ETV Bharat / sports

World Cup 2023: ଏକାନାରେ ଭାରତୀୟ କ୍ରିକେଟରଙ୍କ ନୂଆ ଅନ୍ଦାଜ; ବିରାଟ-ଗିଲ-SKY କଲେ ବୋଲିଂ, ବୁମରା ଧରିଲେ ବ୍ୟାଟ୍‌

author img

By ETV Bharat Odisha Team

Published : Oct 27, 2023, 8:58 PM IST

ଲକ୍ଷ୍ନୌ ସ୍ଥିତ ଏକାନା ଷ୍ଟାଡିୟମରେ ଭାରତୀୟ କ୍ରିକେଟରଙ୍କ ନୂଆ ଅନ୍ଦାଜ । ବିରାଟ, ଗିଲ, ସୂର୍ଯ୍ୟ କଲେ ବୋଲିଂ ଓ ବ୍ୟାଟ୍‌ ଧରିଲେ ବୁମରା । ଅଧିକ ପଢନ୍ତୁ

World Cup 2023
World Cup 2023

ଲକ୍ଷ୍ନୌ: ଆସନ୍ତା ୨୯ ତାରିଖ ରବିବାର ଏକାନା ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ୨୯ତମ ଲିଗ୍ । ଏହି ମ୍ୟାଚ୍‌ରେ ଇଂଲଣ୍ଡକୁ ଧରାଶାୟୀ କରି ବିଜୟଧାରାକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଟିମ । ତେବେ ଗୁରୁବାର ସକାଳେ ଭାରତୀୟ ଟିମ ଲକ୍ଷ୍ନୌରେ ପହଞ୍ଚି ସାରିଥିବା ବେଳେ ଜାରି ରଖିଛି ନେଟ୍‌ ପ୍ରାକ୍ଟିସ । ଏହି ସମୟରେ ଭାରତୀୟ କ୍ରିକେଟରଙ୍କୁ ନୂଆ ଅନ୍ଦାଜରେ ଦେଖିବାକୁ ମିଳିଛି । ଭାରତୀୟ ବ୍ୟାଟର୍‌ ବିରାଟ କୋହଲି, ଶୁଭମନ ଗିଲ୍‌ ଓ ସୂର୍ଯ୍ୟ କୁମାର ଯାଦବ ବୋଲିଂ କରିଥିବା ବେଳେ ପେସର୍‌ ଜଶପ୍ରୀତ ବୁମରା ବ୍ୟାଟିଂ କରିଥିବା ଦେଖିବାକୁ ମିଳିଛି ।

  • " class="align-text-top noRightClick twitterSection" data="">

ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ସମସ୍ତ ପ୍ଲେୟାରଙ୍କୁ ପିଚ୍‌ ସମ୍ପର୍କରେ ଅବଗତ କରାଇଥିଲେ । ଏହାସହ ଫିଲ୍ଡିଂ ନେଇ ପ୍ଲେୟାରଙ୍କୁ ତାଲିମ ଦେଇଥିଲେ । ଅଭ୍ୟାସର ପ୍ରଥମ ଭାଗରେ ଭାରତୀୟ ବ୍ୟାଟର୍‌ ନେଟ୍‌ରେ ବ୍ୟାଟିଂ ଅଭ୍ୟାସ କରିଥିଲେ ଓ ବୋଲର୍‌ ମଧ୍ୟ ଅନୁରୂପ ଭାବରେ ବୋଲିଂ କରିଥିଲେ । ହେଲେ ଏହାପରେ ଶୁବମନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବ ସ୍ପିନ ବୋଲିଂ କରିଥିବା ଦେଖିବାକୁ ମିଳିଥିଲା । ଗିଲ୍‌ ଓ ସୂର୍ଯ୍ୟଙ୍କ ବ୍ୟତୀତ ବିରାଟ କୋହଲି ମଧ୍ୟ ବୋଲିଂ ପ୍ରାକ୍ଟିସ କରୁଥିବା ନଜର ଆସିଛନ୍ତି ।

ଏହା ବି ପଢନ୍ତୁ- Watch Video: ଇଂଲଣ୍ଡକୁ ଧରାଶାୟୀ କରିବା ଲକ୍ଷ୍ୟ, ଏକାନାରେ ଟିମ ଇଣ୍ଡିଆର ନେଟ୍‌ ପ୍ରାକ୍ଟିସ

ଗତ ମ୍ୟାଚଂରେ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଅଧା ଓଭରରୁ ବୋଲିଂ କରିଥିଲେ କୋହଲି । ପୂର୍ବରୁ ସୁରେଶ ରୈନା ଓ ଯୁବରାଜ ସିଂ ଟିମରେ ବୋଲରଙ୍କ ଅଭାବକୁ ପୂରଣ କରୁଥିଲେ । ତେବେ ଏବେ ସୁବମନ ଗିଲ୍‌, ସୂର୍ଯ୍ୟ କୁମାର ଯାଦବ ଓ ବିରାଟ କୋହଲି ଏହି ଅଭାବକୁ ପୂରଣ କରିପାରିବେ ।

ବ୍ୟାଟିଂ କଲେ ବୁମରାହ:- ଏହି ଅଭ୍ୟାସ ମ୍ୟାଚରେ ଭାରତୀୟ ପେସର୍‌ ଜଶପ୍ରୀତ ବୁମରାହ ବ୍ୟାଟିଂ କରୁଥିବା ନଜର ଆସିଛନ୍ତି । ଏହାସହିତ ବୁମରାହଙ୍କ ବାମ ହାତରେ ମଧ୍ୟ ବୋଲିଂ ଅଭ୍ୟାସ କରିଛନ୍ତି । ଯାହାକୁ ଦେଖି ଫ୍ୟାନ୍ସ ବେଶ ଖୁସି ହେବା ସହିତ ଭିନ୍ନ ଭିନ୍ନ କମେଣ୍ଟ ଦେଇଛନ୍ତି । ଅନ୍ୟପଟେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ଅଫ ସ୍ପିନ ବୋଲିଂ କରୁଥିବା ଦେଖିବାକୁ ମିଳିଛି । ସୂଚନା ଥଉ କି ଭାରତ କ୍ରମାଗତ ଭାବେ ୫ଟି ମ୍ୟାଚ୍‌ରେ ବିଜୟ ହାସଲ କରି ଏବେ ଦୃଢ ସ୍ଥିତିରେ ରହିଛି । ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ଜିତି ଟିମ ବିଜୟଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.