ETV Bharat / sports

ଜେରି ପେଟନ୍‌ଙ୍କୁ ଓଡିଶା ଏଫ୍‌ସିର ମୁଖ୍ୟ କୋଚ ଦାୟିତ୍ବ

author img

By

Published : Feb 4, 2021, 8:17 AM IST

ଓଡିଶା ଏଫ୍‌ସିର ଅନ୍ତରୀଣ ମୁଖ୍ୟ କୋଚ ଦାୟିତ୍ବ ନେଲେ ଜେରି ପେଟନ୍‌ । ପେଟନ ଦଳର ସହଯୋଗୀ କୋଚ୍‌ ଦାୟିତ୍ବ ତୁଲାଉ ଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଜେରି ପେଟନ୍‌ଙ୍କୁ  ଓଡିଶା ଏଫ୍‌ସିର ମୁଖ୍ୟ କୋଚ ଦାୟିତ୍ବ
ଜେରି ପେଟନ୍‌ଙ୍କୁ ଓଡିଶା ଏଫ୍‌ସିର ମୁଖ୍ୟ କୋଚ ଦାୟିତ୍ବ

ଭୁବନେଶ୍ବର: ଓଡିଶା ଏଫ୍‌ସିର ଅନ୍ତରୀଣ ମୁଖ୍ୟ କୋଚ ଦାୟିତ୍ବ ନେଲେ ଜେରି ପେଟନ୍‌ । ପେଟନ ଦଳର ସହଯୋଗୀ କୋଚ୍‌ ଦାୟିତ୍ବ ତୁଲାଉ ଥିଲେ । ବର୍ତ୍ତମାନ ଜେରି ପେଟନ୍‌ ଚଳିତ ଆଇଏସ୍‌ଏଲ୍‌ ସଂସ୍କରଣ ଶେଷ ହେବା ଯାଏଁ ଓଡିଶା ଏଫ୍‌ସିର ମୁଖ୍ୟ କୋଚ ରହିବେ ।

  • 🚨CLUB ANNOUNCEMENT🚨

    Assistant Coach, Gerald Peyton will continue as the Interim Head Coach till the end of the ongoing seventh edition of the Hero Indian Super League (ISL).

    ... pic.twitter.com/iGE3efmJmO

    — Odisha FC (@OdishaFC) February 3, 2021 " class="align-text-top noRightClick twitterSection" data=" ">

ତେବେ ଏହି ଦାୟିତ୍ବ ମିଳିବା ପରେ ପେଟନ୍‌ ପ୍ରତିକ୍ରିୟାରେ କହିଛନ୍ତି, ବାକି ମ୍ୟାଚ ପାଇଁ ମୁଁ ମୁଖ୍ୟକୋଚ ହେବାକୁ ପ୍ରସ୍ତୁତ ଅଛି । ଆଉ 6ଟି ମ୍ୟାଚ ବାକି ଅଛି । ମୁଁ ବହୁତ କଠିନ ପରିଶ୍ରମ କରିବି । ଚେଷ୍ଟା କରିବି ଯେପରି ଅଧିକରୁ ଅଧିକ ମ୍ୟାଚ ଜିତୁ । ମୋର କର୍ତ୍ତବ୍ୟ ହେଲା ଗ୍ରାଉଣ୍ଡରେ ସବୁବେଳେ ଦଳର ଲଢୁଆ ଖେଳ, ସମ୍ମାନ ଓ ଆଦର୍ଶକୁ ବଜାୟ ରଖିବା ।

ଆହୁରି ମଧ୍ୟ ସେ କହିଛନ୍ତି, ଆମ ପ୍ରଶଂସକଙ୍କୁ ଅନେକ ଭଲ ମୁହୁର୍ତ୍ତ ଦେବୁ , ଯେଉଁଥି ପାଇଁ ସେମାନେ ଗର୍ବିତ ହେବେ । ଏଯାଏଁ ସେମାନଙ୍କ ସମର୍ଥନ ପାଇଁ କୃତଜ୍ଞ ।

ସୂଚନାଥାଉକି, ଗତ ସୋମବାର ଜାମସେଦପୁର ଏଫସି ବିପକ୍ଷ ମ୍ୟାଚ ହାରିବା ପରେ ମ୍ୟାଚ ରେଫରୀଙ୍କ ପ୍ରତି ମୁଖ୍ୟ କୋଚ ଷ୍ଟୁଆର୍ଟ ବାକ୍ସଟର ଅଶାଳୀନ ଟିପ୍ପଣୀ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ଓଡିଶା ଏଫସି କ୍ଳବ କ୍ଷମା ମାଗିଥିଲା ଓ ଷ୍ଟୁଆର୍ଟଙ୍କ ସହ ଚୁକ୍ତି ସମାପ୍ତ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.