ବେଙ୍ଗାଲୁରୁ: ବୁଧବାର ଦିନ ଓଡିଶା ଏଫ୍ସି ବେଙ୍ଗାଲୁରୁ ଏଫ୍ସି ଠାରୁ ପରାସ୍ତ ହୋଇଛି । ତେବେ 3-0ଗୋଲ୍ରେ ଓଡିଶାକୁ ପରାସ୍ତ କରି ବେଙ୍ଗାଲୁରୁ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନକୁ ଉଠିଛି ।
ବୁଧବାର ଦିନ ବେଙ୍ଗାଲୁରୁ ଘରୋଇ ଷ୍ଟାଡିୟମ ଶ୍ରୀ କାନ୍ତିରାଓ୍ବାରେ ଓଡିଶା ଏଫ୍ସି-ବେଙ୍ଗାଲୁରୁ ଏଫ୍ସି ମୁହାଁମୁହିଁ ହୋଇଥିଲେ । ତେବେ ମ୍ୟାଚଟି ସମ୍ପୂର୍ଣ୍ଣ ରୂପେ ଏକତରଫା ରହିଥିଲା । ବେଙ୍ଗାଲୁରୁ ପକ୍ଷରୁ ମ୍ୟାଚର 23ମିନିଟ୍ରେ ବ୍ରାଉନ ଓଡିଶା ବିପକ୍ଷରେ ପ୍ରଥମ ଗୋଲ୍ କରିଥିଲା । ଏହାପରେ ଭେକେ 25ମନିଟ୍ରେ ଆଉ ଏକ ଗୋଲ୍ ଦେଇଥିଲେ । ପୁଣି ବେଙ୍ଗାଲୁରୁ ପକ୍ଷରୁ 61ମିନିଟ୍ରେ ଛେତ୍ରୀ ଓଡିଶା ଗୋଲପୋଷ୍ଟରେ ଗୋଲ୍ କରି 3-0 ଗୋଲ୍ରେ ମ୍ୟାଚ ଜିତାଇଥିଲେ ।
-
YES! YES! YES! 🙌
— Indian Super League (@IndSuperLeague) January 22, 2020 " class="align-text-top noRightClick twitterSection" data="
Young @SureshWangjam leads the @bengalurufc celebrations after #BFCOFC 👏#HeroISL #TrueLove pic.twitter.com/083QibcWLJ
">YES! YES! YES! 🙌
— Indian Super League (@IndSuperLeague) January 22, 2020
Young @SureshWangjam leads the @bengalurufc celebrations after #BFCOFC 👏#HeroISL #TrueLove pic.twitter.com/083QibcWLJYES! YES! YES! 🙌
— Indian Super League (@IndSuperLeague) January 22, 2020
Young @SureshWangjam leads the @bengalurufc celebrations after #BFCOFC 👏#HeroISL #TrueLove pic.twitter.com/083QibcWLJ
ତେବେ ବେଙ୍ଗାଲୁରୁ 14ଟି ମ୍ୟାଚରୁ 7ଟି ମ୍ୟାଚରେ ବିଜୟ ହୋଇ 25ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ସେହିପରି ଓଡିଶା 14ଟି ମ୍ୟାଚରୁ 6ଟି ମ୍ୟାଚରେ ବିଜୟ ହୋଇ 21ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛି । ଓଡିଶା ଏବେ ତା'ର ପରବର୍ତ୍ତୀ ମ୍ୟାଚ ଗୋଆ ବିପକ୍ଷରେ 29 ତାରିଖ ଦିନ ନିଜର ଘରୋଇ ଗ୍ରାଉଣ୍ଡରେ ଖେଳିବ ।