ETV Bharat / sports

WTC ଫାଇନାଲକୁ 7 ଦିନ: ଟିମ୍‌ ଇଣ୍ଡିଆ ଉତ୍ସାହ ବଢାଅ, ଅପିଲ କଲା BCCI - ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତିକ୍ଷୀତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମୁକାବିଲାକୁ ଆଉ ମାତ୍ର 7 ଦିନ ବାକି । ଅଧିକ ପଢନ୍ତୁ...

WTC final: BCCI asks fans to get behind team ahead of high-octane clash against NZ
WTC ଫାଇନାଲକୁ 7 ଦିନ: ଟିମ୍‌ ଇଣ୍ଡିଆକୁ ଉତ୍ସାହିତ କରିବାକୁ BCCIର ଅପିଲ
author img

By

Published : Jun 11, 2021, 4:08 PM IST

ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବହୁ ପ୍ରତିକ୍ଷୀତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ମୁକାବିଲାକୁ ଆଉ ମାତ୍ର 7 ଦିନ ବାକି । ଜୁନ 18ରେ ସାଉଥାମ୍ପଟନର ଏଜେସ ବାଓଲରେ ଖେଳାଯିବାକୁ ଥିବା ଏହି ହାଇଭୋଲଟେଜ୍‌ ଲଢେଇ ପାଇଁ ଭାରତୀୟ ଖେଳାଳି ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ବିଶ୍ବର ଶ୍ରେଷ୍ଠ ଟେଷ୍ଟ ଦଳ ନିର୍ଣ୍ଣୟ ହେବାକୁ ଥିବା ଏହି ମ୍ୟାଚ୍‌ ପୂର୍ବରୁ ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପ୍ରଂଶସକଙ୍କୁ ଅପିଲ କରିଛି । କାଉଣ୍ଟଡାଉନ ଗୋଟିଏ ସପ୍ତାହକୁ ଖସିଲା ବୋଲି ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଟ୍ବିଟ କରିଛି ବିସିସିଆଇ ।

ବିରାଟ ବାହିନୀ WTC ଫାଇନାଲ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି ଚଳାଇଛନ୍ତି । ଗୁରୁବାର ଟିମ ଇଣ୍ଡିଆର ଅଭ୍ୟାସ ସମୟର ଭିଡିଓ ମଧ୍ୟ ସେୟାର କରିଥିଲା ବୋର୍ଡ । ଆଇସୋଲେସନ ସମୟ ଶେଷ କରି ପ୍ରଥମ ସାମୂହିକ ଅଭ୍ୟାସ କରିଛି ଟିମ । ଜୁନ 3ରେ ଭାରତୀୟ ଟିମ ସାଉଥାମ୍ପଟନରେ ପହଞ୍ଚିବା ପରେ ପ୍ରତ୍ୟେକ ସଦସ୍ୟ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିଥିଲେ । ପରେ ଆଇସୋଲେସନ ସମୟରେ ନିୟମିତ କୋଭିଡ ଟେଷ୍ଟର ସାମ୍ନା କରିଥିଲେ ।

ଅନ୍ୟପଟେ ନ୍ୟୁଜିଲାଣ୍ଡ ଟିମ ପୂର୍ବରୁ ଇଂଲଣ୍ଡ ରହି ଘରୋଇ ଟିମ ସହ ଦ୍ବିପାକ୍ଷିକ ଟେଷ୍ଟ ସିରିଜ ଖେଳିବାରେ ବ୍ୟସ୍ତ ରହିଛି । ତେବେ ଦ୍ବିତୀୟ ଟେଷ୍ଟ ଶେଷ ପରେ ଜୁନ 15ରେ ଇସିବି ପକ୍ଷରୁ ପ୍ରସ୍ତୁତ ଜୈବ ସୁରକ୍ଷା ବଳୟରୁ ବାହାରି WTC ଫାଇନାଲ ପାଇଁ ଆଇସିସି ପକ୍ଷରୁ ପ୍ରସ୍ତୁତ ଜୈବ ସୁରକ୍ଷା ବଳୟରେ ପ୍ରବେଶ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.