ETV Bharat / sports

WTC ଫାଇନାଲ, ତୃତୀୟ ଦିନ: ଓଦା ପଡିଆ ଯୋଗୁଁ ଖେଳ ଆରମ୍ଭ ବିଳମ୍ବ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ରେ ଲଗାଗାତ ଭାବେ ବର୍ଷା ପ୍ରତିବନ୍ଧକ ହେବାରେ ଲାଗିଛି । ଅଧିକ ପଢନ୍ତୁ...

WTC final, Day Three: Start of play delayed due to wet outfield
WTC ଫାଇନାଲ, ତୃତୀୟ ଦିନ: ଓଦା ପଡିଆ ଯୋଗୁଁ ଖେଳ ଆରମ୍ଭ ବିଳମ୍ବ
author img

By

Published : Jun 20, 2021, 3:49 PM IST

ସାଉଥାମ୍ପଟନ: ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ରେ ଲଗାଗାତ ଭାବେ ବର୍ଷା ପ୍ରତିବନ୍ଧକ ହେବାରେ ଲାଗିଛି । ତୃତୀୟ ଦିନ ଖେଳ ମଧ୍ୟ ଓଦା ପଡିଆ ଯୋଗୁଁ ନିର୍ଧାରିତ ସମୟରେ ଆରମ୍ଭ ହୋଇପାରିନାହିଁ । ୟୁକେ ସମୟ 10:20 am ଭାରତୀୟ ସମୟ 2:50 ISTରେ ଅମ୍ପାୟର ପଡିଆ ଅନୁଧ୍ୟାନ କରିଛନ୍ତି ।

"WTC ଫାଇନାଲ ମ୍ୟାଚ୍‌ର ତୃତୀୟ ଦିନ ଖେଳ ଆରମ୍ଭ ଓଦା ପଡିଆ ପାଇଁ ବିଳମ୍ବ ହୋଇଛି ।" ଆଇସିସି ପକ୍ଷରୁ ଟ୍ବିଟ ଯୋଗେଁ ଏହା ସ୍ପଷ୍ଟ କରାଯାଇଛି ।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ୍‌ର ଦ୍ବିତୀୟ ଦିନ ଖେଳ ମଧ୍ୟ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା । ତୃତୀୟ ସେସନ ଖେଳ ସଂପୂର୍ଣ୍ଣ ହୋଇପାରିନଥିଲା । ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟମ୍ପ୍‌ ଅପସାରଣ ହୋଇଥିଲା । ତୃତୀୟ ସେସନରେ ମାତ୍ର 9.1 ଓଭର ଖେଳ ସମ୍ଭବ ହୋଇଥିଲା ।

ଦ୍ବିତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 146/3 ରହିଛି । କ୍ୟାପଟେନ ବିରାଟ କୋହଲି 44 ଓ ଅଜିଙ୍କ୍ୟ ରାହାଣେ 29 ରନରେ ଅପରାଜିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.