ETV Bharat / sports

17 ବର୍ଷରୁ କମ ଫିଫା ମହିଳା ବିଶ୍ବକପ ପାଇଁ ନୂତନ ତାରିଖ ଘୋଷଣା - 17 ବର୍ଷରୁ କମ ଫିଫା ମହିଳା ବିଶ୍ବକପ

ଆସନ୍ତା ବର୍ଷ ଫେବୃଆରୀ 17ରୁ ମାର୍ଚ୍ଚ 7 ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜିତ ହେବ 17 ବର୍ଷରୁ କମ ଫିଫା ମହିଳା ବିଶ୍ବକପ । ଟ୍ବିଟ କରି ଫିଫାର ଘୋଷଣା । ଅଧିକ ପଢ଼ନ୍ତୁ...

FIFA U-17 Women's World Cup, new dates for IFA U-17 Women's World Cup, 17 ବର୍ଷରୁ କମ ଫିଫା ମହିଳା ବିଶ୍ବକପ, ନୂତନ ତାରିଖ ଘୋଷଣା
17 ବର୍ଷରୁ କମ ଫିଫା ମହିଳା ବିଶ୍ବକପ ପାଇଁ ନୂତନ ତାରିଖ ଘୋଷଣା
author img

By

Published : May 12, 2020, 10:19 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ଯୋଗୁଁ ସ୍ଥଗିତ ହୋଇଥିବା 17 ବର୍ଷରୁ କମ ଫିଫା ମହିଳା ବିଶ୍ବକପ ଆସନ୍ତା ବର୍ଷ ଫେବୃଆରୀ 17ରୁ ମାର୍ଚ୍ଚ 7 ପର୍ଯ୍ୟନ୍ତ ଭାରତରେ ହିଁ ଆୟୋଜିତ ହେବ । ଫୁଟବଲର ସର୍ବୋଚ୍ଚ ସଂସ୍ଥା ଫିଫା, ମହାମାରୀ କାରଣରୁ ଉପୁଜି ଥିବା ସ୍ଥିତିର ସମୀକ୍ଷା କରି ମଙ୍ଗଳବାର ଏହି ନିଷ୍ପତ୍ତି ନେଇଛି ।

ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ଚଳିତ ବର୍ଷ ନଭେମ୍ବର 2 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ କୋରୋନା ପ୍ରକୋପ କାରଣରୁ ଏହାକୁ ଗତ ମାସରେ ସ୍ଥଗିତ କରା ଯାଇଥିଲା ।

ଫିଫା ଘୋଷଣା କରିଥଛି ଯେ ଟୁର୍ଣ୍ଣାମେଣ୍ଟର ପୂର୍ବନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ବଜାୟ ରହିବ । ଜାନୁଆରୀ 2003 ପରେ ଓ 31 ଡିସେମ୍ବର 2005 ବା ତା ପୂର୍ବରୁ ଜନ୍ମ ନେଇଥିବା ଖେଳାଳି ଏଥିରେ ଭାଗ ନେଇ ପାରିବେ ବୋଲି କୁହା ଯାଇଛି ।

  • The new dates for the FIFA #U17WWC to be held in India between Feb 17 to Mar 7, 2021 is announced. I assure full coperation and support to make it a grand success. https://t.co/ONtZD3oKLP

    — Kiren Rijiju (@KirenRijiju) May 12, 2020 " class="align-text-top noRightClick twitterSection" data=" ">

ଫିଫା କହିଛି ଯେ, ‘‘କୋଭିଡ-19 ମହାମାରୀର ପ୍ରଭାବ ଓ ଫିଫା ପରିସଂଘ କୋଭିଡ-19 କାର୍ଯ୍ୟ ସମୂହର ସୁପାରିସ ଆମୂଳଚୂଳ ସମୀକ୍ଷା କରିବା ପରେ ଫିଫା ପରିଷଦ ବ୍ୟୁରୋ ଟୁର୍ଣ୍ଣାମେଣ୍ଟ ପାଇଁ ନୂତନ ତାରିଖ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି ।’’

ଏହି ପ୍ରତିଯୋଗିତାରେ 16ଟି ଟିମ ଭାଗ ନେଉଥିବା ବେଳେ ଏହା ଭାରତର ପାଞ୍ଚଟି ସ୍ଥାନରେ ଖେଳାଯିବ । ସ୍ଥାନ ଗୁଡିକ ହେଲା ଅହମଦାବାଦ, ଭୁବନେଶ୍ବର, ଗୌହାଟୀ, କୋଲକାତା, ନବୀ ମୁମ୍ବାଇ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.