ETV Bharat / sports

ଫୁଟବଲ ପଡ଼ିଆ ସହ କଳିଙ୍ଗ ଷ୍ଟାଡିୟମ୍‌ର ଭିତ୍ତିଭୂମି ପରଖିଲେ କ୍ରୀଡ଼ାମନ୍ତ୍ରୀ

୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ୨୦୨୨ ଲାଗି ରାଜଧାନୀ ଭୁବନେଶ୍ବରଠାରେ ପ୍ରସ୍ତୁତ ହୋଇଥିବା ୫ଟି ପଡ଼ିଆକୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବୁଲି ଦେଖିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jul 8, 2021, 10:32 PM IST

_FIFA U-17 women WC 2022: sports minister review stadium work at Bhubaneswar
ଫୁଟବଲ ପଡ଼ିଆ ସହ କଳିଙ୍ଗ ଷ୍ଟାଡିୟମ୍‌ର ଭିତ୍ତିଭୂମି ପରଖିଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର: ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ୨୦୨୨ ଲାଗି ରାଜଧାନୀ ଭୁବନେଶ୍ବରଠାରେ ପ୍ରସ୍ତୁତ ହୋଇଥିବା ୫ଟି ପଡ଼ିଆକୁ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ବୁଲି ଦେଖିଛନ୍ତି । କ୍ରୀଡ଼ା ବିଭାଗ ବରିଷ୍ଠ ଅଧିକାରୀ, ପିଏମ୍‌ୟୁ ଟିମ୍‌ ଏବଂ ପଡ଼ିଆ ନିର୍ମାଣ ଭାର ନେଇଥିବା ସଂସ୍ଥାର ଅଧିକାରୀମାନଙ୍କ ସହ ମନ୍ତ୍ରୀ ପଡ଼ିଆର ନିର୍ମାଣଶୈଳୀ, ମାନ ତଥା ସ୍ଥାୟିତ୍ବ ବିଷୟରେ ଆଲୋଚନା କରିଛନ୍ତି ।

ନିର୍ମାଣ ହୋଇଥିବା ୫ଟି ପଡ଼ିଆ ମଧ୍ୟରେ କଳିଙ୍ଗ ଷ୍ଟାଡିୟମ୍‌ରେ ୨ଟି, ସପ୍ତମ ବାଟାଲିୟନ୍‌ରେ ୨ଟି ଏବଂ ୟୁନିଟ୍‌-୩ସ୍ଥିତ କ୍ୟାପିଟାଲ୍‌ ହାଇସ୍କୁଲରେ ଗୋଟିଏ ରହିଛି । ଏଥି ସହିତ ମନ୍ତ୍ରୀ ଆଜି(ଗୁରୁବାର) କଳିଙ୍ଗ ଷ୍ଟାଡିୟମ୍‌ର ଭିତ୍ତିଭୂମି ସଂପ୍ରସାରଣ କାର୍ଯ୍ୟର ତଦାରଖ କରିଛନ୍ତି । କଳିଙ୍ଗ ଷ୍ଟାଡିୟମ୍‌ ପରିସରରେ ଥିବା ବ୍ୟାଡ୍‌ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର, ଇଣ୍ଡୋର ଆଥଲେଟିକ୍‌ ଟ୍ରାକ୍‌, ଟେନିସ ସେଣ୍ଟର କୋର୍ଟ୍‌, ଆକ୍ୱାଟିକ୍‌ କମ୍ପ୍ଲେକ୍ସ, ହକି ହାଇ ପରଫର୍ମାନ୍ସ ସେଣ୍ଟର, ଅଫିସିଆଲ୍‌ ଓ କର୍ମଚାରୀଙ୍କ ଆବାସସ୍ଥଳୀର ସଂପ୍ରସାରଣ କାର୍ଯ୍ୟକୁ ବୁଲି ଦେଖିଛନ୍ତି ।

କାର୍ଯ୍ୟଭାର ନେଇଥିବା ସଂସ୍ଥାର କାର୍ଯ୍ୟନିର୍ବାହୀଙ୍କ ସହ କାର୍ଯ୍ୟର ମାନ ଏବଂ ସମୟ ଅବଧି ସଂପର୍କରେ ଆଲୋଚନା କରିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । ଏହି ଗସ୍ତ ସମୟରେ କ୍ରୀଡ଼ା ବିଭାଗ ଉପଶାସନ ସଚିବ ରଞ୍ଜିତ ପରିଡ଼ା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.