ETV Bharat / sports

ଖୁବଶୀଘ୍ର ବାର୍ସେଲୋନା ଛାଡିପାରନ୍ତି ଫୁଟବଲ ଷ୍ଟାର ଲିଓନେଲ ମେସି

author img

By

Published : Aug 17, 2020, 10:02 PM IST

ଚମ୍ପିଆନ୍ସ ଲିଗର ଏକ ମ୍ୟାଚରେ ବାର୍ସେଲୋନାକୁ ବେୟର୍ନ ମୁନିଚ ଠାରୁ 8-2ରେ ଲଜ୍ଜା ଜନକ ପରାଜୟ ମିଳିଥିଲା । ଏଥିସହିତ କ୍ବାର୍ଟର ଫଇନାଲରୁ ବିଦାୟ ନେବାକୁ ପଡିଥିଲା ।

Frustration grows, Lionel Messi likely to leave Barcelona
ଖୁବଶୀଘ୍ର ବାର୍ସେଲୋନା ଛାଡିପାରନ୍ତି ଫୁଟବଲ ଷ୍ଟାର ଲିଓନେଲ ମେସି

ହାଇଦ୍ରାବାଦ: ଖୁବ ଶୀଘ୍ର ବାର୍ସେଲୋନା କ୍ଳବ ଛାଡିପାରନ୍ତି ବିଶ୍ବ ଫୁଟବଲର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଲିଓନେଲ ମେସି । ବାର୍ସେଲୋନା କ୍ଳବ ମ୍ୟାନେଜମେଣ୍ଟକୁ କ୍ଳବ ଛାଡିବା ନେଇ ମେସି କହିଥିବା ସୂଚନା ମିଳିଛି । ଚମ୍ପିଆନ୍ସ ଲିଗର ଏକ ମ୍ୟାଚରେ ବାର୍ସେଲୋନାକୁ ବେୟର୍ନ ମୁନିଚ ଠାରୁ 8-2ରେ ଲଜ୍ଜା ଜନକ ପରାଜୟ ମିଳିଥିଲା । ଏଥିସହିତ କ୍ବାର୍ଟର ଫଇନାଲରୁ ବିଦାୟ ନେବାକୁ ପଡିଥିଲା ।

ଫଳରେ ଏହି ପରାଜୟ ପାଇଁ କ୍ଳବର ରଣନୀତିକୁ ଦାୟୀ କରାଯାଉଛି । ଲା ଲିଗା ଟୁର୍ଣ୍ଣାମେଣ୍ଟରେ ମଧ୍ୟ ରିୟଲ ମାଦ୍ରିଦ ବାର୍ସେଲୋନାକୁ ମାତ ଦେଇ ଲା ଲିଗା ଟାଇଟେଲ ହାତେଇଥିଲା । ବିଶେଷ ପ୍ରଭାବ ପ୍ରଦର୍ଶନ ନଥିବାରୁ କ୍ଳବରେ କୋଣଠେସା ଅନୁଭବ କରାଯାଇଥିବା ମେସି ଅନୁଭବ କରିଛନ୍ତି ।

ୟୁରୋପ ଗଣମାଧ୍ୟମରେ ପ୍ରକାଶିତ ଏକାଧିକ ରିପୋର୍ଟ ଅନୁୟାୟୀ, ମେସିଙ୍କୁ କ୍ଳବରେ ସାମିଲ କରିବାପାଇଁ ମାଞ୍ଚେଷ୍ଟର ସିଟି ରେସ୍ ରେ ଆଗରେ ରହିଛି ।

କ୍ଳବର ମ୍ୟାଚ ରଣନୀତି ନେଇ ବାର୍ସେଲୋନା କ୍ଳବ ସଭାପତି ଜୋସେପ ମାରିଆ ବାର୍ଟାମେୟୁଙ୍କ ସହ ମେସି ମୁହାଁମୁହିଁ ହୋଇଛନ୍ତି । ଏହି କାରଣ ପାଇଁ ମେସି ବାର୍ସେଲୋନା ଖୁବଶୀଘ୍ର ଛାଡିବା ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.