ETV Bharat / sports

'ବିଶ୍ବବିଜେତା ଆର୍ଜେଣ୍ଟିନା' ମେସିଙ୍କ ଅଧୁରା ସ୍ବପ୍ନ

author img

By

Published : Jun 14, 2021, 8:26 PM IST

ଆର୍ଜେଣ୍ଟିନାକୁ ମେଗା ଟୁର୍ଣ୍ଣାମେଣ୍ଟରେ ଟ୍ରଫି ଜିତାଇବା ବଡ ସ୍ବପ୍ନ ବୋଲି କହିଛନ୍ତି ଫୁଟବଲ୍‌ କ୍ୟାପଟେନ ଲିଓନେଲ ମେସି । ଅଧିକ ପଢନ୍ତୁ...

Copa America: My biggest dream is to get a title with Argentina, says Messi
'ବିଶ୍ବବିଜେତା ଆର୍ଜେଣ୍ଟିନା' ମେସିଙ୍କ ଅଧୁରା ସ୍ବପ୍ନ

ରିଓ ଦେ ଜାନେଇରୋ(ବ୍ରାଜିଲ): ଆର୍ଜେଣ୍ଟିନା ଫୁଟବଲ କ୍ୟାପଟେନ ଲିଓନେଲ ମେସି ନିଜର ଏକ ବଡ ସ୍ବପ୍ନର ଖୁଲାସା କରିଛନ୍ତି । ଦେଶ ପାଇଁ ଏକ ବଡ ଟୁର୍ଣ୍ଣାମେଣ୍ଟର ଟ୍ରଫି ଜିତିବା ସବୁଠୁ ବଡ ସ୍ବପ୍ନ ଥିବା କହିଛନ୍ତି ଭେଟେରାନ ଫୁଟବଲ ଖେଳାଳି ମେସି । ଆରମ୍ଭ ହୋଇସାରିଛି କୋପା ଆମେରିକା ଟୁର୍ଣ୍ଣାମେଣ୍ଟ ପାଇଁ କାଉଣ୍ଟଡାଉନ । ଚିଲେ ବିପକ୍ଷ ଓପନିଂ ମ୍ୟାଚ ପୂର୍ବରୁ ଜାତୀୟ ଟିମକୁ ବିଜୟ ଟ୍ରାକ୍‌କୁ ଫେରାଇବା ଲକ୍ଷ୍ୟ ବୋଲି କହିଛନ୍ତି ମେସି ।

ବିଶ୍ବ ଦେଖିଥିବା ମହାନତମ ଫୁଟବଲ ଖେଳାଳିଙ୍କ ମଧ୍ୟରେ ମେସି ଅନ୍ୟତମ । କ୍ଲବ ସ୍ତରରେ ଓ ବ୍ୟକ୍ତିଗତ ସ୍ତରରେ ଅବିଶ୍ବସନୀୟ ସଫଳତା ମିଳିଥିଲେ ମଧ୍ୟ ଆର୍ଜେଣ୍ଟିନାକୁ ଅନ୍ତର୍ଜାତୀୟ ଟ୍ରଫି ଜିତାଇବାରେ ସେ ସାମାନ୍ୟ ବିଫଳ ହୋଇଛନ୍ତି । 2021 କୋପା ଆମେରିକା 33 ବର୍ଷୀୟ ମେସିଙ୍କ ପାଖରେ ଦେଶକୁ ବିଜେତା କରାଇବାରେ ଶେଷ ସୁଯୋଗ ରହିଛି ।

"ଜାତୀୟ ଟିମରୁ ଖେଳିବାକୁ ସର୍ବଦା ପ୍ରସ୍ତୁତ ରହିଛି ଓ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ କାରଣ ଆର୍ଜେଣ୍ଟିନା ଜାତୀୟ ଟିମକୁ ଏକ ଟାଇଟେଲ ଜିତାଇବାକୁ ବଡ ସ୍ବପ୍ନ ରହିଛି । ଅନେକ ଥର ଏହି ସ୍ବପ୍ନ ସଫଳ ହେବାର ନିକଟତର ହୋଇଛି ମାତ୍ର ସାକାର ହୋଇନାହିଁ, ମାତ୍ର ଟେଷ୍ଟା ଜାରି ରହିଛି । ଏହି ସ୍ବପ୍ନ ପାଇଁ ସର୍ବଦା ଲଢେଇ କରିବାକୁ ପ୍ରସ୍ତୁତ ।" ଏହା କହିଛନ୍ତି ଏଫସି ବାର୍ସେଲୋନା ଫରୱାର୍ଡ ମେସି ।

ଆର୍ଜେଣ୍ଟିନା ପାଇଁ 15 ବର୍ଷ ଖେଳିବା ପରେ , ମେସି 2014 ବିଶ୍ବକପ ଫାଇନାଲ ହାରିଛନ୍ତି । ଏଥିସହ 2015 ଓ 2016 ଦୁଇଟି ସଂସ୍କରଣର କୋପା ଆମେରିକା ମଧ୍ୟ ହାରିଛନ୍ତି । 1993 ଦକ୍ଷିଣ ଆମେରିକାନ ଚମ୍ପିଆନସିପ୍‌ ପରେ ଆର୍ଜେଣ୍ଟିନା କୌଣସି ପ୍ରମୁଖ ଟ୍ରଫି ଜିତିବାରେ ସଫଳ ହୋଇନାହିଁ ।

ତେବେ ଆର୍ଜେଣ୍ଟିନା 2021 କୋପା ଆମେରିକା ଅଭିଯାନ ସୋମବାର ଚିଲେ ବିପକ୍ଷରେ ନିଲଟନ ଷ୍ଟାଡିୟମରେ ଆରମ୍ଭ କରିବ । ଆର୍ଜେଣ୍ଟିନା ଗ୍ରୁପ ଏ'ରେ ଚିଲେ, ପାରାଗୁଏ ଓ ଉରୁଗୁଏ ସହ ରହିଛି । ପ୍ରତ୍ୟେକ ଗ୍ରୁର ଶୀର୍ଷ 4ଟି ଟିମ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବେ । ଫାଇନାଲ ମ୍ୟାଚ୍‌ ଜୁଲାଇ 10ରେ ରିଓର ଐତିହାସିକ ମାରାକାନା ଷ୍ଟାଡିୟମରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.