ETV Bharat / sports

EURO 2020; ଇଂଲଣ୍ଡ ସ୍ବପ୍ନ ଧୂଳିସାତ; 53 ବର୍ଷ ପରେ ଟ୍ରଫି ହାତେଇଲା ଇଟାଲୀ

1968 ପରେ ପ୍ରଥମ ଥର ପାଇଁ 53 ବର୍ଷ ପରେ ବିଜୟୀ ହୋଇଛି ଇଟାଲୀ । ପେନାଲ୍ଟି ସୁଟଆଉଟରେ 3-2ରେ ପରାସ୍ତ କରି ଟାଇଟେଲ ଜିତିଛି ଇଟାଲୀ । ଏହା ତାର ଦ୍ବିତୀୟ ବିଜୟ । ଅଧିକ ପଢନ୍ତୁ...

author img

By

Published : Jul 12, 2021, 10:35 AM IST

ଇଂଲଣ୍ଡ ସ୍ବପ୍ନ ଧୂଳିସାତ; 53 ବର୍ଷ ପରେ ଟ୍ରଫି ହାତେଇଲା ଇଟାଲୀ

ଇଂଲଣ୍ଡ: ସରିଲା ୟୁରୋ କପ 2020ର ଅନ୍ତିମ ମ୍ୟାଚ । ଇଂଲଣ୍ଡ ଟ୍ରିଫି ଜିତିବାର ସ୍ବପ୍ନକୁ ଧୂଳିସାତ କରିଛି ଇଟାଲୀ । ଐତିହାସିକ ବିଜୟ ହାସଲ କରିଛି ଇଟାଲୀ । 1968 ପରେ ପ୍ରଥମ ଥର ପାଇଁ 53 ବର୍ଷ ପରେ ବିଜୟୀ ହୋଇଛି ଇଟାଲୀ । ପେନାଲ୍ଟି ସୁଟଆଉଟରେ 3-2ରେ ଇଂଲଣ୍ଡକୁ ପରାସ୍ତ କରି ଟାଇଟଲ ଜିତିଛି ଇଟାଲୀ । ଏହା ତାର ଦ୍ବିତୀୟ ବିଜୟ ।

ଏହା ତାର ଦ୍ବିତୀୟ ବିଜୟ । ଇଟାଲୀ ତାର ପ୍ରଥମ ୟୁରୋ କପ 1968ରେ ଜିତିଥିଲା । ୟୁରୋ 2020ର ଅନ୍ତିମ ମ୍ୟାଚ ୱେମ୍ବଲି ଷ୍ଟାଡିୟମରେ ଖେଳାଯାଇଥିଲା । ମ୍ୟାଚ ଆରମ୍ଭରେ ଇଂଲଣ୍ଡ ଦମଦାର ପ୍ରଦର୍ଶନ କରିଥିଲା । ପ୍ରଥମ ଦୁଇ ମିନିଟରେ ପ୍ରତିପକ୍ଷ ଇଟାଲୀକୁ ଚକାମା ଦେଇଥିଲା । ଲୁକ ଖୋ ଗୋଲ ଦେଇ ଦଳକୁ 1-0ରେ ଆଗୁଆ କରିଥିଲେ । ଏହା ପରେ ମ୍ୟାଚ୍‌ର ୬୭ ମିନିଟରେ ଇାଟାଲୀର ଲିଓନାର୍ଡୋ ବୋନୁଚି ଗୋଲ ଦେଇ ମ୍ୟାଚକୁ ୧-୧ରେ ସମାନ ସ୍ଥିତି କରିଥିଲେ ।

ଏହା ପରେ ଉଭୟ ଦଳ ପକ୍ଷରୁ କିଛି ଗୋଲ ହୋଇନଥିଲା । ଏହାପରେ 30 ମିନିଟ ଅତିରିକ୍ତ ସମୟ ଖେଲିଥିଲେ ବି ଉଭୟ ପକ୍ଷ ପରସ୍ପରକୁ ଗୋଲ ଦେଇପାରି ନଥିଲେ । ଏହା ପରେ ପେନାଲ୍ଟି ସୁଟଆଉଟ ହେବାକୁ ନିଷ୍ପତ୍ତି ହୋଇଥିଲା । ଇଟାଲୀ ପକ୍ଷରୁ ଗିଆନଲୁଗି ଡୋନାରୁମା,ଫେଡେରିକ ଓ ଲିଓନାର୍ଡୋ ବୋନୁସି ଇଟାଲୀ ପାଇଁ ଗୋଲ୍ ସ୍କୋର କରିଥିବାବେଳେ ହ୍ୟାରି କେନ, ହ୍ୟାରି ମାଗୁଏର ଇଂଲଣ୍ଡ ପାଇଁ ଗୋଲ୍ କରିଥିଲେ ।

ପେନାଲ୍ଟି ସୁଟଆଉଟରେ 3-2ରେ ଇଂଲଣ୍ଡକୁ ପରାସ୍ତ କରିଥିଲା । ଘରୋଇ ମାଟିରେ ଇଂଲଣ୍ଡକୁ ହରାଇଛି ଇଟାଲୀ । 53 ବର୍ଷ ପରେ ଟ୍ରଫି ହାତେଇବାରେ ସଫଳ ହୋଇଛି ଇଟାଲୀ । ମ୍ୟାଚ ଜିତିବାରେ ହିରୋ ସାଜିଥିଲେ ଡୋନାରୁମା ।

ଇଟାଲୀ 1968ରେ ୟୁରୋ କପ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା । ଏହା ପରେ 2000 ଓ 2012ରେ ଫାଇନାଲରେ ପ୍ରବେଶ କରିଥିଲେ ବି ରନର୍ସ ଅଫରେ ସନ୍ତୁଷ୍ଟ ହୋଇଥିଲା । ଅନ୍ୟପଟେ ୟୁରୋ ଚମ୍ପିୟାନସିପରେ ପ୍ରଥମ ଥର ପାଇଁ ଇଂଲଣ୍ଡ ଫାଇନାଲରେ ପ୍ରବେଶ କରିଥିଲା । ମହାମାରୀ ସତ୍ତ୍ବେ 60 ହଜାର ଦର୍ଶକଙ୍କୁ ନେଇ ୟୁରୋ କପ 2020ର ଅନ୍ତିମ ମ୍ୟାଚ ଖେଳାଯାଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.