ETV Bharat / sports

ଅଣ୍ଡର-17 ଭାରତୀୟ ମହିଳା ଫୁଟବଲ୍‌ ଟିମ୍‌ର ନୂଆ କୋଚ ହେଲେ ଥୋମାସ - Thomas Dennerby latest news

ଅଣ୍ଡର-17 ଭାରତୀୟ ମହିଳା ଫୁଟବଲ୍‌ ଦଳର  ନୂତନ କୋଚ୍‌ ହେଲେ ଥୋମାସ ଡନର୍ବି । ଏନେଇ ସେ ବହୁତ ଉତ୍ସୁକ ଅଛନ୍ତି ।

football
author img

By

Published : Nov 11, 2019, 4:49 PM IST

ନୂଆଦିଲ୍ଲୀ: ଅଣ୍ଡର-17 ଭାରତୀୟ ମହିଳା ଫୁଟବଲ୍‌ ଦଳର ନୂତନ କୋଚ୍‌ ଭାବେ ନିଯୁକ୍ତ ହେଲେ 60ବର୍ଷୀୟ ସ୍ବିଡେନର ଥୋମାସ ଡନର୍ବି । ଭାରତୀୟ ଫୁଟବଲ ସଂଘ (ଏଆଇଏଫଏଫ) ଆଗାମୀ ବିଶ୍ବକପକୁ ନଜର ରଖି ନୂତନ କୋଚର ନିଯୁକ୍ତ ଦିଆଯାଇଛି । ଏହା ପୂର୍ବରୁ କୋଚ ଥୋମାସ ନାଇଜେରିଆ ମହିଳା ଦଳର କୋଚ୍‌ ରହିଥିଲେ । ତାଙ୍କର ପ୍ରଶିକ୍ଷଣରେ ସ୍ବିଡେନ ମହିଳା ଫୁଟବଲ ଟିମ ଫିଫା ବିଶ୍ବକପରେ 3ୟ ସ୍ଥାନ ଅଧିକାର କରିଥିଲା ।

football
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@IndianFootball

ତେବେ ଭାରତୀୟ ଟିମର ପ୍ରଶିକ୍ଷକ ଭାବେ ଦାୟିତ୍ବ ଗ୍ରହଣ କରିଥିବାରୁ ସେ ଏଆଇଏଫଏଫକୁ ଧନ୍ୟବାଦ ଜଣାଇଛନ୍ତି । ଥୋମାସ କହିଛନ୍ତି ଯେ, ଅଣ୍ଡର-17 ମହିଳା ଫିଫା ବିଶ୍ବକପର ଆୟୋଜକ ଭାରତୀୟ ଦଳକୁ କୋଚିଂ ଦେବା ମୋ ପାଇଁ ଚ୍ୟାଲେଞ୍ଜିଙ୍ଗ କାମ । ମୋ ପାଖରେ ଆଉ 12ମାସ ଅଛି ଦଳକୁ ପ୍ରସ୍ତୁତ କରିବା ପାଇଁ । ମୁଁ ଅଲମ୍ପିକ, ବିଶ୍ବକପ ଓ ୟୁରୋପିଆନ ଚମ୍ପିଅନସିପ୍‌ର ଦଳଙ୍କୁ କୋଚିଂ ଦେଇଛି । ସେହି ଅନୁଭବ ଏବେ କାମରେ ଆସିବ । ମହାସଂଘରେ ସମସ୍ତଙ୍କ ମଧ୍ୟରେ ସହଯୋଗ ଆମମାନଙ୍କୁ ସଫଳତା ଦେବ ।

Intro:Body:

TEST

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.