ETV Bharat / sports

World Cup 2023: ଚେନ୍ନାଇ-ଅହମ୍ମଦାବାଦ ପିଚ୍‌ ରେଟିଂ ନେଇ ଏକମତ ନୁହନ୍ତି ଦ୍ରାବିଡ

ଆଇସିସି ଦିନିକିଆ ବିଶ୍ବକପ 2023ରେ ଚେନ୍ନାଇ-ଅହମ୍ମଦାବାଦ ପିଚ ରେଟିଂ ନେଇ ଏକମତ ନୁହନ୍ତି ଭାରତୀୟ ଦଳ ମୁଖ୍ୟ କୋଚ ରାହୁଲ ଦ୍ରାବିଡ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 22, 2023, 12:54 PM IST

Rahul Dravid on Chennai pitch rating
World Cup 2023

ନୂଆଦିଲ୍ଲୀ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 ଜାରି ରହିଛି । ଏଯାବତ 20ଟି ଲିଗ୍‌ ମ୍ୟାଚ୍‌ ଖେଳ ସରିଛି । ଭାରତ ମୋଟ 4ଟି ମ୍ୟାଚ ଖେଳି ସବୁଥିଲେ ବିଜୟ ହାସଲ କରିଛି । ଭାରତ ଓ ପାକିସ୍ତାନ ଏବଂ ଭାରତ ଓ ଅଷ୍ଟ୍ରେଲିଆ ମ୍ୟାଚ୍‌ ଖେଳା ଯାଇଥିବା ପିଚ୍‌କୁ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ କାଉନସିଲ (ଆଇସିସି) ଦ୍ବାରା ଆଉ ଆଭରେଜ ରେଟିଂ ଦିଆଯାଇଛି । ଏହାକୁ ଭାରତୀୟ ଦଳ ମୁଖ୍ୟ କୋଚ୍‌ ନାପସନ୍ଦ କରିଛନ୍ତି ।

ସେ କହିଛନ୍ତି,"ଦିନିକିଆ କ୍ରିକେଟରେ କେବଳ ପାୱାର ହିଟିଂ ନୁହେଁ ବରଂ ଖେଳାଳିଙ୍କ ବିଭିନ୍ନ ପ୍ରକାର ଦକ୍ଷତା ପ୍ରଦର୍ଶିତ କରାଯିବା ଉଚିତ । ଭାରତ ଅହମ୍ମଦାବାଦରେ ପାକିସ୍ତାନକୁ 42.5 ଓଭରରେ 191 ରନ୍‌ରେ ଅଲଆଉଟ୍‌ କରିଥିଲା । ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ କଙ୍ଗାରୁ ଦଳକୁ 49.3 ଓଭରରେ 199ରନରେ ଅଲଆଉଟ୍‌ କରିଥିଲା ।"

ପିଚର କ୍ବାଲିଟି ସମ୍ପର୍କରେ ରାହୁଲ ଦ୍ରାବିଡ କହିଛନ୍ତି,"ସେହି ଦୁଇ ପିଚକୁ ଦିଆଯାଇଥିବା ଆଭରେଜ ରେଟିଂ ସହ ମୁଁ ଏକମତ ନୁହେଁ । ମୋ ମତରେ ସେଗୁଡ଼ିକ କ୍ରିକେଟ ପାଇଁ ଭଲ ପିଚ୍‌ । ଯଦି ତୁମେ ମ୍ୟାଚରେ କେବଳ 350ରୁ ଉର୍ଦ୍ଧ୍ବ ସ୍କୋର ଦେଖିବାକୁ ଚାହଁ ତେବେ କେବଳ ସେହି ପିଚକୁ ଭଲ ରେଟିଂ ଦିଅ । ତାହା ପରେ ମୁଁ ଏଥିରେ ଏକମତ ହେବି । ମୋ ମତରେ ପିଚ୍‌ ରେଟିଂ କରିବା ପୂର୍ବରୁ ଷ୍ଟ୍ରାଇକ୍‌ ରୋଟେଟ୍‌, କ୍ବାଲିଟି ସ୍ପିନ୍‌ ବୋଲିଂ ଭଳି ଖେଳାଳିଙ୍କ ବିଭିନ୍ନ ଦକ୍ଷତାକୁ ଧ୍ୟାନ ଦିଆଯିବା ଦରକାର ।"

ଏହା ବି ପଢନ୍ତୁ...World Cup 2023: ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର, ଶୀର୍ଷ ସ୍ଥାନ ପାଇଁ ଲଢ଼ିବ ରୋହିତ ସେନା

ରାହୁଲ ଦ୍ରାବିଡ ଆହୁରି କହିଛନ୍ତି,"ଆମେ ଖେଳିଥିବା ଦିଲ୍ଲୀ ଓ ପୁନେ ଭଳି ପିଚ୍‌ରେ ମିଡିଲ ଓଭରରେ ଷ୍ଟ୍ରାଇକ୍‌ ରୋଟେଟ୍‌ କରିବା କଷ୍ଟକର ନଥିଲା । ସେଠାରେ କିଏ ଅଧିକ ଚୌକା ଓ ଛକା ମାରିପାରିବ, ତାହାର ପ୍ରତିଯୋଗିତା ଚାଲିଥିଲା । ଏଣୁ ମୋ ମତରେ ମ୍ୟାଚ୍‌ରେ ହୋଇଥିବା ସ୍କୋର ଆଧାରରେ ପିଚକୁ ରେଟିଂ ଦିଆଯିବା ଉଚିତ ନୁହେଁ । ମୋ ମତରେ କେଉଁ ପିଚ ଭଲ କିମ୍ବା ଆଭରେଜ ଜାଣିବା ପାଇଁ ଆମକୁ ଅନ୍ୟ ଭଲ ମାଧ୍ୟମ ଦରକାର । ବେଳେବେଳେ ୱିକେଟରେ ବଲ ଟର୍ଣ୍ଣ କରିବ, ସିମ କରିବ, ସ୍ବିଙ୍ଗ୍‌ କରିବ ଓ ବଲ ବାଉନ୍ସ କରିବ । କିନ୍ତୁ ଆମ ସମସ୍ତେ କେବଳ ଚୌକା ଓ ଛକା ସହିତ 350 ସ୍କୋର ଦେଖିବାକ ଚାହୁଁ । ତେବେ ଯାଇ ପିଚକୁ ଗୁଡ୍‌ ପିଚ ରେଟିଂ ମିଳିବ ଯେଉଁଥିଲେ ମୁଁ ଏକମତ ନୁହେଁ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.