ETV Bharat / sports

ଜିମ୍ବାୱେ ବିପକ୍ଷ ODI ସିରିଜ ଜିତିଲା ଭାରତ

author img

By

Published : Aug 20, 2022, 7:19 PM IST

ଜିମ୍ବାୱେ ବିପକ୍ଷ ODI ସିରିଜ ଜିତିଲା ଭାରତ । ଦ୍ବିତୀୟ ଦିନିକିଆରେ ୫ ୱିକେଟରେ ବିଜୟୀ । ଛକା ମାରି ଭାରତକୁ ବିଜୟୀ କରାଇଲେ ୱିକେଟ କିପର ବ୍ୟାଟ୍‌ର ସଞ୍ଜୁ ସାମସନ । ଅଧିକ ପଢନ୍ତୁ

ZIMvIND 2nd ODI: ଭାରତର ସହଜ ବିଜୟ, ସିରିଜରେ 2-0ରେ ଆଗୁଆ

ହାଇଦ୍ରାବାଦ: ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ଆଗୁଆ ଜିତିନେଇଛି ଭାରତ(India clinch series 2-0) । ଆଜି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ(2nd ODI) ଭାରତ ସାମ୍ନାରେ ୧୬୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ମାତ୍ର ୧୬୧ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା ।

ଭାରତ ପକ୍ଷରୁ ୱିକେଟ କିପର ବ୍ୟାଟ୍‌ର ସଞ୍ଜୁ ସାମସନ ସର୍ବାଧିକ ୪୩ ରନ୍‌ର ଅପରାଜିତ ଇଂନିସ ଖେଳିଥିଲେ । ଓପନର ଶୁଭମନ ଗିଲ୍‌ ୩୩ ଓ ଦୀପକ ହୁଡ୍ଡା ୨୫ ରନ୍‌ର ଇଂନିସ ଖେଳିଥିଲେ । ଭେଟେରାନ ଓପନର ଶିଖର ଧାୱନ ମଧ୍ୟ ୩୩ ରନ୍‌ର ଉପଯୋଗୀ ଯୋଗଦାନ କରିଥିଲେ । ତେବେ କ୍ୟାପଟେନ କେଏଲ ରାହୁଲ ବିଫଳ ହୋଇଥିଲେ ।

That's that from the 2nd ODI.#TeamIndia win by 5 wickets and take an unassailable 2-0 lead in the series.

Scorecard - https://t.co/RDdvga1BXI #ZIMvIND pic.twitter.com/AeG4OsDPQO

— BCCI (@BCCI) August 20, 2022 " class="align-text-top noRightClick twitterSection" data=" ">

ପୂର୍ବରୁ ସିନ ୱିଲିୟମ୍ସଙ୍କ ୪୨ ଓ ରିଆନ ବର୍ଲଙ୍କ ୩୯ ରନ୍‌ ବଳରେ ଘରୋଇ ଜିମ୍ବାୱେ ଟିମ ପ୍ରଥମେ ବ୍ୟାଟିଂ କରି ୧୬୧ ରନ୍‌ କରିବାକୁ ସମର୍ଥ ହୋଇଥିଲା । ପୁଣିଥିରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଦ୍ବିତୀୟ ଦିନିକିଆରେ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିଥିଲା ଓ ସେ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା, ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ଦୀପକ ହୁଡ୍ଡା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ହୋଇଛି । ଏଥିସହ ଜିମ୍ବାୱେ ମାଟିରେ ଲଗାତାର ସପ୍ତମଥର ସିରିଜ ବିଜେତା ହୋଇଛି । ଏହାର ତୃତୀୟ ଦିନିକିଆ(3rd ODI) ମ୍ୟାଚ ଅଗଷ୍ଟ ୨୨ ତାରିଖରେ ଖେଳାଯିବ ।

ହାଇଦ୍ରାବାଦ: ଜିମ୍ବାୱେ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜକୁ ଆଗୁଆ ଜିତିନେଇଛି ଭାରତ(India clinch series 2-0) । ଆଜି ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ(2nd ODI) ଭାରତ ସାମ୍ନାରେ ୧୬୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା । ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ମାତ୍ର ୧୬୧ ରନ୍‌ରେ ସମସ୍ତ ୱିକେଟ ହରାଇଥିଲା ।

ଭାରତ ପକ୍ଷରୁ ୱିକେଟ କିପର ବ୍ୟାଟ୍‌ର ସଞ୍ଜୁ ସାମସନ ସର୍ବାଧିକ ୪୩ ରନ୍‌ର ଅପରାଜିତ ଇଂନିସ ଖେଳିଥିଲେ । ଓପନର ଶୁଭମନ ଗିଲ୍‌ ୩୩ ଓ ଦୀପକ ହୁଡ୍ଡା ୨୫ ରନ୍‌ର ଇଂନିସ ଖେଳିଥିଲେ । ଭେଟେରାନ ଓପନର ଶିଖର ଧାୱନ ମଧ୍ୟ ୩୩ ରନ୍‌ର ଉପଯୋଗୀ ଯୋଗଦାନ କରିଥିଲେ । ତେବେ କ୍ୟାପଟେନ କେଏଲ ରାହୁଲ ବିଫଳ ହୋଇଥିଲେ ।

ପୂର୍ବରୁ ସିନ ୱିଲିୟମ୍ସଙ୍କ ୪୨ ଓ ରିଆନ ବର୍ଲଙ୍କ ୩୯ ରନ୍‌ ବଳରେ ଘରୋଇ ଜିମ୍ବାୱେ ଟିମ ପ୍ରଥମେ ବ୍ୟାଟିଂ କରି ୧୬୧ ରନ୍‌ କରିବାକୁ ସମର୍ଥ ହୋଇଥିଲା । ପୁଣିଥିରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଦ୍ବିତୀୟ ଦିନିକିଆରେ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ମିଳିଥିଲା ଓ ସେ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରୀଷ୍ଣା, ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ଦୀପକ ହୁଡ୍ଡା ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।

ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜରେ ଭାରତ ୨-୦ରେ ଆଗୁଆ ହୋଇଛି । ଏଥିସହ ଜିମ୍ବାୱେ ମାଟିରେ ଲଗାତାର ସପ୍ତମଥର ସିରିଜ ବିଜେତା ହୋଇଛି । ଏହାର ତୃତୀୟ ଦିନିକିଆ(3rd ODI) ମ୍ୟାଚ ଅଗଷ୍ଟ ୨୨ ତାରିଖରେ ଖେଳାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.