ହାଇଦ୍ରାବାଦ: ବ୍ରାଜିଲ ଫୁଟବଲ ଫେଡେରେସନର ବଡ ନିଷ୍ପତ୍ତି । ଏଣିକି ଦକ୍ଷିଣ ଆମେରିକୀୟ ଦେଶର ଜାତୀୟ ଫୁଟବଲ ଟିମର ଉଭୟ ମହିଳା ଓ ପୁରୁଷ ଖେଳାଳିଙ୍କୁ ସମାନ ଦରମା ମିଳିବ । ବୁଧବାର ବ୍ରାଜିଲ ଫୁଟବଲ ଫେଡେରେସନ(CBF) ପକ୍ଷରୁ ଏହା ଘୋଷଣା କରାଯାଇଛି ।
ପୁରୁଷ ଖେଳାଳି ସହ ମହିଳା ଖେଳାଳିଙ୍କୁ ସମାନ ପୁରସ୍କାର ଅର୍ଥ ଓ ଦରମା ମିଳିବ । ଫଳରେ ପୁରୁଷ ଖେଳାଳିଙ୍କ ଭଳି ସମାନ ଆୟ କରିପାରିବେ ମହିଳା ଖେଳାଳି । ବ୍ରାଜିଲ ଫୁଟବଲ କନଫେଡେରେସନ(CBF) ସଭାପତି ରୋଜେରିଓ କାବାକଲୋ ଏକ ଭର୍ଚୁଆଲ ଭିଡିଓ କନ୍ଫରେନ୍ସିଂରେ ଏହା କହିଛନ୍ତି ।
ଗତ ମାର୍ଚ୍ଚରେ ଜାତୀୟ ମହିଳା ଟିମର ମ୍ୟାନେଜର ପିଆ ସୁନ୍ଧାଗେ ଏହି ସୂଚନା ନେଇ ଅବଗତ କରାଇଥିଲେ । ପୂର୍ବରୁ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ନରୱ୍ବେ ଭଳି ଦେଶରେ ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ଦରମା ନେଇ ନିଷ୍ପତ୍ତି ହୋଇଛି ।
ୟୁଏସ ମହିଳା ଟିମର ଜଣେ ସଦସ୍ୟ ଦରମା କମ ବେଶୀ ନେଇ ମାର୍ଚ୍ଚରେ ଫେଡେରେସନରେ ଆପତ୍ତି ଜଣାଇଥିଲେ । ପରେ ଏହି ପ୍ରସ୍ତାବ ନେଇ ଚର୍ଚ୍ଚା ଚାଲୁ ରହିଥିଲା ।
ଫିଫା ମହିଳା ଫୁଟବଲ ବିଶ୍ବ ର୍ୟାକିଂରେ ବ୍ରାଜିଲ ବର୍ତ୍ତମାନ 8ମ ସ୍ଥାନରେ ରହିଛି । ଆମେରିକା, ଜର୍ମାନୀ, ଫ୍ରାନ୍ସ, ନେଦରଲାଣ୍ଡସ, ସ୍ବିଡେନ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରେ ବ୍ରାଜିଲ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ