ETV Bharat / sports

ଦ୍ବିତୀୟ ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ନେପାଳକୁ ୨-୧ରେ ହରାଇଲା ଭାରତ

author img

By

Published : Sep 5, 2021, 10:53 PM IST

ଫାରୁକ ଚୌଧୁରୀ ଓ କ୍ୟାପଟେନ ସୁନୀଲ ଛେତ୍ରୀଙ୍କ ଆକର୍ଷଣୀୟ ଗୋଲ୍‌ବଳରେ ଦ୍ବିତୀୟ ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ନେପାଳକୁ ୨-୧ରେ ହରାଇଲା ଭାରତ । ଅଧିକ ପଢନ୍ତୁ...

Choudhary,Chhetri score as India beat Nepal 2-1 in friendly
ଦ୍ବିତୀୟ ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ନେପାଳକୁ ୨-୧ରେ ହରାଇଲା ଭାରତ

କାଠମାଣ୍ଡୁ: ଫାରୁକ ଚୌଧୁରୀ ଓ କ୍ୟାପଟେନ ସୁନୀଲ ଛେତ୍ରୀଙ୍କ ଆକର୍ଷଣୀୟ ଗୋଲ୍‌ବଳରେ ଦ୍ବିତୀୟ ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ନେପାଳକୁ ୨-୧ରେ ହରାଇଲା ଭାରତ । ସ୍ଥାନୀୟ ଦଶରଥ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ଫୁଟବଲ ଟିମ ଦମଦାର ପ୍ରଦର୍ଶନ କରିଥିଲା ।

ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଟିମ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ମ୍ୟାଚର ୬୨ତମ ମିନିଟରେ ବଦଳ ଖେଳାଳି ଭାବେ ଆସିଥିବା ଫାରୁଖ ଚୌଧୁରୀ ଗୋଲ୍‌ କରିଥିଲେ । ଏହାପରେ କ୍ୟାପଟେନ ସୁନୀଲ ଛେତ୍ରୀ ଟିମ ଇଣ୍ଡିଆ ପକ୍ଷରୁ ଦ୍ବିତୀୟ ଗୋଲ୍‌ ସ୍କୋର କରିବା ସହ ୨-୦ରେ ପହଞ୍ଚାଇଥିଲେ ।

ମାତ୍ର ୮୭ତମ ମିନିଟରେ ଘରୋଇ ଟିମ ପକ୍ଷରୁ ଏକମାତ୍ର ଗୋଲ୍‌ କରିଥିଲେ ତେଜ ତମାଙ୍ଗ । ଫଳରେ ୨-୧ରେ ବିଜୟୀ ହୋଇଥିଲା ବ୍ଲୁ ଟାଇଗର୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.