ETV Bharat / sports

ଫିଫା ମାନ୍ୟତା ତାଲିକା: ଗୋଟିଏ ସ୍ଥାନ ତଳକୁ ଖସିଲା ଭାରତ

author img

By

Published : Sep 18, 2020, 2:40 PM IST

ଫିଫାର ତାଜା ମାନ୍ୟତା ତାଲିକାର ଗୋଟିଏ ସ୍ଥାନ ତଳକୁ ଖସିଛି ଭାରତୀୟ ପୁରୁଷ ଫୁଟବଲ ଟିମ । 2019ର ଜୁଲାଇରୁ 2020ଯାଏଁ 108ସ୍ଥାନରେ ଥିଲା ଭାରତୀୟ ଦଳ ।

ଫିଫା ମାନ୍ୟତା ତାଲିକା: ଗୋଟିଏ ସ୍ଥାନ ତଳକୁ ଖସିଲା ଭାରତ
ଫିଫା ମାନ୍ୟତା ତାଲିକା: ଗୋଟିଏ ସ୍ଥାନ ତଳକୁ ଖସିଲା ଭାରତ

ହାଇଦ୍ରାବାଦ: ଫିଫାର ତାଜା ମାନ୍ୟତା ତାଲିକାର ଗୋଟିଏ ସ୍ଥାନ ତଳକୁ ଖସିଛି ଭାରତୀୟ ପୁରୁଷ ଫୁଟବଲ ଦଳ । 2019ର ଜୁଲାଇରୁ 2020ଯାଏଁ 108ସ୍ଥାନରେ ଥିଲା ଭାରତୀୟ ଦଳ । ତାଜା ମାନ୍ୟତା ତାଲିକାରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି 109 ସ୍ଥାନରେ ରହିଛି ।

ଫିଫା ମାନ୍ୟତା ତାଲିକା
ଫିଫା ମାନ୍ୟତା ତାଲିକା

ଭାରତ ତା'ର ଅନ୍ତିମ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଗତବର୍ଷ ନଭେମ୍ବରରେ ମସ୍କଟ ଠାରେ ଓମାନ ବିପକ୍ଷରେ ଖେଳିଥିଲା । ସେହି ମ୍ୟାଚରେ ଓମାନ ଠାରୁ 0-1ରେ ଭାରତ ପରାସ୍ତ ହୋଇଥିଲା ।

ଏବେ ଭାରତ ଆଗାମୀ ବର୍ଷ 31ମାର୍ଚ୍ଚକୁ ତାଜିକିସ୍ତାନ ବିପକ୍ଷରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଖେଳିବ । କିନ୍ତୁ ସେହି ମ୍ୟାଚ କେଉଁଠାରେ ଖେଳାଯିବ ତାହା ନିର୍ଦ୍ଧାରିତ ହୋଇ ନାହିଁ ।

ସୂଚନାଥାଉକି, ବେଲଜିୟମ ପ୍ରଥମ ସ୍ଥାନରେ 2ୟ ସ୍ଥାନରେ ଫ୍ରାନ୍ସ ଓ 3ୟ ସ୍ଥାନରେ ବ୍ରାଜିଲ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.