ଜୁରିଚ: 2023 ମହିଳା ଫୁଟବଲ ବିଶ୍ବକପ ଆୟୋଜନ ଦେଶର ନାମ ଘୋଷଣା ନେଇ ସ୍ପଷ୍ଟ କରିଛି ଫୁଟବଲର ସର୍ବୋଚ୍ଚ ପରିଚାଳନା କମିଟି(FIFA) । ଜୁନ 25ରେ ଏହି ମେଗା ଇଭେଣ୍ଟର ଆୟୋଜକ ଦେଶ ଘୋଷଣା ହେବ ।
ଜୁନ ପ୍ରଥମ ସପ୍ତାହରେ FIFAର ପରିଷଦ ବୈଠକ ଅନୁଷ୍ଠିତ ହେବାନେଇ ସୂଚୀ ରହିଥିଲା । ତେବେ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଏହା ସ୍ଥଗିତ ଘୋଷଣା ହୋଇଥିଲା ।
ମାତ୍ର ଜୁନ 25ରେ ଏହି ବୈଠକ ଅନଲାଇନ ଭିଡିଓ କନ୍ଫରେନ୍ସିଂ ଜରିଆରେ ଅନୁଷ୍ଠିତ ହେବ । ଏଥିସହିତ 2023 ମହିଳା ଫୁଟବଲ ବିଶ୍ବକପ ଆୟୋଜକ ଦେଶ ନାମ ମଧ୍ୟ ଘୋଷଣା ହେବ । ଏନେଇ FIFA ପକ୍ଷରୁ ଘୋଷଣା କରାଯାଇଛି ।