କଟକ: ଆରପାରିରେ ପୂର୍ବତନ ଫୁଟବଲର ବିଷ୍ଣୁ ଚରଣ ବୋଷ । 67 ବର୍ଷରେ ଶୁକ୍ରବାର ତାଙ୍କର ପରଲୋକ ଘଟିଛି । କଟକ ବାଲୁବଜାର ସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ନିଜ କ୍ୟାରିଅରରେ ଭେଟେରାନ ଫୁଟବଲ ଖେଳାଳି ଅନେକ ମ୍ୟାଚ୍ରେ ଓଡିଶାକୁ ବିଜୟର ସ୍ବାଦ ଚଖାଇଛନ୍ତି । ଏହାସହ ସନ୍ତୋଷ ଟ୍ରଫିରେ ମଧ୍ୟ ନିଜର ପାରଦର୍ଶିତା ଦେଖାଇଛନ୍ତି ।
ମାତ୍ର ତାଙ୍କର ବିୟୋଗରେ ମ୍ରିୟମାଣ ହୋଇପଡିଛି କ୍ରୀଡା ଜଗତ। ଖେଳରୁ ଅବସର ନେବା ପରେ ସେ ରେଲୱେରେ କାର୍ଯ୍ୟରତ ଥିଲେ । ତାଙ୍କର ବିୟୋଗରେ ଓଡିଶା ଫୁଟବଲ ସଂଘ ଶୋକ ପ୍ରକାଶ କରିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ