ETV Bharat / sports

ଘରୋଇ ହିଂସା ପୀଡିତାଙ୍କ ପାଇଁ FIFA-WHOର ସେଫ ହୋମ କ୍ୟାମ୍ପେନ - safeehome campaign

ଘରୋଇ ହିଂସା ପୀଡିତାଙ୍କ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଓ ଫୁଟବଲର ସର୍ବୋଚ୍ଚ ପରିଚାଳନା କମିଟି(FIFA) ପକ୍ଷରୁ ନିଆରା କାର୍ଯ୍ୟକ୍ରମ । ଉଭୟଙ୍କ ମିଳିତ ସହଯୋଗରେ ସେଫ ହୋମ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।

FIFA, WHO launch #safeehome campaign to help domestic vionce victim amid  lockdown
ବଢୁଛି ଘରୋଇ ହିଂସା: ପୀଡିତାଙ୍କ ପାଇଁ FIFA-WHOର ସେଫ ହୋମ କ୍ୟାମ୍ପେନ
author img

By

Published : May 28, 2020, 2:25 PM IST

ଜୁରିଚ: ଘରୋଇ ହିଂସା ପୀଡିତାଙ୍କ ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ଓ ଫୁଟବଲର ସର୍ବୋଚ୍ଚ ପରିଚାଳନା କମିଟି(FIFA) ପକ୍ଷରୁ ନିଆରା କାର୍ଯ୍ୟକ୍ରମ । ଉଭୟଙ୍କ ମିଳିତ ସହଯୋଗରେ ସେଫ ହୋମ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।

ଘରୋଇ ହିସାଂର ଶୀକାର ହୋଇଥିବା ମହିଳା କିମ୍ବା ଶିଶୁଙ୍କୁ ସହଯୋଗର ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ସମସ୍ତଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଉଛି । ତେବେ ବିଶ୍ବର ଅନେକ ସ୍ଥାନରେ ମହିଳା ଓ ଶିଶୁ ଘରୋଇ ହିଂସାର ଶିକାର ହେଉଥିବା ଖବର ସାମ୍ନାକୁ ଆସୁଛି । ମହିଳାଙ୍କ ହତ୍ୟା ମାମଲାରେ 38 ପ୍ରତିଶତ ନିଜ ସଂପର୍କୀୟଙ୍କ ସଂପୃକ୍ତି ଥିବା ରିପୋର୍ଟ ପ୍ରକାଶ ପାଇଛି । ଦୁଇ ବର୍ଷରୁ 17 ବର୍ଷ ମଧ୍ୟରେ ବିଶ୍ବରେ 1 ବିଲିୟନ ଶିଶୁ ଶାରୀରିକ ନିର୍ଯ୍ୟାତନା କିମ୍ବା ଯୌନ ଶୋଷଣର ଶିକାର ହେଉଥିବା ମଧ୍ୟ ରିପୋର୍ଟରୁ ଜଣାପଡିଛି ।

ସେଥିପାଇଁ ଏନେଇ ଏକ ଭିଡିଓ ସଚେତନତା କାର୍ଯ୍ୟକ୍ରମର ପରିକଳ୍ପନା WHO-FIFA ପକ୍ଷରୁ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ବିଶ୍ବର ପୂର୍ବତନ ଓ ବର୍ତ୍ତମାନର 15 ଫୁଟବଲ ଖେଳାଳି ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗନେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.