ETV Bharat / sports

WTC ଫାଇନାଲ: ଜେମିଏସନ ଓ ୱାଗନରଙ୍କ ଘାତକ ଆକ୍ରମଣ, ବ୍ୟାକଫୁଟ୍‌ରେ ଭାରତ

କିୱି ଦ୍ରୁତ ବୋଲର କେଏଲ ଜେମିଏସନ, ନେଲ ୱାଗନର ନିୟମିତ ବ୍ୟବଧାନରେ ୱିକେଟ ହାସଲ କରିବା ସହ ତୃତୀୟ ଦିନର ପ୍ରଥମ ସେସନରେ ଭାରତକୁ ବ୍ୟାକଫୁଟ୍‌କୁ ଠେଲିଦେଇଛନ୍ତି । ଅଧିକ ପଢନ୍ତୁ...

WTC final, Day Three: Jamieson, Wagner strike to put India on backfoot
WTC ଫାଇନାଲ: ଜେମିଏସନ, ୱାଗନରଙ୍କ ଘାତକ ଆକ୍ରମଣ, ବ୍ୟାକଫୁଟ୍‌ରେ ଭାରତ
author img

By

Published : Jun 20, 2021, 6:30 PM IST

ସାଉଥାମ୍ପଟନ: ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ବୋଲରଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଦ୍ରୁତ ବୋଲର କେଏଲ ଜେମିଏସନ, ନେଲ ୱାଗନର ନିୟମିତ ବ୍ୟବଧାନରେ ୱିକେଟ ହାସଲ କରିବା ସହ ତୃତୀୟ ଦିନର ପ୍ରଥମ ସେସନରେ ଭାରତକୁ ବ୍ୟାକଫୁଟ୍‌କୁ ଠେଲିଦେଇଛନ୍ତି ।

ତୃତୀୟ ଦିନ ଲଞ୍ଜ୍‌ ସୁଦ୍ଧା ଭାରତର ସ୍କୋର 211/7 ରହିଛି । ରବିନ୍ଦ୍ର ଜାଡେଜା 15 ଓ ଇଶାନ୍ତ ଶର୍ମା 2 ରନରେ ଅପରାଜିତ ଅଛନ୍ତି । ପ୍ରଥମ ସେସନରେ ବିରାଟ କୋହଲି(44), ଋଷଭ ପନ୍ତ (4), ଅଜିଙ୍କ୍ୟ ରାହାଣେ(49) ଓ ରବିଚନ୍ଦ୍ରନ ଅଶ୍ବିନ (22) ରନରେ ପାଭିଲିୟନ ଫେରିଛନ୍ତି ।

ଓଦା ପଡିଆ ଯୋଗୁଁ ତୃତୀୟ ଦିନର ଖେଳ 30 ମିନିଟ ବିଳମ୍ବରେ ଆରମ୍ବ ହୋଇଥିଲା । ଦ୍ବିତୀୟ ଦିନର ଅସମାପ୍ତ ସ୍କୋର 146/3 ରୁ ଖେଳ ଆରମ୍ଭ କରିଥିଲା ଭାରତ । ମାତ୍ର 3 ରନ୍‌ ଯୋଡିବା ପରେ 68ତମ ଓଭରରେ କୋହଲିଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା । ପରେ ପନ୍ତ ମଧ୍ୟ କିଛି ଖାସ୍‌ କରିପାରିନଥିଲେ । ତେବେ ରାହାଣେ କିଛି ସମୟ ଲଢିବା ସହ ଅର୍ଦ୍ଧଶତକର ନିକଟତର ହୋଇଥିଲେ । ମାତ୍ର 49 ରନରେ ୱାଗନର ରାହାଣେଙ୍କୁ ଚତୁରତାର ସହଗ ଆଉଟ କରିବା ପରେ ଭାରତର ସ୍କୋର 182/6 ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.