ETV Bharat / sports

ହିରୋ ସୁପର କପ: ପ୍ରଥମ କ୍ବାଟରରେ ମୁହାଁମୁହିଁ ହେବେ ଦୁଇ ଚାମ୍ପିଅନ - chenni city

ଗୁରୁବାର ଖେଳାଯିବ ହିରୋ ସୁପର କପର କ୍ବାର୍ଟର ଫାଇନାଲର ପ୍ରଥମ ମ୍ୟାଚ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Apr 3, 2019, 10:13 PM IST

ଭୁବନେଶ୍ବର: ଗୁରୁବାର (ଆସନ୍ତାକାଲି) ଖେଳାଯିବ ହିରୋ ସୁପର କପର କ୍ବାର୍ଟର ଫାଇନାଲର ପ୍ରଥମ ମ୍ୟାଚ। ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ଚାମ୍ପିଅନ ଟିମଚେନ୍ନାଇ ସିଟି ଓ ବେଙ୍ଗାଲୁରୁ ଏଫସି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ସୂଚନାଯୋଗ୍ୟ କି, ଆଇ ଲିଗ କ୍ଲବ ଓ ଆଇଏସଏଲ କ୍ଲବ ମଧ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ସଦ୍ୟସମାପ୍ତ ଆଇଏସଏଲ ସିଜିନର ଚମ୍ପିଆନ ହୋଇଛି ଚେନ୍ନାଇ ସିଟି। ସେହିପରି ଆଇ-ଲିଗ ପ୍ରତିଯୋଗୀତାରେ ବେଙ୍ଗାଲୁରୁ ଏଫସି ମଧ୍ୟ ଚଳିତ ସିଜିନର ଚମ୍ପିଆନ ଆଖ୍ୟା ହାସଲ କରିସାରିଛି। ତେବେ ଗୁରୁବାରଆରମ୍ଭ ହେବାକୁ ଥିବା ହିରୋ ସୁପର କପର ପ୍ରଥମ କ୍ବାର୍ଟର ଫାଇନଲ ମ୍ୟାଚରେଦୁଇ ଟିମ ପରସ୍ପରକୁ ଭେଟିବେ ।

ଆଜି ମ୍ୟାଚ ପୂର୍ବସାମ୍ବାଦିକ ସମ୍ମିଳନୀରେ ଦୁଇ ଦଳର କୋଚ ଓ ଖେଳାଳି ବେଶ ଉତ୍ସାହିତ ଥିବା କହିଛନ୍ତି । ବେଙ୍ଗାଲୁରୁର କୋଚ କାର୍ଲେସ କହିଛନ୍ତି କି, ଗୋଟିଏ ସିଜିନରେ ଦୁଇଟି ଚମ୍ପିଆନ ହେବାର ସୁଯୋଗ ଆମ ପାଖରେ ଅଛି । ଯାହାକୁ ହାସଲ କରିବାକୁ ଆମର ଖେଳାଳିମାନେ ବେଶ ଅଗ୍ରହର ସହିତ ଅପେକ୍ଷା କରିଥିବା କହିଛନ୍ତି । ସେହିପରି ଚେନ୍ନାଇ ସିଟିର କୋଚ ଆକବର ନୱାଜ ତାଙ୍କ ଟିମ ଏହି ମ୍ୟାଚକୁ ଅନ୍ୟ ମ୍ୟାଚ ଭଳି ନେବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.