ETV Bharat / sports

WTC Final: ସମସ୍ତଙ୍କର କଟିଲା 100% ମ୍ୟାଚ୍‌ ଫି', 115% ଫାଇନ ଗଣିଲେ ଗିଲ୍‌ - ଶୁଭମନ ଗିଲଙ୍କୁ ୧୧୫ ପ୍ରତିଶତ ଫାଇନ୍‌ ଗଣିବାକୁ ପଡ଼ିଛି

ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ହାରିବା ପରେ ମଧ୍ୟ ହଟହଟା ହେଲା ଟିମ ଇଣ୍ଡିଆ । ଧିମା ଓଭର ବୋଲିଂ ପାଇଁ ଟିମ ଇଣ୍ଡିଆର ସବୁ ଖେଳାଳୀଙ୍କର ୧୦୦% ମ୍ୟାଚ୍‌ ଫି' କଟିଛି । ହେଲେ ପ୍ରାରମ୍ଭିକ ବ୍ୟାଟର ଶୁଭମନ ଗିଲଙ୍କୁ ୧୧୫ ପ୍ରତିଶତ ଫାଇନ୍‌ ଗଣିବାକୁ ପଡ଼ିଛି । ଅଧିକ ପଢ଼ନ୍ତୁ

ସମସ୍ତଙ୍କର କଟିଲା ୧୦୦% ମ୍ୟାଚ୍‌ ଫି'
ସମସ୍ତଙ୍କର କଟିଲା ୧୦୦% ମ୍ୟାଚ୍‌ ଫି'
author img

By

Published : Jun 12, 2023, 10:35 PM IST

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍‌ ଫାଇନାଲରେ ପରାସ୍ତ ହୋଇଥିବା ଟିମ ଇଣ୍ଡିଆକୁ ଲାଗିଛି ଡବଲ୍‌ ଝଟ୍‌କା । ଟିମ ଇଣ୍ଡିଆର ସବୁ ଖେଳାଳିଙ୍କର ୧୦୦% ମ୍ୟାଚ୍‌ ଫି' କଟିଛି । ଧିମା ଓଭର ବୋଲିଂ ପାଇଁ ଆଇସିସି ଏପରି ପଦକ୍ଷେପ ନେଇଛି । ତେବେ କେବଳ ଭାରତ ନୁହେଁ, ବିଶ୍ବ ଟେଷ୍ଟ ଚମ୍ପିଆନ୍‌ ଅଷ୍ଟ୍ରେଲିଆ ଖେଳାଳୀଙ୍କର ମ୍ୟାଚ୍ ଫି ରୁ ମଧ୍ୟ ୮୦ ପ୍ରତିଶତ କାଟି ଦିଆଯାଇଛି । ସ୍ଲୋ ଓଭର ରେଟ୍ କାରଣରୁ ଉଭୟ ଦଳର ଖେଳାଳୀଙ୍କର ଏହି ମ୍ୟାଚ୍ ଫି କଟାଯାଇଛି । ତେବେ ଶୁଭମନ ଗିଲଙ୍କ ଉପରେ ଅତିରିକ୍ତ ଜରିମାନା ଲାଗିଛି । ଯାହା ତାଙ୍କୁ ନିଜ ହାତରୁ ଭରଣ କରିବାକୁ ହେବ ।

ବିଶ୍ବ ଟେଷ୍ଟ୍‌ ଚମ୍ପିଆନ୍‌ସିପ୍‌ରେ ଅଷ୍ଟ୍ରେଲିଆ ଠାରୁ ବଡ଼ ପରାଜୟର ଶିକାର ହୋଇଛି ଭାରତ । ୨୦୧୩ ପରଠାରୁ ଦୀର୍ଘ ୧୦ ବର୍ଷ ଧରି ଗୋଟିଏ ଆଇସିସି ଟ୍ରଫି ଲକ୍ଷ୍ୟରେ ରହିଥିବା ଭାରତକୁ ଏଥର ମଧ୍ୟ ନିରାଶ ହେବାକୁ ପଡ଼ିଛି । ଅଷ୍ଟ୍ରେଲିଆର ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗର ଶକ୍ତିଶାଳୀ ପ୍ରଦର୍ଶନ ଆଗରେ ଧୂଳି ଚାଟିଥିଲା ଟିମ୍‌ ଇଣ୍ଡିଆ । ତେବେ ଏତିକିରେ ସରିଯାଇନି ଭାରତୀୟ କ୍ରିକେଟ ଦଳର ଦୁର୍ଦ୍ଦଶା । ମ୍ୟାଚ୍‌ ହାରିବା ପରେ ମଧ୍ୟ ମ୍ୟାଟ୍‌ ଫି'ରୁ ବଞ୍ଚିତ ହୋଇଛନ୍ତି ଭାରତୀୟ କ୍ରିକେଟର । ଫାଇନାଲ ମ୍ୟାଚ୍‌ରେ ଧିମା ଓଭର କାରଣରୁ ସମସ୍ତ ଖେଳାଳିଙ୍କର ୧୦୦ ପ୍ରତିଶତ ମ୍ୟାଚ୍‌ ଫି କଟିଯାଇଛି । ସମସ୍ତଙ୍କ ଉପରେ ୧୦୦ ପ୍ରତିଶତ ଜରିମାନା ଲାଗିଥିବା ବେଳେ ଯୁବ ବ୍ୟାଟର ଶୁଭମନ ଗିଲଙ୍କ ଉପରେ ଲାଗିଛି ୧୧୫ ପ୍ରତିଶତ ଜରିମାନା । ଫଳରେ ୧୫ ପ୍ରତିଶତ ଜରିମାନା ତାଙ୍କୁ ନିଜ ହାକତରୁ ଭରିବାକୁ ହେବ ।

କାହିଁକି ଗିଲଙ୍କ ଉପରେ ଲାଗିଲା ଅଧିକ ଜରିମାନା: ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇବା ଓ ସମାଲୋଚନା କରିବା ଗିଲଙ୍କୁ ଭାରି ପଡ଼ିଲା । ଏଥିପାଇଁ ଭାରତୀୟ ପ୍ରାରମ୍ଭିକ ବ୍ୟାଟର ଶୁଭମନ ଗିଲଙ୍କ ଉପରେ ଅତିରିକ୍ତ ୧୫ ପ୍ରତିଶତ ଜରିମାନା ଲାଗିଛି । ଏହି ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲରେ ଗିଲଙ୍କୁ ଅମ୍ପାୟାର ଆଉଟ ଦେବା ପରେ ତାଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ହୋଇଥିଲା । ଏହା ବାସ୍ତବରେ ଆଉଟ୍‌ ନଥିଲା ବୋଲି ଅନେକ ମତ ରଖିଛନ୍ତି । ତେବେ ଗିଲ ନିଜ ଇନ୍‌ଷ୍ଟାଗ୍ରାମ ଓ ଟ୍ବିଟର ହ୍ୟାଣ୍ଡେଲ୍‌ରେ ଏହାକୁ ନେଇ ସମାଲୋଚନା କରିଥିଲେ । ଏଥିପାଇଁ ତାଙ୍କ ଉପରେ ମ୍ୟାଚ୍‌ ଫି'ର ୧୫ ପ୍ରତିଶତ ଜରିମାନା ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.