ETV Bharat / sports

ବିଶ୍ବକପ ୨୦୨୩: ଅଷ୍ଟ୍ରେଲିଆକୁ ପଛରେ ଛାଡ଼ିଲା ଭାରତ, ଗୋଟିଏ ଟୁର୍ଣ୍ଣାମେଣ୍ଟରେ ନେଲା ସର୍ବାଧିକ ୱିକେଟ - ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ

ଫାଇନାଲ ଫାଇଟରେ ଟିମ ଇଣ୍ଡିଆର ନୂଆ କୀର୍ତ୍ତମାନ । ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ନେବାରେ ଅଷ୍ଟ୍ରେଲିଆକୁ ଛାଡ଼ିଲା ପଛରେ । ଅଧିକ ପଢନ୍ତୁ

highest wickets in single edition
highest wickets in single edition
author img

By ETV Bharat Odisha Team

Published : Nov 19, 2023, 8:27 PM IST

ଅହମ୍ମଦାବାଦ: ବିଶ୍ବର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜାରି ରହିଛି ଫାଇନାଲ ଫାଇଟ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେଉଛି ମହା ଲଢେଇ । ୨୦୨୩ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ବୋଲର ଉତ୍କୃଷ୍ଟ ପ୍ରଦର୍ଶନ କରିଛନ୍ତି । ତେବେ ଷ୍ଟାର ବୋଲର ମହମ୍ମଦ ଶାମି ନିଜ ପ୍ରଥମ ଓଭରରେ କମାଲ କରିଥିବା ବେଳେ ବୁମରାହ ମଧ୍ୟ ପ୍ରଥମ ପାୱାର ପ୍ଲେରେ ଦମଦାର ପ୍ରଦର୍ଶନ ସାଙ୍ଗକୁ ୨ଟି ୱିକେଟ ନେଇଛନ୍ତି । ଏହାରି ସହିତ ଇଣ୍ଡିଆନ ଟିମ ନାଁରେ ଯୋଡ଼ି ହୋଇଛି ନୂଆ କୀର୍ତ୍ତିମାନ । ଭାରତ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ ନେବାରେ ଅଷ୍ଟ୍ରେଲିଆକୁ ପଛରେ ପକାଇଛି ।

ଅଷ୍ଟ୍ରେଲିଆ ୨୦୦୭ ବିଶ୍ବକପରେ ସର୍ବାଧିକ ୯୭ଟି ୱିକେଟ ନେଇଥିଲା । ଫାଇନାଲ ଫାଇଟର ଦ୍ବିତୀୟ ଇନିଂସର ଆରମ୍ଭରେ ବୁମରାହ ଓ ଶାମି ଯୋଡ଼ି ଅଷ୍ଟ୍ରେଲିଆ ବ୍ୟାଟରଙ୍କ ଉପରେ ଚାପ ପକାଇଥିଲେ । ବ୍ୟାଟିଂ ୟୁନିଟକୁ ନିଜ କବଜାକୁ ଆଣିଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଷ୍ଟାର ପେସର ମହମ୍ମଦ ଶାମି କିଛି ମ୍ୟାଚ୍‌ ପରେ ସ୍କ୍ବାଡରେ ସ୍ଥାନ ପାଇଥିଲେ ସୁଦ୍ଧା ରେକର୍ଡ କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ତାଙ୍କୁ ଦଳରେ ସାମିଲ କରାଯାଇଥିଲା । ପ୍ରଥମ ମ୍ୟାଚ୍‌ରେ ହିଁ ଶାମି କମାଲ କରିଥିଲେ । ଏଯାବତ ସେ ମୋଟ ୨୪ଟି ୱିକେଟ ନେଇ ସର୍ବାଧିର ୱିକେଟ ତାଲିକାର ଶୀର୍ଷରେ ରହିଛନ୍ତି ।

ଏହା ବି ପଢନ୍ତୁ- ବିଶ୍ବକପ ଫାଇନାଲ ୨୦୨୩: ପାୱାର ପ୍ଲେରେ ବୁମରାହଙ୍କ ଜବରଦସ୍ତ ବୋଲିଂ, ନେଲେ ୨ ୱିକେଟ

ସୂଚନା ଥାଉ କି ଆଜି ଫାଇନାଲ ମ୍ୟାଚ ପ୍ରଥମ ପାୱାର ପ୍ଲେରେ ବୁମରାହ ମୋଟ ୫ ଓଭର ବୋଲିଂ କରିଥିବା ବେଳେ ୨ଟି ମେଡେନ ଓଭର ମଧ୍ୟ ଦେଇଥିଲେ । ସେ ମୋଟ ୨୧ ରନ୍‌ ଦେବା ସହ ୨ଟି ୱିକେଟ ନେଇଥିଲେ । ଏହାସହିତ ସେ ୭ଟି ୱିକେଟ ମଧ୍ୟ ନେଇଛନ୍ତି । ପାୱାର ପ୍ଲେରେ ବୁମରାହଙ୍କର ଆଭରେଜ ଇକୋନୋମି ରେଟ୍‌ ୨୨.୨୯ ରହିଛି । ତେବେ ଏଯାବତ ଟୁର୍ଣ୍ଣାମେଣ୍ଟର ୧୧ ମ୍ୟାଚ୍‌ରେ ୨୯ ବର୍ଷୀୟ ଭାରତୀୟ ଷ୍ଟାର ବୋଲର ବୁମରାହ ମୋଟ ୨୦ଟି ୱିକେଟ ନେଇଛନ୍ତି ।

ଏହା ବି ପଢନ୍ତୁ- ବିଶ୍ବକପ୍‌ ୨୦୨୩ ଫାଇନାଲ୍‌: ସେମି ଓ ଫାଇନାଲ୍‌ରେ ଲଗାତାର ଅର୍ଦ୍ଧଶତକ, କୋହଲି ପ୍ରଥମ ଭାରତୀୟ

ସେପଟେ ଭାରତର ଏହି ଟୁର୍ଣ୍ଣାମେଣ୍ଟରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବଡ଼ ଭୂମିକା ରହିଛି । ଜାଡେଜା ୧୬ଟି ୱିକେଟ ନେଇଛନ୍ତି । ତେବେ ସ୍ପିନର କୁଲଦୀପ ଯାଦବ ମଧ୍ୟ ୧୫ ୱିକେଟ ନେଇଛନ୍ତି । ଅନ୍ୟପଟେ ଏଯାବତ ମହମ୍ମଦ ଶାମି ଚଳିତ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୨୪ଟି ୱିକେଟ ନେଇଛନ୍ତି । ଇଣ୍ଡିଆନ ଟିମର ଏହି କୀର୍ତ୍ତିମାନରେ ଶାମିଙ୍କ ମଧ୍ୟ ବଡ଼ ଅବଦାନ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.