ନୂଆଦିଲ୍ଲୀ: ଗୁରୁବାରଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚ । ଏହି ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହେବା ନେଇ ଆଲୋଚନା ହେଉଛି । ତେବେ ଯଦି ଚୂଡ଼ାନ୍ତ ଏକାଦଶରେ ରବିନ୍ଦ୍ରନ ଅଶ୍ବିନ ସାମିଲ ନହେଲେ ତେବେ ଆଶ୍ଚର୍ଯ୍ୟ ହେବେ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ଆଶିଷ ନେହେରା ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ଟିକିଆ ଟେଷ୍ଟ ମ୍ୟାଚ ଜାରି ରହିଛି । ବର୍ତ୍ତମାନ ଏହି ସିରିଜ ୧-୧ରେ ବରାବର ରହିଛି । ନେହେରା କହିଛନ୍ତି ଯେ, "ଓଭାଲ ଏକ ଭଲ ବ୍ୟାଟିଂ ପିଚ୍ । ଇଂଲଣ୍ଡ କ୍ରିକେଟ ପାଇଁ ଏମିତି ଏକ ସ୍ଥାନ ଯେଉଁଠି ପ୍ରତି ସେସନରେ ପିଚରେ ପରିବର୍ତ୍ତନ ଦେଖାଯାଏ । କିନ୍ତୁ ଓଭାଲ ଅଧିକ ବାଉନ୍ସ ଦେଖିବାକୁ ମିଳିବ କିନ୍ତୁ ବୋଲରଙ୍କୁ ଅଧିକ ସ୍ବିଙ୍ଗ ମିଳିପାରିବ ନାହିଁ । କୋରୋନା କଟକଣା ଯୋଗୁଁ ଆଜିକାଲି ସାଲିଭା ବ୍ୟବହାର କରି ପାରୁନାହାନ୍ତି । ଏଭଳି ସ୍ଥିତିରେ ବୋଲରଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ହେବ । ଇଂଲଣ୍ଡରେ ସବୁବେଳେ ଥଣ୍ଡା ପରିବେଶ ଦେଖିବାକୁ ମିଳେ, କିନ୍ତୁ ଓଭାଲରେ ଏଥିରେ କିଛିଟା ବ୍ୟତିକ୍ରମ ଦେଖାଯାଏ । ଏଥିପାଇଁ ଏହି ମ୍ୟାଚରେ ଅଶ୍ବିନ ସାମିଲ ନହେଲେ ନିଶ୍ଚିତ ଭାବରେ ମୁଁ ଆଶ୍ଚର୍ଯ୍ୟ ହେବି ।"
୨୦୧୧ ପରଠୁ ଅଧିକାଂଶ ଇଂଲଣ୍ଡ ଗସ୍ତ କରିଛି ଭାରତ କିମ୍ବା ଭାରତ ଗସ୍ତ କରିଛି ଇଂଲଣ୍ଡ । ବର୍ତ୍ତମାନ ସୁଦ୍ଧା ଏହା ଭାରତର ଇଂଲଣ୍ଡକୁ ଚତୁର୍ଥ ଗସ୍ତ । ଏହି ସିରିଜଗୁଡ଼ିକରେ ଅଶ୍ବିନ ଜବରଦସ୍ତ ପ୍ରଦର୍ଶନ କରି ଦେଖାଇଛନ୍ତି । ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବା ନିତାନ୍ତ ଆବଶ୍ୟକ ବୋଲି କହିଛନ୍ତି ନେହେରା । ଏହାସହ ଋଷଭ ପନ୍ତ ଭଳି ଖେଳାଳିଙ୍କୁ ନିଜ ଖେଳରେ କିଛିଟା ପରିବର୍ତ୍ତନ ହେବା ଆବଶ୍ୟକ ବୋଲି କହିଛନ୍ତି ନେହେରା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ