ହାଇଦ୍ରାବାଦ: କ୍ରିକେଟ ବିଶ୍ବକପ 2023ର ପ୍ରଥମ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଏଥିରେ ନ୍ୟୁଜିଲାଣ୍ଡ 9 ୱିକେଟରେ ଡିଫେଣ୍ଡିଂ ଚାମ୍ପିଆନ ଇଂଲଣ୍ଡକୁ ପରାସ୍ତ କରିଛି । ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବୀନ୍ଦ୍ର ଓ ଡେଭନ କନୱେ ଅପରାଜିତ ଶତକ ହାସଲ କରିଥିଲେ । ରଚିନ 96 ବଲରେ 123 ରନ କରିଛନ୍ତି । ସେଥିରେ 11ଟି ଚୌକା ଓ 5ଟି ଛକା ରହିଛି । ଏହା ସହିତ ଏହି ଦୁଇ ଖେଳାଳି ରେକର୍ଡ 273ରନର ପାର୍ଟନରସିପ୍ କରିଛନ୍ତି । ତେବେ ରଚିନ ରବିନ୍ଦ୍ରଙ୍କ ଏପରି ନାମ ପଛରେ ଏକ ବଡ଼ ରାଜ ରହିଛି । ତାଙ୍କ ବାପା ଚାହୁଁଥିଲେ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡ ଓ ସଚିନ ତେନ୍ଦୁଲକରଙ୍କ ନାମ ମିଶ୍ରଣରେ ତାଙ୍କ ନାମକରଣ ହେଉ । ତେଣୁ ତାଙ୍କ ନାମ ରଚିନ ରଖାଯାଇଥିଲା ।
କାହିଁକି ରଚିନ ରବୀନ୍ଦ୍ର: ନ୍ୟୁଜିଲାଣ୍ଡର 23 ବର୍ଷୀୟ ଅଲରାଉଣ୍ଡର ଖେଳାଳି ରଚିନ ରବୀନ୍ଦ୍ର ଦୁଇବର୍ଷ ପୂର୍ବେ କ୍ରିକେଟରେ ପଦାର୍ପଣ କରିଥିଲେ । ସେ ଏଯାବତ 13ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ ଏବଂ ବୋଲରଙ୍କ ଜନ୍ମ ୱେଲିଂଟନରେ । କାନପୁରରେ ଭାରତ ବିପକ୍ଷରେ ସେ ଡେବ୍ୟୁ କରିଥିଲେ । ସେ ତାଙ୍କ ହୋମଟାଉନ ବେଙ୍ଗାଲୁରୁରେ କ୍ଲବ୍ କ୍ରିକେଟ୍ ଖେଳିଥିଲେ । ଏହାପରେ ତାଙ୍କ ପରିବାର ନ୍ୟୁଜିଲାଣ୍ଡ ଚାଲି ଯାଇଥିଲେ । ବିଶ୍ବକପ 2023ରେ ଇଂଲଣ୍ଡ ବିପକ୍ଷରେ ରଚିନଙ୍କ ଦମଦାର ପାଳି ଖେଳିବା ସହ ପ୍ରଥମ ଓଭରରେ ହ୍ୟାରୀ ବ୍ରୁକଙ୍କୁ ଆଉଟ କରି ସେ ଚର୍ଚ୍ଚାକୁ ଆସିଛନ୍ତି ।
ଏହା ବି ପଢନ୍ତୁ...Cricket World Cup 2023: କନୱେ ଓ ରବୀନ୍ଦ୍ରଙ୍କ ଦମଦାର ଶତକ, ହାରିଲା ଡିଫେଣ୍ଡି ଚମ୍ପିଆନ ଇଂଲଣ୍ଡ
ତେବେ ତାଙ୍କର ଏପରି ନାମ ପଛରେ ଏକ କୌତୁହଳପୂର୍ଣ୍ଣ କାହାଣୀ ରହିଛି । ତାଙ୍କ ବାପା ଚାହୁଁଥିଲେ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କ ନାମ ମିଶ୍ରଣରେ ପୁଅର ନାମ ରଖିବାକୁ । ଏହାସହିତ ସଚିନ ଓ ରାହୁଲଙ୍କ ଗୁଣ ତାଙ୍କୁ ମିଳୁ । ତେଣୁ ତାଙ୍କ ବାପା ତାଙ୍କ ନାମ ରଚିନ ରଖିଥିଲେ । ରଚିନ ଭାରତୀୟ ମୂଳ ବାସିନ୍ଦା । ରଚିନଙ୍କ ବାପା ଜଣେ ସପ୍ଟୱେୟାର ଇଞ୍ଜିନିୟର ।
82 ବଲରେ ଶତର ହାସଲ କରିଥିଲେ ରଚିନ: ବିଶ୍ବକପ 2023ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯାଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ 9 ୱିକେଟ ହରାଇ 282 ରନ୍ କରିଥିଲା । 283 ରନ୍ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ 36 ଓଭରରେ 2 ବଲରେ ଖେଳ ଶେଷ କରି ଦେଇଥିଲା । ଡେଭନ କନୱେ ଓ ରଚିନ ରବୀନ୍ଦ୍ର ଅପରାଜିତ ଶତକ ହାସଲ କରି ଇଂଲଣ୍ଡକୁ 9 ୱିକଟେରେ ପରାସ୍ତ କରିଥିଲେ । ତେବେ ରଚିନ ମାତ୍ର 82 ବଲରେ ଶତକ ହାସଲ କରିଥିଲେ । 9 ଚୌକା ଓ 4 ଛକା ସହ ଶତକ ପୂରଣ କରିଥିଲେ ।