ମାଦ୍ରିଦ: ମହାମାରୀ କୋରୋନା ଭାଇରସର ପ୍ରଭାବ କମ୍ ହୋଇନାହିଁ । ମାତ୍ର ଚଳିତ ସପ୍ତାହରେ ଅଭ୍ୟାସକୁ ଫେରିବ ଫୁଟବଲ କ୍ଳବ ଲା ଲିଗା । ଏନେଇ ସ୍ପାନିସ ସରକାର ଅନୁମତି ପ୍ରଦାନ କରିଛନ୍ତି ।
ତେବେ ସରକାରଙ୍କ ପକ୍ଷରୁ ଅଭ୍ୟାସ ପାଇଁ କିଛି ସର୍ତ୍ତ ରଖାଯାଇଛି । କ୍ଳବର ଶ୍ରେଷ୍ଠ 2ଟି ଗ୍ରୁପର ଖେଳାଳି ଅଭ୍ୟାସ କରିପାରିବେ । ଅଭ୍ୟାସକୁ ଫେରିବା ପୂର୍ବରୁ ସମସ୍ତ ଖେଳାଳିଙ୍କର କୋରୋନା ଭାଇରସ ଟେଷ୍ଟ କରାଯିବ ।
ଏହି ମହାମାରୀର ପ୍ରଭାବ ସମସ୍ତଙ୍କ ଉପରେ ପଡିଛି । ତେବେ ଫୁଟବଲର ଆରମ୍ଭ ଏକ ନୂଆ ସ୍ବାଭାବିକ ଜୀବନ ଆଡକୁ ସମାଜ ଅଗ୍ରସର ହେଉଥିବାର ସଙ୍କେତ ବୋଲି କହିଛନ୍ତି ଲା ଲିଗା ସଭାପତି ଜାଭିଏର ତେବାସ ଏକ ଅଫିସିଆଲ ଘୋଷଣାନାମାରେ କହିଛନ୍ତି ।