ETV Bharat / sports

World Cup 2023: କିରଣ ମୋରେଙ୍କ ଭବିଷ୍ୟବାଣୀ, କହିଲେ ବୋଲର ନିଭାଇବେ ଗୁରୁତ୍ବପୂର୍ଣ୍ଣ ଭୂମିକା

author img

By ETV Bharat Odisha Team

Published : Oct 3, 2023, 11:47 AM IST

Updated : Oct 3, 2023, 12:34 PM IST

ଆଇସିସି କ୍ରିକେଟ ବିଶ୍ବକପକୁ ଆଉ ମାତ୍ର ଗୋଟିଏ ଦିନ । ଅକ୍ଟୋବର 5 ତାରିଖରୁ ଆରମ୍ଭ ହୋଇଯିବ ବ୍ୟାଟ ବଲର ମହାଯୁଦ୍ଧ । ଭାରତୀୟ ଦଳକୁ ନେଇ କ'ଣ କହିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର କିରଣ ମୋରେ, ଜାଣିବାକୁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

kiran more interview
kiran more on indian cricket team

କୋଲକାତା: ବଲ ବ୍ୟାଟର ମହାଯୁଦ୍ଧ କ୍ରିକେଟ ବିଶ୍ବକପକୁ ଆଉ ମାତ୍ର ମଝିରେ ଗୋଟିଏ ଦିନ । 10 ଦଳ ମଧ୍ୟରେ ଆରମ୍ଭ ହେବ ମୁକାବିଲା । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିିଛି । ଅକ୍ଟୋବର 5 ତାରିଖରୁ ଆରମ୍ଭ ହେବ କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 । ଘରୋଇ ମାଟିରେ ତୃତୀୟ ଥର ବିଶ୍ବ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଭାରତ । ଦଳ ଶକ୍ତି ସମାର୍ଥ୍ୟ ନେଇ ପୂର୍ବତନ ଭାରତୀୟ କ୍ରିକେଟର କିରଣ ମୋରେ ଭବିଷ୍ୟବାଣୀ କରିଛନ୍ତି । ଭାରତୀୟ ଦଳ ସେମିଫାଇନାଲରେ ପହଞ୍ଚିବା ନିଶ୍ଚିତ ଏବଂ ବୋଲର ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି କହିଛନ୍ତି କିରଣ ।

ଭାରତ ପାଇଁ ଖେଳିଥିବା ପୂର୍ବତନ କ୍ରିକେଟର କରିଣ ମୋରେ ଇଟିଭି ଭାରତକୁ ସାକ୍ଷାତକାର ଦେଇ କହିଛନ୍ତି, ''ଆମ ପାଖରେ ସବୁଠୁ ଭଲ ଦଳ ଅଛି । ଏସିଆ କପରେ ବାଂଲାଦେଶ ବିପକ୍ଷ ମୁକାବିଲାରେ ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ଭାରତର ଅଭିଜ୍ଞ ସ୍ପିନର ଅଶ୍ବିନୀଙ୍କୁ ସ୍ଥାନ ମିଳିଛି । ଫଳରେ ଭାରତୀୟ ଦଳ ଅଧିକ ସନ୍ତୁଳିତ ହୋଇଛି । ଆମ ଟିମରେ ଭଲ ସନ୍ତୁଳନ ଅଛି । ଦଳର ପ୍ଲସ ପଏଣ୍ଟ ଏହା କି ଆମ ପାଖରେ ଥିବା ବୋଲର ଯିଏକି ୱିକେଟ ଅକ୍ତିଆର କରିପାରିବେ । ସମସ୍ତେ ଆହତ ସମସ୍ୟାକୁ ପଛରେ ପକାଇ ଧମାଲ ମଚାଇବାକୁ ପ୍ରସ୍ତୁତ ଅଛନ୍ତି । କେବଳ ଗୋଟିଏ ଜିନିଷ ଜରୁରୀ ତାହା ହେଉଛି ଲୟ । ସମସ୍ତ ଭାରତୀୟ ଖେଳାଳି ବିଶ୍ବକପ ପାଇଁ ପ୍ରସ୍ତୁତ ଅଛନ୍ତି ।''

ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କିରଣ ମୋରେ ଆହୁରି କହିଛନ୍ତି, '' ମେନ ଇନ ବ୍ଲ୍ୟୁ ପାଇଁ ବ୍ୟାଟର ସର୍ବଦା ମଜବୁତ ପକ୍ଷ ହୋଇଛନ୍ତି । ମାତ୍ର ଏଥର ଭାରତର ବୋଲର ଆରମ୍ଭରୁ ଘାତକ ସାବ୍ୟସ୍ତ ହେବେ । ଭାରତ ପାଖରେ ଜବରଦସ୍ତ ବୋଲିଂ ୟୁନିଟ ରହିଛି । ପ୍ରଥମ 10 ଓଭରରୁ ମିଡଲ ଓଭର ଏବଂ ଶେଷରେ ଡେଥ ଓଭର ସମସ୍ତେ ୱିକେଟ ଅକ୍ତିଆର କରିବାକୁ ଦକ୍ଷ । ରବିନ୍ଦ୍ର ଜାଡେଜାଙ୍କ ଛଡା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଜଣେ ଭଲ ୱିକେଟ ଟେକର । କୂଳଦୀପ ଯାଦବଙ୍କ ଘାତକ ବୋଲିଂ ନିଶ୍ଚୟ ବିପର୍ଯ୍ୟୟ ଘଟାଇବ ।''

ବିଶ୍ବକପକୁ ନେଇ ଭାରତୀୟ ଦଳ ପାଖରେ ସବୁଠୁ ଭଲ କଥା ହେଉଛି ଖେଳାଳି ଅନେକ ଦିନିକିଆ ଏବଂ ଟି-20 ଖେଳିଛନ୍ତି ଏବଂ ସମସ୍ତେ ଅନୁଭବୀ । ଏହାଛଡା ସେମାନେ ଟେଷ୍ଟ କ୍ରିକେଟ ମଧ୍ୟ ଖେଳିଛନ୍ତି । ମୋତେ ଲାଗୁଛି ଭାରତୀୟ ଦଳ ଏକ ସୁନ୍ଦର ସନ୍ତୁଳିତ ଦଳ । ଭାରତ ନିଶ୍ଚିନ୍ତ ସେମିଫାଇନାଲରେ ପହଞ୍ଚିବ । ଅନ୍ୟ ଦଳ ତୁଳନାରେ ଭାରତ ବହୁତ ଆଗରେ ରହିଛି । ମଜବୁଜ ବ୍ୟାଟିଂ ଓ ବୋଲିଂ ବ୍ୟତୀତ କୂଳଦୀପ ଯାଦବଙ୍କ ପାଇଁ ଭାରତ ପାଖରେ ଶକ୍ତିଶାଳୀ ସ୍ପିନ ବିଭାଗ ରହିଛି ବୋଲି କହିଛନ୍ତି ପୂର୍ବତନ କ୍ରିକେଟର କରିଣ ମୋରେ ।

ଏହା ବି ପଢନ୍ତୁ...Cricket World Cup 2023: ଟ୍ରଫି ଉଠାଇବା ପାଇଁ ଭାରତ ଏକ ଶକ୍ତିଶାଳୀ ପ୍ରତିଦ୍ବନ୍ଦ୍ବୀ କହିଲେ ଦୀନେଶ ଲାଡ

ଏହା ବି ପଢନ୍ତୁ...Asian Games 2023: ଯଶ୍ବସୀଙ୍କ ଧୂଆଁଧାର ଶତକ, ନେପାଳକୁ 23 ରନରେ ହରାଇ ସେମିରେ ଭାରତ

ପ୍ରକଶ ଥାଉ କି, ଅକ୍ଟୋବର 5 ତାରିଖରୁ ବିଶ୍ବକପ ଆରମ୍ଭ ହେବ । 10ଟି ଦଳ 10ଟି ଭେନ୍ୟୁରେ ମୋଟ 48ଟି ମ୍ୟାଚ ଖେଳାଯିବ । ଭାରତ ଅକ୍ଟୋବର 8 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ନଭେମ୍ବର 19 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯିବ । ଘରୋଇ ମାଟିର ଫାଇଦା ନେଇ ତୃତୀୟ ଥର ଚମ୍ପିଆନ ହେବାକୁ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

Last Updated : Oct 3, 2023, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.