ETV Bharat / sports

Cricket World Cup 2023: ଆଜି ବାଂଲାଦେଶ ବିପକ୍ଷ ମ୍ୟାଚ ଖେଳିବେନି ମ୍ୟାକ୍ସୱେଲ୍‌ !

author img

By ETV Bharat Odisha Team

Published : Nov 11, 2023, 10:05 AM IST

ବିଶ୍ବକପରେ ଆଜି ଅଷ୍ଟ୍ରେଲିଆ ଓ ବାଂଲାଦେଶ ମୁକାବିଲା । ଶେଷ ଲିଗ ମ୍ୟାଚ ଖେଳି ନପାରନ୍ତି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ଅଧିକ ପଢନ୍ତୁ

Glenn Maxwell
Glenn Maxwell

ହାଇଦ୍ରାବାଦ: ଆଇସିସି ପୁରୁଷ ବିଶ୍ବକପରେ ଆଜି 43ତମ ଲିଗ ମ୍ୟାଚ ଖେଳାଯିବ । ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ବାଂଲାଦେଶ । ହେଲେ ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ଝଟକା । ଲିଗ ମ୍ୟାଚର ଶେଷ ମ୍ୟାଚ ଖେଳି ନପାରନ୍ତି ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଆଜିର ମ୍ୟାଚରୁ ବାଦ ପଡିପାରନ୍ତି । ବାଂଲାଦେଶ ବିପକ୍ଷ ମ୍ୟାଚରେ ବିସ୍ଫୋରକ ପାଳି ଖେଳି ସେ ଦମଦାର ଦ୍ବିଶତକ ହାସଲ କରି ଦଳକୁ ବିଜୟୀ କରିଥିଲେ । ଯାହାଫଳରେ ଅଷ୍ଟ୍ରେଲିଆ ସେମିକୁ ପ୍ରବେଶ କରିଥିଲା ।

ଗୋଡ଼ରେ କଷ୍ଟ ଅନୁଭବ କରୁଥିବାରୁ ଶୁକ୍ରବାର ଅଭ୍ୟାସ ମଧ୍ୟ କରିନଥିଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । ଆଗକୁ ସେମିଫାଇନାଲରେ ଦଳ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଥିବାବେଳେ ମ୍ୟାକ୍ସୱେଲ୍‌ଙ୍କ ଫିଟନେସ ଉପରେ ଅଧିକ ଗୁରୁତ୍ବ ଦେଇଛି । ଅଷ୍ଟ୍ରେଲିଆର ଆସିଷ୍ଟାଣ୍ଟ କୋଟ ଡାନିଏଲ ଭେଟୋରି ଶୁକ୍ରବାର ଦିନ ଗଣମାଧ୍ୟମକୁ କହିଥିଲେ ଯେ, ମ୍ୟାକ୍ସୱେଲ୍‌ ନିଶ୍ଚିତ ଭାବରେ ସୁସ୍ଥ ହୋଇ ପୂର୍ବ ଅବସ୍ଥାକୁ ଫେରିଆସିବେ । ମ୍ୟାଚ ଖେଳିବା ସମୟରେ ସେ କଷ୍ଟ ଅନୁଭବ କରୁଥିବା ଆମେ ଦେଖିଛୁ । ତଥାପି ପୂର୍ବ ମ୍ୟାଚରେ ସେ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ଯଦି ବି ସେ ଆଜିର ମ୍ୟାଚ ଖେଳୁଛନ୍ତି ତେବେ ତାଙ୍କର ପ୍ରଦର୍ଶନ କେମିତି ରହୁଛି ତା' ଉପରେ ସମସ୍ତଙ୍କ ନଜର ରହିବ । କୋଲକାତାରେ ସେମିଫାଇନାଲ୍ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ସମସ୍ତଙ୍କ ଆଶା ।

ଏହା ମଧ୍ୟ ପଢନ୍ତୁ-Cricket World Cup 2023: ୱାଙ୍ଖେଡେରେ ୱାନ୍‌ ମ୍ୟାନ୍‌ ଶୋ', ଅଷ୍ଟ୍ରେଲିଆକୁ ଅବିଶ୍ବସନୀୟ ଭାବେ ଜିତାଇଲେ ମ୍ୟାକ୍ସୱେଲ୍‌

ଗତ ନଭେମ୍ବର 7 ତାରିଖରେ ୱାଙ୍ଖେଡେରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଅବିଶ୍ବସନୀୟ ଭାବେ ବିଜୟ ହାସଲ କରିଥିଲା ଅଷ୍ଟ୍ରେଲିଆ । ବିଶ୍ବକପ୍‌ ଇତିହାସର ଶ୍ରେଷ୍ଠ ପାଳି ଖେଳିଥିଲେ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ । କେବଳ 91 ରନରେ 7 ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିବା ଅଷ୍ଟ୍ରେଲିଆକୁ ବିସ୍ଫୋରକ ବ୍ୟାଟିଂ କରି ବିଜୟୀ କରାଇଲେ ମ୍ୟାକ୍ସୱେଲ୍‌ । ବାରମ୍ବାର ଗୋଡ଼ରେ କଷ୍ଟ ଅନୁଭବ କରୁଥିବା ସତ୍ତ୍ବେ ଧୂଆଁଧାର ଦ୍ବିଶତକ ଅର୍ଜନ କରି ଇତିହାସ ରଚିଲେ ମ୍ୟାକ୍ସୱେଲ୍‌ । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଇବ୍ରାହିମ ଜଦ୍ରାନଙ୍କ ଶତକୀୟ ପାଳି ବଳରେ ୨୯୧ ରନ ସଂଗ୍ରହ କରିଥିଲା । ଜବାବରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଏକାକୀ ୨୦୧ ରନ ସ୍କୋର କରି ଦଳକୁ ଅବିଶ୍ବସନୀୟ ଭାବେ ମ୍ୟାଚ୍‌ ଜିତାଇ ସେମିଫାଇନାଲ୍‌ରେ ପହଞ୍ଚାଇ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.