ETV Bharat / sports

ପରଲୋକରେ ଭାରତର ପୂର୍ବତନ ଫୁଟବଲ ଗୋଲକିପର ଏସଏସ ବାବୁ ନାରାୟଣ

author img

By

Published : Aug 6, 2021, 8:38 AM IST

ପରଲୋକରେ ଭାରତର ପୂର୍ବତନ ଫୁଟବଲ ଗୋଲକିପର ଏସଏସ ବାବୁ ନାରାୟଣ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ଅଧିକ ପଢନ୍ତୁ...

ପରଲୋକରେ ଭାରତର ପୂର୍ବତନ ଫୁଟବଲ ଗୋଲକିପର ଏସଏସ ବାବୁ ନାରାୟଣ
ପରଲୋକରେ ଭାରତର ପୂର୍ବତନ ଫୁଟବଲ ଗୋଲକିପର ଏସଏସ ବାବୁ ନାରାୟଣ

ମୁମ୍ବାଇ: କ୍ରୀଡାଜଗତ ପାଇଁ ଦୁଃଖ ଖବର । ପରଲୋକରେ ଭାରତର ପୂର୍ବତନ ଫୁଟବଲ ଗୋଲକିପର ଏସଏସ ବାବୁ ନାରାୟଣ । ୧୯୫୬ ଓ ୧୯୬୦ ଅଲମ୍ପିକ୍ସରେ ଦଳ ପାଇଁ ଖେଳିଥିଲେ ନାରାୟଣ । ୮୬ ବର୍ଷ ବୟସରେ ଆଜି ଥାନେରେ ତାଙ୍କର ଦେହାନ୍ତ ହୋଇଛି ।

ଡିସେମ୍ବର 4, 1956ରେ ମେଲବୋର୍ଣ୍ଣ ଅଲିମ୍ପିକ୍ସରେ ନାରାୟଣ ୟୁଗୋସ୍ଲାଭିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ୯ଟି ମ୍ୟାଚରେ ଦେଶ ପାଇଁ ପ୍ରତିନିଧିତ୍ବ କରିଥିଲେ । ଦୁଇଟି ଅଲିମ୍ପିକ୍ସ 1956 (ମେଲବୋର୍ଣ୍ଣ) ଏବଂ 1960 (ରୋମ)ରେ ଅଂଶ ଗ୍ରହଣ କରିଥିଲେ ।

ନାରାୟଣ ଗୋଲକିପର ଥିବା ସମୟରେ ଭାରତ ଦଳ 1964 ଏଫସି ଏସିଆନ୍ କପ୍‌ରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା । 1958 ଏସିଆନ୍ ଗେମ୍ସରେ ଭାରତ ଚତୁର୍ଥ ସ୍ଥାନରେ ରହିଥିଲା । 1956ରେ ସନ୍ତୋଷ ଟ୍ରଫି ପାଇଁ ବମ୍ବେରୁ ପ୍ରତିନିଧିତ୍ବ କରିଥିଲେ ।

ତାଙ୍କ ବିୟୋଗରେ AIFF ସଭାପତି ପ୍ରଫୁଲ୍ଲ ପଟେଲ ଶୋକ ପ୍ରକାଶ କରିଛନ୍ତି । ଭାରତୀୟ ଫୁଟବଲରେ ତାଙ୍କର ଅବଦାନ କଦାପି ଭୁଲିପାରିବ ନାହିଁ ବୋଲି କହିଛନ୍ତି AIFF ସଭାପତି । ନାରାୟଣଙ୍କ ଦେହାନ୍ତରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ପକ୍ଷରୁ ଗଭୀର ପ୍ରକାଶ କରାଯାଇଛି । AIFF ତାର ୱେବସାଇଟରେ ନାରାୟଣଙ୍କ ମୃତ୍ୟୁ ଖବର ବିଷୟରେ ଲେଖି ତାଙ୍କ ପରିବାରକୁ ସମବେଦନା ଜଣାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.