ETV Bharat / sports

Durand Cup: ବିଜୟ ସହ ଯାତ୍ରା ଆରମ୍ଭ କଲା Bengaluru FC

author img

By

Published : Sep 15, 2021, 8:31 PM IST

ଜୟ ସହ ଡୁରାଣ୍ଡ କପ୍‌ର ଅୟମାରମ୍ଭ କରିଛି ବେଙ୍ଗାଲୁରୁ ଏଫସି । କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଷ୍ଟାଡିୟମରେ ପ୍ରଥମ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ଭେଟିଥିଲା ବେଙ୍ଗାଲୁରୁ ଏଫସି । ଅଧିକ ପଢ଼ନ୍ତୁ...

Durand Cup: ବିଜୟ ସହ ଯାତ୍ରା ଆରମ୍ଭ କଲା Bengaluru FC
Durand Cup: ବିଜୟ ସହ ଯାତ୍ରା ଆରମ୍ଭ କଲା Bengaluru FC

କୋଲକାତା: ବିଜୟ ସହ ଡୁରାଣ୍ଡ କପ୍‌ର ଅୟମାରମ୍ଭ କରିଛି ବେଙ୍ଗାଲୁରୁ ଏଫସି । କୋଲକାତାର ବିବେକାନନ୍ଦ ଯୁବ ଭାରତୀ କ୍ରୀଡ଼ାଙ୍ଗନ ଷ୍ଟାଡିୟମରେ ପ୍ରଥମ ମ୍ୟାଚରେ କେରଳ ବ୍ଲାଷ୍ଟର୍ସକୁ ଭେଟିଥିଲା ବେଙ୍ଗାଲୁରୁ ଏଫସି । ଆଇଏସଏଲ ଡିଫେଣ୍ଡିଂ ଚମ୍ପିଆନ୍‌ ବେଙ୍ଗାଲୁରୁ ଏଫସି କେରଳ ବ୍ଲାଷ୍ଟରକୁ ଏହି ମ୍ୟାଚରେ ୨-୦ରେ ମାତ୍‌ ଦେଇଛି । ମ୍ୟାଚ ଶେଷ ହେବା ବେଳକୁ ପଡ଼ିଆରେ କେରଳ ବ୍ଲାଷ୍ଟର୍ସର ମାତ୍ର ୮ ଜଣ ଖେଳାଳି ରହିଥିଲେ ।

ମ୍ୟାଚ ପ୍ରଥମାର୍ଦ୍ଧରେ କେରଳ ବ୍ଲାଷ୍ଟର ଭଲ ଖେଳ ପ୍ରଦର୍ଶନ କରିଥିଲେ । ଏହ ସମୟରେ ମଧ୍ୟରେ ପ୍ରତିପକ୍ଷ ଦଳକୁ ଗୋଲ ଦେବାର ସୁଯୋଗ ମଧ୍ୟ ସୃଷ୍ଟି କରିଥିଲା ଦଳ । ହେଲେ ଏହାକୁ ଗୋଲ୍‌ରେ ପରିଣତ କରି ପାରିନଥିଲା । ୩୩ତମ ମିନିଟରେ ଦଳର ଶୀକୁଟମ ଏକ ଗୋଲ ଦେବାକୁ ଚେଷ୍ଟ କରିଥିଲେ ସୁଦ୍ଧା ବେଙ୍ଗାଲୁରୁ ଏଫସିର ଗୋଲକିପର ଲାରା ଏହାକୁ ବଞ୍ଚାଇାବାରେ ସକ୍ଷମ ହୋଇଥିଲେ ।

ଏହାପରଠୁ ମ୍ୟାଚର ମୋଡ଼ ବେଙ୍ଗାଲୁରୁ ଏଫସି ଆଡ଼କୁ ଟଳିବାକୁ ଆରମ୍ଭ କରିଥିଲା । ୪୫ତମ ମିନିଟ୍‌ରେ ବେଙ୍ଗାଲୁରୁ ଏଫ୍‌ସି ପକ୍ଷରୁ ନାମ୍‌ଗ୍ୟାଲ ଭୁତିଆ ଏକ ଗୋଲ ଦେବାରେ ସକ୍ଷମ ହୋଇଥିଲେ । ଏହାପରେ ପଡ଼ିଆରେ ବିଶୃଙ୍ଖଳା ଯୋଗୁଁ ମ୍ୟାଚର ଦ୍ବିତୀୟାର୍ଦ୍ଧରେ କେରଳ ବ୍ଲାଷ୍ଟରର ତିନି ଜଣ ଖେଳାଳିଙ୍କୁ ରେଡ କାର୍ଡ ମିଳିଥିଲା ।

୭୧ତମ ମିନିଟ୍‌ରେ ବେଙ୍ଗାଲୁରୁ ଏଫ୍‌ସିର ଲିଅନ ଅଙ୍ଗୁଷ୍ଟାଇନ୍‌ ଆଉ ଏକ ଗୋଲ ଦେଇ ମ୍ୟାଚରେ ଆଗୁଆ ରହିଥିଲେ । ଫଳରେ ମ୍ୟାଚରେ ପଛରେ ପଡ଼ି ଯାଇଥିଲା କେରଳ ବ୍ଲାଷ୍ଟର୍ସ । ମ୍ୟାଚକୁ ୨-୦ରେ ହାତେଇ ନେଇଥିଲା ବେଙ୍ଗାଲୁରୁ ଏଫ୍‌ସି । ଦମଦାର ପ୍ରଦର୍ଶନ ଯୋଗୁଁ ବେଙ୍ଗାଲୁରୁ ଏଫ୍‌ସିର ଲାରାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.