ହାଇଦ୍ରାବାଦ: ମହାମାରୀ କୋରୋନାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି । କ୍ରୀଡା ଜଗତ ସଂପୂର୍ଣ୍ଣ ଭାବେ ଏହି ଭାଇରସ(COVID-19)ରେ ପ୍ରଭାବିତ ହୋଇଛି । ପ୍ରାୟ ଘରୋଇ ପ୍ରତିଯୋଗିତାଠୁ ଆରମ୍ଭ କରି ସମସ୍ତ ପ୍ରକାର କ୍ରୀଡା ଟୁର୍ଣ୍ଣାମେଣ୍ଟକୁ ବାତିଲ କିମ୍ବା ସ୍ଥଗିତ କରାଯାଇଛି ।
ତେବେ ଫୁଟବଲର ମହାକୁମ୍ଭ 2022 ଫିଫା ବିଶ୍ବକପ ମଧ୍ୟ ପ୍ରଭାବିତ ହେବାକୁ ଯାଉଛି । 2022 ଫିଫା ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚକୁ ଘୁଞ୍ଚାଇବା ପାଇଁ ଦାବି ହୋଇଛି । ମହାମାରୀ କୋରୋନା ସଂକ୍ରମଣର ଭୟ ଥିବାରୁ ସାଉଥ ଆମେରିକାନ କନଫେଡେରେସନ(CONMEBOL) ଏପରି ଦାବି କରିଛି ।
ସେପ୍ଟେମ୍ବର 2020ରେ ଏହି ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି । ପୂର୍ବରୁ CONMEBOL ପକ୍ଷରୁ କୋପା ଆମେରିକାକୁ ସ୍ଥଗିତ ରଖାଯାଇଛି ।