ETV Bharat / sports

Women's World Cup 2022: ଶନିବାର ଅପରାଜେୟ ଅଷ୍ଟ୍ରେଲିଆକୁ ଭେଟିବ ଟିମ ଇଣ୍ଡିଆ - ମହିଳା ଦିନିକିଆ ବିଶ୍ବକପ ୨୦୨୨

ଚଳିତ ମହିଳା ବିଶ୍ବକପରେ ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଖେଳିବ ଭାରତୀୟ ଟିମ । ଏଯାବତ ୪ଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ ଓ ଦୁଇଟିରେ ପରାସ୍ତ ହୋଇଥିବା ମିତାଲି ରାଜଙ୍କ ଟିମ ପାଇଁ ଆଗାମୀ ମ୍ୟାଚ୍‌ ଆହ୍ବାନପୂର୍ଣ୍ଣ ହେବ । ଅଧିକ ପଢନ୍ତୁ

Women's World Cup 2022: Inconsistent India to face unstoppable Australia
ଶନିବାର ଅପରାଜେୟ ଅଷ୍ଟ୍ରେଲିଆକୁ ଭେଟିବ ଟିମ ଇଣ୍ଡିଆ
author img

By

Published : Mar 18, 2022, 10:57 PM IST

ଅକଲାଣ୍ଡ(ନ୍ୟୁଜିଲାଣ୍ଡ): ଚଳିତ ମହିଳା ବିଶ୍ବକପରେ ଶନିବାର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲା ଖେଳିବ ଭାରତୀୟ ଟିମ । ଏଯାବତ ୪ଟି ମ୍ୟାଚ୍‌ ଖେଳି ଦୁଇଟି ବିଜୟ ଓ ଦୁଇଟିରେ ପରାସ୍ତ ହୋଇଥିବା ମିତାଲି ରାଜଙ୍କ ଟିମ ପାଇଁ ଆଗାମୀ ମ୍ୟାଚ୍‌ ଆହ୍ବାନପୂର୍ଣ୍ଣ ହେବ । କାରଣ ଚଳିତ ଟୁର୍ନାମେଣ୍ଟରେ ଏଯାବତ ଅପରାଜେୟ ଥିବା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ ଭାରତ ।

ଶୀର୍ଷ ୪ଟି ସ୍ଥାନ ମଧ୍ୟରେ ରହି ସେମିଫାଇନାଲ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିବା ଭାରତ ପାଇଁ ଏହି ମ୍ୟାଚ୍‌ କର ବା ମର ସଦୃଶ ହୋଇଛି । ଏହି ମ୍ୟାଚ୍‌ ମଧ୍ୟ ଭେଟେରାନ ଭାରତୀୟ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀଙ୍କ ପାଇଁ ୨୦୦ତମ ଦିନିକିଆ ମ୍ୟାଚ୍‌ ହେବ ।

ତେବେ ଅଷ୍ଟ୍ରେଲିଆ ସପକ୍ଷରେ ବିଜୟ ପ୍ରତିଶତ ରହିଛି । ୨୦୧୭ ମହିଳା ବିଶ୍ବକପ ସେମିଫାଇନାଲରେ ଭାରତ ଠାରୁ ପରାସ୍ତ ହେବାପରେ ଅଷ୍ଟ୍ରେଲିଆ ଏଯାବତ ମାତ୍ର ୨ଟି ମ୍ୟାଚ୍‌ରେ ପରାସ୍ତ ହୋଇଥିବାବଳେ ୩୫ଟିରେ ବିଜୟୀ ହୋଇଛନ୍ତି । ମେଗ ଲାନିଙ୍ଗଙ୍କ ନେତୃତାଧୀନ କଙ୍ଗାରୁ ଟିମ ଗତବର୍ଷ ଏକ ଦିନିକିଆ ମ୍ୟାଚ୍‌ ଭାରତ ଠାରୁ ହାରିଥିଲା । ଫଳରେ ଏହି ମ୍ୟାଚ୍‌ ରୋମାଞ୍ଚକର ହେବାନେଇ ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.