ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ମହାସଂଘ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅନ୍ତର୍ଜାତୀୟ ଗୋଲକିପର ପ୍ରଶାନ୍ତ ଦୋରାଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛି । AIFF ସଭାପତି ପ୍ରଫୁଲ୍ଲ ପଟେଲ ଓ ସାଧାରଣ ସମ୍ପାଦକ କୁଶାଲ ଦାସ ଭାରତ ଜଣେ ପ୍ରତିଭାବାନ ଗୋଲକିପରଙ୍କୁ ହରାଇଲା ବୋଲି କହିବା ସହ ଆତ୍ମାର ସଦଗତି କାମନା କରିଛନ୍ତି ।
କୋଲକାତାରେ ମଙ୍ଗଳବାର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଏହି ଭେଟେରାନ ଖେଳାଳି । ମୃତ୍ୟୁବେଳକୁ ତାଙ୍କୁ 44 ବର୍ଷ ବୟସ ହୋଇଥିଲା । ବର୍ଷ 1999ରେ କାଠମାଣ୍ଡୁରେ ସେ SAF ଗେମ୍ସରେ ନେପାଳ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ । ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ବ୍ରୋଞ୍ଚ ମେଡାଲ ବିଜେତା ହୋଇଥିଲା । ସେ 4ଟି ଔପଚାରିକ ମ୍ୟାଚରେ ଭାରତର ପ୍ରତିନିଧିତ୍ବ କରିଛନ୍ତି ।
ଅସୁସ୍ଥତା କାରଣରୁ ଗତ ଡିସେମ୍ବର 28ରୁ ସେ କୋଲକାତାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ବ୍ୟୁରୋ ରିପାର୍ଟ, ଇଟିଭି ଭାରତ