ନୂଆଦିଲ୍ଲୀ: ଇଣ୍ଡିଆନ ଫୁଟୁବଲ ଫେଡେରେସନ(ଆଇଏଫଏଫ) ଅର୍ଜୁନ ସମ୍ମାନ ପାଇଁ ଦୁଇ ଭାରତୀୟ ଫୁଟୁବଲ ଷ୍ଟାର ଗୁରପ୍ରୀତ ସିଂହ ସାନ୍ଧୁ ଓ ଜେଜେ ଲାଲପେଖ୍ଲୁଆଙ୍କ ନାମ ସୁପାରିସ୍ କରିଛି । ଏନେଇ ଆଇଏଫଏଫର ସାଧାରଣ ସାମ୍ପାଦକ ସୂଚନା ଦେଇଛନ୍ତି ।
ଗତବର୍ଷ ମଧ୍ୟ ସାନ୍ଧୁ ଓ ଜେଜେଙ୍କ ନାଁଙ୍କ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହୋଇଥିଲା। ତେବେ ସେମାନଙ୍କୁ ପୁରସ୍କାର ମିଳି ନଥିଲା। ମାତ୍ର ଛେତ୍ରୀଙ୍କୁ ପ୍ରଥମେ ଅର୍ଜୁନ ଓ ପରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ଫରୱାର୍ଡ ଜେଜେ ନିଜର ଆକ୍ରମଣାତ୍ମକ ଖେଳ ପାଇଁ ବେଶ ପରିଚିତ।
୨୦୧୧ରେ ସୁନୀଲ ଛେତ୍ରୀଙ୍କୁ ଅର୍ଜୁନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦୀର୍ଘ ୮ ବର୍ଷ ପରେ ପୁଣି ଦୁଇ ଜଣ ଫୁଟବଲ ଖେଳାଳିଙ୍କୁ ଅର୍ଜୁନ ସମ୍ମାନ ଦେବାକୁ ସୁପାରିସ କରାଯାଇଛି।