ଜୁରିଚ: ଫୁଟବଲ ସଦସ୍ୟ ଆସୋସିଏସନକୁ ସହାୟତା ରାଶି ପ୍ରଦାନ କରିବ ଫୁଟବଲର ସର୍ବୋଚ୍ଚ ପରିଚାଳନା କମିଟି(FIFA) । ପ୍ରାୟ 150 ମିଲିୟନ ଆମେରିକୀୟ ଡଲାର ଅର୍ଥ ରିଲିଫ ପ୍ଳାନ ଭାବେ ଫୁଟବଲ ଆସୋସିଏସନ ଗୁଡିକୁ FIFA ପକ୍ଷରୁ ପ୍ରଦାନ କରାଯିବ ।
ମହାମାରୀ କୋରୋନା ଭାଇରସ ଲକାଡାଉନ କାରଣରୁ ସମସ୍ତ କ୍ରୀ଼ଡା ଇଭେଣ୍ଟ ସହ ଫୁଟବଲ ମଧ୍ୟ ବନ୍ଦ ରହିଛି । ଫଳରେ ଅନେକ ଫୁଟବଲ ଆସୋସିଏସନ ପରିଚାଳନାରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି FIFA ସାଥି ସଦସ୍ୟ ଫୁଟବଲ ଆସୋସିଏସନ ଗୁଡିକୁ ସହାୟତା ପାଇଁ ଆଗେଇ ଆସିଛି ।
ବିଶ୍ବର ପ୍ରାୟ 211 ନ୍ୟାସନାଲ ଫୁଟବଲ ଆସୋସିଏସନକୁ ସହାୟତା ରାଶି ପ୍ରଦାନ କରିବ ବିଶ୍ବ ଫୁଟବଲର ସର୍ବୋଚ୍ଚ ପରିଚାଳନା କମିଟି ।