ETV Bharat / sports

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ କୋରୋନା

ଜୁଭେଣ୍ଟସ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ କୋରୋନା । ଫଳରେ ଲିଗ୍ ଅଫ୍ ନେସନ୍ସରେ ସ୍ୱିଡେନ ବିପକ୍ଷ ମ୍ୟାଚ୍‌ରେ ଖେଳୁନାହାଁନ୍ତି ଏହି ଆକ୍ରମକ ଷ୍ଟ୍ରାଇକର ।

author img

By

Published : Oct 13, 2020, 8:45 PM IST

କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ କୋରୋନା
କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ କୋରୋନା

ହାଇଦ୍ରାବାଦ: ପର୍ତ୍ତୃଗାଲର ଅଧିନାୟକ ତଥା ଜୁଭେଣ୍ଟସ୍ ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ କୋରୋନା । ତେବେ ଏନେଇ ପର୍ତ୍ତୃଗୀଜ୍‌ ଫୁଟବଲ ଫେଡେରେସନ ସୂଚନା ଦେଇଛି । ଫଳରେ ଲିଗ୍ ଅଫ୍ ନେସନ୍ସରେ ସ୍ୱିଡେନ ବିପକ୍ଷ ମ୍ୟାଚ୍‌ରେ ଖେଳୁନାହାଁନ୍ତି ଏହି ଆକ୍ରମକ ଷ୍ଟ୍ରାଇକର ।

FPF ଅନୁଯାୟୀ, ରୋନାଲ୍ଡୋ ଭଲ ଅଛନ୍ତି ଏବଂ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଉ ନାହିଁ । ସେ ହୋମ ଆଇସୋଲେସନରେ ରହିଛନ୍ତି । ସ୍ୱିଡେନ ବିପକ୍ଷ ପର୍ତ୍ତୃଗାଲ ମୁକାବିଲା ପୂର୍ବରୁ ଖେଳାଳିମାନଙ୍କର କୋଭିଡ-19 ପରୀକ୍ଷା କରାଯାଇଥିଲା ।

ଏହା ପୂର୍ବରୁ ଏହି ଜୁଭେଣ୍ଟସ୍ ଫରୱାର୍ଡ ଶେଷ ଦୁଇଟି ମ୍ୟାଚରେ ପର୍ତ୍ତୃଗାଲର ପ୍ରତିନିଧିତ୍ୱ କରିଥିଲେ । ପ୍ରଥମେ ସ୍ପେନ୍ ବିପକ୍ଷରେ ବନ୍ଧୁତ୍ୱପୂର୍ଣ୍ଣ ଏବଂ ପରେ ନେସନ୍ସ ଲିଗରେ ଫ୍ରାନ୍ସ ବିପକ୍ଷରେ ଏହି ମ୍ୟାଚ ଖେଳାଯାଇଥିଲା । ଦୁଇଟି ଯାକ ଗେମ ଗୋଲ ବିହୀନ ଡ୍ରରେ ଶେଷ ହୋଇଥିଲା ।

ପର୍ତ୍ତୃଗୀଜ୍ ଫୁଟବଲ୍ ଫେଡେରେସନ୍ ମଧ୍ୟ ନିଶ୍ଚିତ କରିଛି ଯେ 35 ବର୍ଷୀୟା ବର୍ତ୍ତମାନ ପର୍ତ୍ତୃଗାଲର ତାଲିମ ଶିବିର ଛାଡିଛନ୍ତି । ଏହା ପରେ ସେ ସେଲ୍ଫ ଆଇସୋଲେସନରେ ରହିବେ । ସେହି ସମୟ ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖାଯିବ । 5ଥରର ବଲନ୍ ଡି’ଅର୍ ବିଜେତା କ୍ରିଷ୍ଟିଆନୋ ରୋନାଲ୍ଡୋ ଜୁଭେଣ୍ଟସ୍ ପାଇଁ ପରବର୍ତ୍ତୀ ଦୁଇଟି ମ୍ୟାଚ୍ ମଧ୍ୟ ହରାଇବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.