ETV Bharat / sports

କୋରୋନାକୁ ନେଇ ରୋନାଲ୍ଡୋଙ୍କ ବଡ ପଦକ୍ଷେପ, ନିଜର ହୋଟଲକୁ କରିବେ ଡାକ୍ତରଖାନା

author img

By

Published : Mar 16, 2020, 2:34 AM IST

ବିଶ୍ବର ଲୋକପ୍ରିୟ ଫୁଟବଲର ରୋନାଲ୍ଡୋଙ୍କ ମାନବିକତା । କୋରୋନା ସଂକ୍ରମିତଙ୍କ ପାଇଁ ନିଜର ପର୍ତ୍ତୁଗାଲ ସ୍ଥିତ ମସ୍ତ ହୋଟେଲକୁ ଡାକ୍ତରଖାନାରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି । ଆଗକୁ ପଢନ୍ତୁ..

cristiano ronaldo
cristiano ronaldo

ତୁରିନ: କୋରୋନା ଭାଇରସର ସଂକ୍ରମିତଙ୍କ ପାଇଁ ବିଶ୍ବର ଲୋକପ୍ରିୟ ଫୁଟବଲର ରୋନାଲ୍ଡୋ ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ସେ ପର୍ତ୍ତୁଗଲ ସ୍ଥିତ ତାଙ୍କର ସମସ୍ତ ହୋଟେଲକୁ ଡାକ୍ତରଖାନାରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ନେଇଛନ୍ତି । ସେଠାରେ କୋରାନା ସଂକ୍ରମିତଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ ।

ସ୍ପେନର ମିଡିଆ ଅନୁସାରେ, ରୋନାଲ୍ଡୋ ଡାକ୍ତରଖାନାରେ ପିଡିତଙ୍କ ଯଥାସମ୍ଭବ ସାହାଯ୍ୟ ଯୋଗାଇଦେବେ । ଏଥିସହ ସେହି ଡାକ୍ତରଖାନାର ଡାକ୍ତର ଓ ନର୍ସଙ୍କୁ ବେତନ ରୋନାଲ୍ଡଙ୍କ ସଂସ୍ଥା ପ୍ରଦାନ କରିବ ।

ମହାନ୍‌ ଫୁଟବଲର ରୋନାଲ୍ଡୋ ନିଜର ଟ୍ବିଟରରେ ବି ଲେଖିଛନ୍ତି, ଏହି ସମୟରେ ସାରା ବିଶ୍ବ ଏକ ବଡ ସଙ୍କଟରେ ପିଡିଛି । ମୁଁ ଆଜି ଜଣେ ଫୁଟବଲ ଭାବେ ନୁହେଁ, ଏକ ପୁତ୍ର, ପିତା ଓ ମାନବ ରୂପେ କହୁଛି । ଡବ୍ଲୁଏଚଓର ପରାମର୍ଶକୁ ମାନନ୍ତୁ । ଯେଉଁମାନଙ୍କ ପ୍ରିୟଜନ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି, ସେମାନଙ୍କ ପ୍ରତି ସମବେଦନା ଜଣାଉଛି । ଯେଉଁମାନେ ସଂକ୍ରମିତ ତାଙ୍କ ସହ ମୁଁ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.