ETV Bharat / sports

FIFA ମାନ୍ୟତାର 105ତମ ସ୍ଥାନରେ ଫୁଟବଲ ଟିମ ଇଣ୍ଡିଆ - FIFA ମାନ୍ୟତା

ଗୁରୁବାର ପ୍ରକାଶିତ ସଦ୍ୟତମ ମାନ୍ୟତାରେ ଭାରତୀୟ ପୁରୁଷ ଫୁଟବଲ ଟିମ ନିଜର ପୂର୍ବ ସ୍ଥାନ 105ତମ ସ୍ଥାନରେ ସ୍ଥିର ରହିଛି । ଅଧିକ ପଢନ୍ତୁ...

FIFA rankings: India men's team retains 105th position
FIFA ମାନ୍ୟତାର 105ତମ ସ୍ଥାନରେ ଫୁଟବଲ ଟିମ ଇଣ୍ଡିଆ
author img

By

Published : May 27, 2021, 8:45 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଛି FIFA ବିଶ୍ବ ମାନ୍ୟତା । ଗୁରୁବାର ପ୍ରକାଶିତ ସଦ୍ୟତମ ମାନ୍ୟତାରେ ଭାରତୀୟ ପୁରୁଷ ଫୁଟବଲ ଟିମ ନିଜର 105ତମ ସ୍ଥାନକୁ ବଳବତ୍ତର ରଖିପାରିଛି ।

ମହିଳା ବର୍ଗରେ ଭାରତୀୟ ଟିମ ଗତ ମାସର ମାନ୍ୟତା ତୁଳନାରେ 4ଟି ସ୍ଥାନ ତଳକୁ ଖସି 57ତମ ସ୍ଥାନରେ ରହିଛି ।

ଅନ୍ତର୍ଜାତୀୟ ଫୁଟବଲ ପାଇଁ ଏହା ଏକ ନୀରବ ସମୟ । ଏହା ମଧ୍ୟ ସଦ୍ୟତମ ବିଶ୍ବ ପୁରୁଷ ଫୁଟବଲ ମାନ୍ୟତାରେ ପ୍ରତିଫଳିତ ହୋଇଛି ।

ଗତଥର ପ୍ରକାଶିତ ହୋଇଥିବା ମାନ୍ୟତା ପରେ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳାଯାଇଛି । ଉକ୍ରେନ ଓ ବାହରିନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ 1-1ରେ ଅମୀମାଂଶିତ ଭାବେ ଶେଷ ହୋଇଥିଲା । ମାନ୍ୟତାରେ ଶୀର୍ଷ 50 ସ୍ଥାନରେ ଥିବା ଦେଶ ଅପରିବର୍ତ୍ତିତ ରହିଛନ୍ତି । ବେଲଜିୟମ ଶୀର୍ଷରେ ଥିବାବେଳେ, ଫ୍ରାନ୍ସ ଓ ବ୍ରାଜିଲ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ପୁରୁଷ ବର୍ଗରେ ପରେ ଇଂଲଣ୍ଡ ଓ ପର୍ତ୍ତୁଗାଲ ରହିଛନ୍ତି ।

ମହିଳା ବର୍ଗରେ ଆମେରିକା ପ୍ରଥମ ସ୍ଥାନରେ ରହିଛି, ପରେ ଜର୍ମାନୀ, ନେଦରଲାଣ୍ଡସ, ଫ୍ରାନ୍ସ ଓ ସ୍ବିଡେନ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.