ETV Bharat / sports

WPL 2023: ଆଜି ମୁମ୍ବାଇ-ଦିଲ୍ଲୀ ମୁକାବିଲା, ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଦୁଇ ଦଳ - ମୁମ୍ବାଇ ଦିଲ୍ଲୀ ମ୍ୟାଚ

ମହିଳା ପ୍ରିମିୟର ଲିଗରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହେବ । ହ୍ୟାଟ୍ରିକ ବିଜୟ ଲକ୍ଷ୍ଯ ନେଇ ମଇଦାନକୁ ଓହ୍ଲାଇବେ ଦୁଇଦଳ । ଅଧିକ ପଢନ୍ତୁ

mumbai indians vs delhi capitals
WPL 2023
author img

By

Published : Mar 9, 2023, 1:52 PM IST

ମୁମ୍ବାଇ: ମହିଳା ପ୍ରିମିୟର ଲିଗରେ ଆଜି (ଗୁରୁବାର) ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ହର୍ମନପ୍ରୀତଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ମେଗ ଲାନିଙ୍ଗ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ଦୁଇ ଦଳ ଦୁଇଟି ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି । ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଆଜି ମଇଦାନକୁ ଓହ୍ଲାଇବେ ମୁମ୍ବାଇ ଦିଲ୍ଲୀ । ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ମ୍ୟାଚ ଖେଳାଯିବ । ରାତି 7ଟା 30ରେ ମ୍ୟାଚ ଆରମ୍ଭ ହେବ ।

ମୁମ୍ବାଇ ଇଣ୍ଡିଆନ୍ସ ତାର ଉଦଘାଟନୀ ମ୍ୟାଚରେ ଗୁଜରାଟ ଜାଏଣ୍ଟ୍ସକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କରିଥିଲା । ଗୁଜରାଟ ବିପକ୍ଷରେ 143 ରନର ବିଶାଳ ବିଜୟ ହାସଲ କରିଥିଲା । ଏହା ପରେ ଦ୍ବିତୀୟ ମ୍ୟାଚରେ ରୟାଲ ଚାଲେଞ୍ଜର୍ସକୁ ପରାସ୍ତ କରିଥିଲା । ଆଜି ଗୁଜରାଟକୁ ପରାସ୍ତ କରି ବିଜୟଧାରା ବଜାୟ ଲକ୍ଷ୍ୟରେ ରହିଛି ମୁମ୍ବାଇ । ଦୁଇଟି ମ୍ୟାଚ ଜିତିବା ପରେ ଦୃଢ ମନୋବଳରେ ରହିଛନ୍ତି ମୁମ୍ବାଇ ଖେଳାଳି ।

ଏହା ବି ପଢନ୍ତୁ...WPL 2023: ଆରସିବିର ହ୍ୟାଟ୍ରିକ ପରାଜୟ, 11ରନରେ ଜିତିଲା ଗୁଜରାଟ

ସେହିପରି ମହିଳା ପ୍ରିମିୟର ଲିଗରେ ଦିଲ୍ଲୀ ମଧ୍ୟ ଦମଦାର ପ୍ରଦର୍ଶନ କରିଛି । ମେଗ ଲାନିଙ୍ଗଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ତାର ପ୍ରଥମ ମ୍ୟାଚରେ ଆରସିବି ଓ ଦ୍ବିତୀୟ ମ୍ୟାଚରେ ୟୁପି ୱାରିୟର୍ଜକୁ ପରାସ୍ତ କରିଥିଲା । ମୁମ୍ବାଇ ବିପକ୍ଷରେ ଆଜିର ମକାବିଲା ଜିତି ବିଜୟଧାରା ଜାରି ରଖିବାକୁ ଲକ୍ଷ୍ୟ ରଖିଛି ଦିଲ୍ଲୀ ।

ଏହା ବି ପଢନ୍ତୁ...INDvsAUS 4th Test: ଖେଳାଳିଙ୍କୁ ଭେଟିଲେ, ପଡିଆ ପରିଦର୍ଶନ କଲେ ଦୁଇ ଦେଶର ପ୍ରଧାନମନ୍ତ୍ରୀ

ପ୍ରକାଶଥାଉ କି ମହିଳା ପ୍ରିମିୟର ଲିଗରେ ବର୍ତ୍ତମାନ ସୁଦ୍ଧା 6ଟି ମ୍ୟାଚ ଖେଳାଯାଇଛି । ମୁମ୍ବାଇ ଓ ଦିଲ୍ଲୀ ଦୁଇଟି ଲେଖାଏଁ ମ୍ୟାଚ ଜିତି ଟେବୁଲର ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ୟୁୁପି ୱାରିୟର୍ସ ଓ ଗୁଜରାଟ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଆରସିବି ବିଜୟ ଖାତା ଖୋଲି ନାହିଁ । ଦଳର ଲଗାତାର ତୃତୀୟ ପରାଜୟ ହୋଇଛି । ଟେବୁଲ ଶେଷରେ ରହିଛି ସ୍ମୃତି ମାନ୍ଧନାଙ୍କ ନେତୃତ୍ବାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ।

ମୁମ୍ବାଇ ସ୍କ୍ବାର୍ଡ: ହେଲେ ମାଥ୍ୟୁଜ, ୟାସ୍ତିକା ଭାଟିଆ, ନେଟ ସାଇବର ବ୍ରାଟ, ହର୍ମନପ୍ରୀତ କୌର, ଆମେଲିୟା କେର/ କଲୋ ଟ୍ରାଇଟନ, ପୂଜା ବସ୍ତ୍ରାକାର, ଇସି ବୋଙ୍ଗ, ହୁମାୟରା କାଜି, ଅମରଜୋତ କୌର, ଜିତିମନୀ କଲିତା, ରାଧା ଯାଦବ ।

ଦିଲ୍ଲୀ ସ୍କ୍ବାର୍ଡ: ମେଗ ଲାନିଙ୍ଗ, ସେଫାଳି ବର୍ମା, ମରିଜେନ କପ, ଜେମିମା ରୋଡ୍ରିଗ୍ସ, ଏଲିସ କେପସି/ ଲୋରା ହାରିସ, ଜେସ ଜୋନାସନ, ତାନ୍ୟା ଭାଟିଆ, ଶିକ୍ଷା ପାଣ୍ଡେ, ଅରୁନ୍ଦତୀ ରେଡ୍ଡୀ/ଟାଇଟସ ସାଧୁ, ତାରା ନୋରିସ, ରାଧା ଯାଦବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.