 ମିନିଟରେ ସ୍କୋର କାର୍ଡରେ କୌଣସି ପରିବର୍ତ୍ତନ ହୋଇ ନଥିଲା ।

ତେବେ ମ୍ୟାଚର 51ତମ ମିନିଟରେ ଏଟିକେ ପକ୍ଷରୁ ବଲବନ୍ତ ସିଂ ଆଉ ଏକ ଗୋଲ ସ୍କୋର କରିବା ସହିତ ହ୍ୟାଟ୍ରିକ ମାରିବାରେ ପ୍ରତିଯୋଗୀତାର ଦ୍ଵିତୀୟ ଖେଳାଳି ହୋଇଥିଲେ । ଏହା ପୂର୍ବରୁ ସେ 23 ଓ 33 ମିନିଟରେ ଅନ୍ୟ 2ଟି ଗୋଲ ଦେଇଥିଲେ। ସେହିପରି ଦଳର କ୍ୟାପ୍ଟେନ ମାନୁଏଲ 27ତମ ମିନିଟରେ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ସ୍କୋରକୁ ପଶ୍ଚାତଧାବନ କରିବା ସହିତ ଦିଲ୍ଲୀ 72 ମିନିଟରେ ଆଉ ଏକ ଗୋଲ କରିବାରେ ସକ୍ଷମ ହୋଇଥିଲା ମାତ୍ର ବିଜୟ ଦ୍ବାରରୁ ଦୂରରେ ରହିଯାଇଥିଲା ।

ଏହି ଅବସରରେ ଏଟିକେର ବଲବନ୍ତ ସିଂଙ୍କୁ ହିରୋ ଅଫ ଦ ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.