ETV Bharat / sports

Women's WC: ଉଦ୍‌ଘାଟନୀ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ବିଜୟୀ - ମହିଳା କ୍ରିକେଟ ବିଶ୍ବକପ ୨୦୨୨

ମହିଳା ODI ବିଶ୍ବକପ 2022ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ନ୍ୟୁଜିଲାଣ୍ଡ ବିପକ୍ଷରେ ୱେଷ୍ଟଇଣ୍ଡିଜର ରୋମାଞ୍ଚକର ବିଜୟ । ଅଧିକ ପଢନ୍ତୁ

Women's WC: Dottin's last over heroic help WI defeat NZ in opening game
ମହିଳା କ୍ରିକେଟ ବିଶ୍ବକପ ଆରମ୍ଭ, ଉଦ୍‌ଘାଟନୀ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ବିଜୟୀ
author img

By

Published : Mar 4, 2022, 4:17 PM IST

ମାଉଣ୍ଟ ମାଉଙ୍ଗନୁଇ(ନ୍ୟୁଜିଲାଣ୍ଡ): ଆରମ୍ଭ ହୋଇସାରିଛି ମହିଳା ODI ବିଶ୍ବକପ 2022 । ଶୁକ୍ରବାର ଓଭାଲର ମାଉଣ୍ଟ ମାଉଙ୍ଗନୁଇରେ ଖେଳାଯାଇଥିବା ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ନ୍ୟୁଜିଲାଣ୍ଡକୁ ହରାଇଛି ୱେଷ୍ଟଇଣ୍ଡିଜ । ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ଭାବେ ଶେଷ ହୋଇଛି । ପ୍ରଥମ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୨୫୯ ରନ୍‌ ସଂଗ୍ରହ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ ୨୫୬ ରନ୍‌ କରିବାକୁ ସମର୍ଥ ହୋଇଥିଲା । ବ୍ୟାଟର ହେଲି ମାଥ୍ୟୁସଙ୍କ ଶତକୀୟ ଇଂନିସ ଓ ବୋଲର ଡିନ୍ଦ୍ରା ଡଟିନଙ୍କ ଘାତକ ବୋଲିଂ ବଳରେ ଶେଷ ଓଭରରେ ମାତ୍ର ୩ ରନ୍‌ରେ ବିଜୟୀ ହୋଇଥିଲା ୱେଷ୍ଟଇଣ୍ଡିଜ ।

ମାଥ୍ୟୁସ ୧୧୯ ରନ୍‌ର ମାରାଥନ ଇଂନିସ ଖେଳିଥିଲେ ଅନ୍ୟପଟେ ଡଟିନ ଶେଷ ଓଭରରେ ଦୁଇଟି ଗୁରୁତ୍ବପୂର୍ଣ୍ଣ ୱିକେଟ ହାସଲ କରି ଟିମର ବିଜୟରେ ପ୍ରମୁଖ ଭୁମିକା ନିଭାଇଥିଲେ ।

ଏହାମଧ୍ୟ ପଢନ୍ତୁ: IND VS SL: ଟେଷ୍ଟ କ୍ରିକେଟରେ କୋହଲିଙ୍କ ୮୦୦୦ ରନ୍‌ ପୂରଣ

୨୬୦ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ନ୍ୟୁଜିଲାଣ୍ଡକୁ ଆରମ୍ଭରୁ ଓପନର ସୁଜି ବେଟ୍‌ସଙ୍କ ଭାବରେ ପ୍ରାରମ୍ଭିକ ଝଟକା ଲାଗିଥିଲା । ମାତ୍ର ୩ ରନ୍‌ରେ ଆଉଟ୍‌ ହୋଇ ପାଭିଲିଅନ ଫେରିଥିଲେ ବେଟ୍‌ସ ଫଳରେ ୧୪ ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା କିୱି ଟିମ । କ୍ୟାପେଟନ ସୋଫି ଡେଭିନ ଆମେଲିଆ କେରଙ୍କ ସହ ମିଶି ଇଂନିସକୁ ଆଗକୁ ବଢାଇଥିଲେ । ପରେ୧୦୪ ରନ୍‌ର ଦମଦାର ଇଂନିସ ଖେଳି ମାଥ୍ୟୁଙ୍କ ଶିକାର ହୋଇଥିଲେ ସୋଫି ।

୪୫ତମ ଓଭରରେ ୨୧୫ ରନ୍‌ରେ ୭ ୱିକେଟ ହରାଇ ବିଜୟ ନିକଟତର ହୋଇଥିଲେ ଘରୋଇ ନ୍ୟୁଜିଲାଣ୍ଡ । ଶେଷ ଓଭରରେ ବିଜୟ ପାଇଁ ୬ ରନ୍‌ ଆବଶ୍ୟକ କରୁଥିଲା ଟିମ । ମାତ୍ର ଇଣ୍ଡିଜ ପାଇଁ ଶେଷ ଓଭର ବୋଲିଂ କରିଥିବା ଡଟିନ ତିନୋଟି ୱିକେଟ ଅକ୍ତିଆର କରିବା ସହ ୩ ରନ୍‌ରେ ଟିମକୁ ବିଜୟୀ କରାଇଥିଲେ ।

ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ ୨୫୯/୯(ହେଲି ମାଥ୍ୟୁସ ୧୧୯, ଚିଡିନ ନେଟନ ୩୬; ଲି ତାହୁହୁ ୩-୫୭) ବନାମ ନ୍ୟୁଜିଲାଣ୍ଡ ୨୫୬/୧୦(ସୋଫି ଡେଭିନ ୧୦୮, କାଟେ ମାର୍ଟିନ ୪୪; ଡିନ୍ଦ୍ରା ଡଟିନ ୨-୨) ।

ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.