ETV Bharat / sports

ଫାଇନାଲରେ ଗଡବଡ: କୋଚଙ୍କ ନିଷ୍ପତ୍ତିକୁ ଗୋଲକିପରଙ୍କ ନା

author img

By

Published : Feb 25, 2019, 9:11 PM IST

ଫୁଟବଲ ପଡିଆରେ ଅଜବ ଦୃଶ୍ୟ । କୋଚଙ୍କ ନିର୍ଦ୍ଦେଶକୁ ଖେଳାଳିଙ୍କ ବେଖାତିର । ଲଣ୍ଡନରେ ଏକ ଫୁଟବଲ ମ୍ୟାଚରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

ଫାଇଲ ଫଟୋ

ଲଣ୍ଡନ: ୱେମ୍ବଲିରେ ଚାଲିଥିବା କରବାଓ କପରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ । ଏଠାରେ ଚେଲସା ଓ ମାଞ୍ଚେଷ୍ଟର ସିଟି ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିଲା । ତେବେ ଏହି ସମୟରେ ଚେଲସା ଗୋଲକିପର ଏବଂ କୋଚଙ୍କ ମଧ୍ୟରେ ଖୁଲମଖୁଲା ମତଭେଦ ଦେଖିବାକୁ ମିଳିଥିଲା ।

ରିପୋର୍ଟ ଅନୁସାରେ ଚେଲସା ଏହି ମ୍ୟାଚ ହାରିଯାଇଥିଲା ଏବଂ ମାଞ୍ଚେଷ୍ଟର ସିଟି ଟାଇଟେଲ ହାସଲ କରିଥିଲା । ତେବେ ମ୍ୟାଚର ଅତିରିକ୍ତ ସମୟରେ ପେନାଲଟି ସୁଟଆଉଟ ହୋଇଥିଲା । ଯେଉଁଥିରେ ଚେଲସା କୋଚ ମୌରିଜିଓ ସାରି ରିଜର୍ଭ ଗୋଲକିପର ୱିଲି କବଲ୍ଲେରୋଙ୍କୁ ପଡିଆକୁ ଓହ୍ଲାଇବା ପାଇଁ ଯୋଜନା କରୁଥିଲେ । ସେତେବେଳେ ପଡିଆରେ ଥିଲେ ଚେଲସାର ମୁଖ୍ୟ ଗୋଲକିପର ତଥା ବିଶ୍ୱର ସବୁଠାରୁ ମହଙ୍ଗା ଗୋଲକିପର କେପା ଅରିଜାବଲଗା ।

କିନ୍ତୁ ଅରିଜାବଲଗାଙ୍କୁ ରିପ୍ଲେସ କରି ୱିଲିଙ୍କୁ ପେନାଲଟି ସୁଟ ଆଉଟ ସମୟରେ ଓହ୍ଲାଇବାକୁ ଯୋଜନା କରିଥିଲେ କୋଚ । ଏଥିପାଇଁ ସେ ରେଫରୀଙ୍କୁ ସୂଚନା ମଧ୍ୟ ଦେଇଥିଲେ । ଏହା ଅନୁସାରେ ରେଫରୀ ବଦଳ ଖେଳାଳିର ସାଇନ ମଧ୍ୟ ଦେଖାଇଥିଲେ । କିନ୍ତୁ 24 ବର୍ଷିୟ କେପା ପଡିଆ ଛାଡିନଥିଲେ । ସାରି ବାରମ୍ୱାର କେପାଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ମନା କରିଥିଲେ । କେପା ନିଜ ଜିଦରେ ଅଟଳ ରହି ପଡିଆ ଛାଡିନଥିଲେ ।

ଫଳରେ ସେଠାରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଏ ସମସ୍ତ ଦୃଶ୍ୟ ବଡ ପରଦା ସହ ଟିଭି ସ୍କ୍ରିନରେ ମଧ୍ୟ ଦେଖାଯାଇଥିଲା । ଏପରି ସ୍ଥିତି ଦେଖି ବାଧ୍ୟ ହୋଇ ମ୍ୟାଚ ରେଫରୀ ଏଥିରେ ହସ୍ତକ୍ଷେପ କରିଥିଲେ ଏବଂ କେପାଙ୍କୁ ଖେଳ ଜାରି ରଖିବାକୁ କହିଥିଲେ । ପ୍ରକୃତରେ କେପା ଆହତ ହୋଇଥିଲେ ଏବଂ ସେଥିପାଇଁ ତାଙ୍କୁ ବଦଳ କରିବାକୁ ସାରି ଚାହୁଁଥିଲେ । ମାତ୍ର କେପା ଆହତ ନାହାନ୍ତି ବୋଲି ସାଇନ ଦେଇ ଖେଳ ଜାରି ରଖିବାର ନିଷ୍ପତ୍ତି ନେଇଥିଲେ । ଏହି ଘଟଣାରେ ଅସନ୍ତୋଷ ସାରି ପଡିଆ ବାହାରେ ନିଜର କ୍ରୋଧ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା ।

undefined

ତେବେ କେପାଙ୍କ ନିଷ୍ପତ୍ତି କିନ୍ତୁ ତାଙ୍କ ପାଇଁ ମହଙ୍ଗା ପଡିଥିଲା । ସେ 4ଟି ପେନାଲଟି ସୁଟ ଆଉଟ ଅଟକାଇପାରିନଥିଲେ । ଫଳରେ ଚେଲସା ମ୍ୟାଚରେ ହାରିଯାଇଥିଲା । ତେବେ ଏହି ଘଟଣା ପରେ ଏହାକୁ ଏକ ଭୁଲ ବୁଝାମଣା ବୋଲି ଉଭୟ କୋଚ ଓ ଖେଳାଳି କହିଥିଲେ । କେପା କହିଥିଲେ ଯେ ସେ ଆହତ ନଥିଲେ ଯାହା କୋଚ ବୁଝିପାରିନଥିଲେ ।

ସଙ୍ଗଠନ ମଜଭୁତ ହେଲେ ଦାବି ହାସଲ ସହଜ ହୋଇପାରିବ। ଏହା କହିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଅନୁଗୋଳ  ଠାରେ ଆୟୋଜିତ  ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା ଏହା କହିବା ସହ  ଦୁଇ ବର୍ଷ ତଳେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଗଠନ ହୋଇଥିଲା। ଏହି ସମୟ ମଧ୍ୟରେ ସଙ୍ଗଠନ ପକ୍ଷରୁ ତିନୋଟି ବଡ଼ ଦାବି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯାଇଛି। ସେଥିରୁ ଗୋଟିଏ କାର୍ଯ୍ୟକାରୀ ହୋଇଥିବାବେଳେ ଅନ୍ୟ ଦୁଇଟି ଦାବି ଉପରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଇନଜୀବୀମାନଙ୍କ ପାଇଁ ବର୍ତ୍ତମାନ ସୋସିଆଲ ୱେଲଫେୟାର ବ୍ୟବସ୍ଥା କରାଯାଇଛି। ସେହିପରି ଆଇନ ବିଶ୍ୱବିଦ୍ୟାଳୟ ଓ ଆଇନଜୀବୀ ଏକାଡେମୀ ପାଇଁ ପ୍ରକ୍ରିୟା ଚାଲିଛି ବୋଲ ମନ୍ତ୍ରୀ ଆଇନଜୀବୀ ମାନଙ୍କୁ ସୂଚନା ଦେଇଥିଲେ ।ଅନୁଗୋଳ ଟାଉନ ହଲଠାରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା ।ଜିଲ୍ଲା ର ସମସ୍ଥ ଆଇନଜୀବୀ ଙ୍କ ସହ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ , ପାଲଲହାଡ଼ା ବିଧାୟକ ମହେଶ ସାହୁ ଙ୍କ ସହ ଅନ୍ୟ ନେତାମାନେ ଯୋଗ ଦେଇଥିଲେ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.