ETV Bharat / sports

‘ଫ୍ୟାନ୍ସଙ୍କ ସହ ଫେରିବ ଫୁଟବଲ’ - ଆଲେକଜାଣ୍ଡର ସେଫେରି

ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବି ଫୁଟବଲ ବଦଳି ନଥିଲା, ଆଉ ଏହା ଗୋଟିଏ ଭାଇରସ ପାଇଁ ବି ବଦଳିବନି ବୋଲି କହିଛନ୍ତି ୟୁଇଏଫଏର ଅଧ୍ୟକ୍ଷ ଆଲେକଜାଣ୍ଡର ସେଫେରିନ । ଅଧିକ ପଢ଼ନ୍ତୁ...

Football with fans will be back soon,  UEFA chief, ଫ୍ୟାନ୍ସଙ୍କ ସହ ଫେରିବ ଫୁଟବଲ, Union of European Football Associations, Euro 2020, ଆଲେକଜାଣ୍ଡର ସେଫେରି, UEFA president Aleksander Ceferin
‘ଫ୍ୟାନ୍ସଙ୍କ ସହ ଫେରିବ ଫୁଟବଲ’
author img

By

Published : May 20, 2020, 7:46 PM IST

ଲଣ୍ଡନ: କୋରୋନା ମହାମାରୀର ଭୟାବହତା ଜାରି ରହିଥିବା ବେଳେ ପୂର୍ବଭଳି ଫ୍ୟାନ୍ସଙ୍କ ସହ ଫୁଟବଲ ଶୀଘ୍ର ଫେରିବ ବୋଲି ବିଶ୍ବାସ କରିଛନ୍ତି ୟୁଇଏଫଏ (Union of European Football Associations)ର ଅଧ୍ୟକ୍ଷ ଆଲେକଜାଣ୍ଡର ସେଫେରିନ।

ଘରୋଇ ତଥା କଣ୍ଟିନେଣ୍ଟାଲ କ୍ଲବ ପ୍ରତିଯୋଗିତା ଗୁଡିକ ମାର୍ଚ୍ଚ ମାସ ମଧ୍ୟ ଭାଗରୁ କୋଭିଡ-19 କାରଣରୁ ବନ୍ଦ କରିଦିଆଯିବା ସହ ୟୁରୋ 2020(Euro 2020) କୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି ।

ତେବେ ବନ୍ଦ ଦ୍ବାରେ ସଫଳତାର ସହ ଆରମ୍ଭ ହୋଇଥି ବୁନ୍ଦେସଲିଗା (Bundesliga) ଟୁର୍ଣ୍ଣାମେଣ୍ଟ ଏବଂ ଅନ୍ୟାନ୍ୟ ଲିଗ ଗୁଡିକ ମଧ୍ୟ ଆରମ୍ଭ ପାଇଁ ପ୍ରସ୍ତୁତି କରୁଥିବା ବେଳେ ପରିସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ଦୃଢ଼ ବିଶ୍ବାସ କରିଛନ୍ତି ସେଫେରିନ।

ସେଫେରିନଙ୍କୁ 2021ରେ ୟୁରୋ 2020 ହେବା ନେଇ ମିଲିୟନ ଡଲାରର ବାଜି ଲଗାଇ ପାରିବେ କି ବୋଲି ପଚରା ଯିବାରୁ ସେ କହିଛନ୍ତି, ‘‘ନିଶ୍ଚିତ ମୁଁ ବାଜି ଲଗାଇବି ଯେ ଏହା 2021ରେ ଅନୁଷ୍ଠିତ ହେବ, ମୁଁ ଜାଣିନି କାହିଁକି ହେବନି ।’’

‘‘ମୁଁ ଭାବୁନି ଯେ ଏହି ଭାଇରସ ସବୁଦିନ ପାଇଁ ରହିବ । ଏହା ନିଶ୍ଚୟ ବଦଳିବ ବୋଲି ମୁଁ ଭାବୁଛି ।’’

ସେଫେରିନ କହିଛନ୍ତି ଯେ ଫୁଟବଲ କର୍ତ୍ତୃପକ୍ଷଙ୍କ ପରାମର୍ଶ ନିଶ୍ଚୟ ମାନିବ କିନ୍ତୁ ସ୍ବଭାବିକ ପରିସ୍ଥିତି ଶୀଘ୍ର ଫେରିବ ବୋଲି ସେ ଆଶାବାଦୀ ଅଛନ୍ତି ।

‘‘ମୁଁ ନିଶ୍ଚିତ ଯେ ଫ୍ୟାନ୍ସଙ୍କ ସହ ସେଇ ପୁରୁଣା ଫୁଟବଲ ଦିନ ଯଥାଶୀଘ୍ର ପୁଣି ଫେରିବ ।’’

ଏହାସହ ସେ କୋରୋନା ପରେ ବି ଫୁଟବଲ ବଦଳିବ ନାହିଁ ବୋଲି କହିଛନ୍ତି ।

‘‘ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ବି ଫୁଟବଲ ବଦଳି ନଥିଲା, ପ୍ରଥମ ବିଶ୍ବଯୁଦ୍ଧ ପରେ ବି, ଆଉ ଏହା ଗୋଟିଏ ଭାଇରସ ପାଇଁ ବି ବଦଳିବନି,’’ ବୋଲି ସେଫେରିନ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.