ETV Bharat / sports

ଫିଫା ବିଶ୍ବକପ କ୍ବାଲିଫାୟରରୁ ଓହରିଲା ଉତ୍ତର କୋରିଆ, କାରଣ ଅସ୍ପଷ୍ଟ

author img

By

Published : May 16, 2021, 7:49 PM IST

ଫିଫା ବିଶ୍ବକପ କ୍ବାଲିଫାୟରରୁ ଓହରିଗଲା ଉତ୍ତର କୋରିଆ। ଏହାକୁ ନେଇ ଏସିଆନ ଫୁଟବଲ କନଫରେଡସନ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

ଫିଫା ବିଶ୍ବକପ କ୍ବାଲିଫାୟରରୁ ଓହରିଲା ଉତ୍ତର କୋରିଆ, କାରଣ ଅସ୍ପଷ୍ଟ
ଫିଫା ବିଶ୍ବକପ କ୍ବାଲିଫାୟରରୁ ଓହରିଲା ଉତ୍ତର କୋରିଆ, କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ଫିଫା ବିଶ୍ବକପ କ୍ବାଲିଫାୟରରୁ ଓହରିଗଲା ଉତ୍ତର କୋରିଆ। ଏହାକୁ ନେଇ ଏସିଆନ ଫୁଟବଲ କନଫରେଡସନ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ 2022 କତାର ଫୁଟବଲ ବିଶ୍ବକପରେ ଉତ୍ତର କୋରିଆ ଦଳକୁ ଦେଖିବାକୁ ମିଳିବ ନାହିଁ । ଚଳିତ ବର୍ଷ ଜୁନ ମାସରେ କତାର ଫିଫା ବିଶ୍ବକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଆରମ୍ଭ ହେବାକୁ ଥିଲା ।

ଖାଲି ସେତିକି ନୁହେଁ ଚୀନରେ ହେବାକୁ ଥିବା ଏସିଆନ କପ 2023ରୁ ମଧ୍ୟ ଉତ୍ତର କୋରିଆ ଓହରି ଯାଇଛି । ଏହାକୁ ନେଇ ଏସିଆନ ଫୁଟବଲ କନଫରେଡସନ କହିଛି ଯେ, "ଜୁନ ମାସରେ ହେବାକୁ ଥିବା କତାର ଫିଫା ବିଶ୍ବକପ 2022 ଫୁଟବଲର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରୁ ଓହରି ଯାଇଛି କୋରିଆନ ଫୁଟବଲ ଆସୋସିଏସନ । ଏହାସହିତ 2023ରେ ଚୀନରେ ହେବାକୁ ଥିବା ଏସିଆନ କପରୁ ମଧ୍ୟ କୋରିଆନ ଫୁଟବଲ ଆସୋସିଏସନ ଓହରି ଯାଇଛନ୍ତି ।"

ବର୍ତ୍ତମାନ ଏହାକୁ ନେଇ ଫିଫାର ପ୍ରତିଯୋଗିତା କମିଟିକୁ ଜଣାଇ ଦିଆଯିବ । ଫିଫା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପାଇଁ ଗ୍ରୁପ ଏଚରେ ରହିଥିଲା ଉତ୍ତର କୋରିଆ । ଏହି ଗ୍ରୁପରେ ଲେବାନନ ଓ ଶ୍ରୀଲଙ୍କା ଭଳି ଦଳ ମଧ୍ୟ ସାମିଲ ଥିଲା । ଜୁନ ମାସରେ ହେବାକୁ ଥିବା ଏହି ଯୋଗ୍ୟତା ପର୍ଯ୍ୟାୟ ପାଇଁ କତାର ଗସ୍ତ କରିବ ଭାରତୀୟ ଫୁଟବଲ ଦଳ । ଏହି ସମୟରେ ଭାରତକୁ 10 ଦିନ ପାଇଁ କ୍ବାରେଣ୍ଟିନରେ ରହିବା ଆବଶ୍ୟକତା ନାହିଁ ।

ଏହାର କାରଣ ସମସ୍ତ ଭାରତୀୟ ଫୁଟବଲ ଖେଳାଳି କତାର ଗସ୍ତ ପୂର୍ବରୁ ଟିକା ନେବେ ଓ ବାୟୋବବଲରେ ରହିବେ । କତାରରେ ପହଞ୍ଚିବା ମାତ୍ରେ ଭାରତୀୟ ଦଳ ଅଭ୍ୟାସ ଆରମ୍ଭ କରି ପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.