ETV Bharat / sports

IND vs AUS Womens 2nd T20I: ସୁପର ଓଭରରେ ଭାରତ ବିଜୟୀ - Team India beat Australia

ସୁପର ଓଭରରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଟିମ୍ ଇଣ୍ଡିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି୨୦ ସିରିଜର ଏବେ ୧-୧ରେ ବରାବର ରହିଛି । ଅଧିକ ପଢନ୍ତୁ

INDvsAUS Womens 2nd T20I: ସୁପର ଓଭରରେ ଭାରତ ବିଜୟୀ

author img

By

Published : Dec 11, 2022, 10:55 PM IST

ମୁମ୍ବାଇ : ଦ୍ବିତୀୟ ଟି୨୦ରେ ଭାରତ ବିଜୟୀ । ସୁପର ଓଭରରେ ଅଷ୍ଟ୍ରେଲିଆକୁ ପରାସ୍ତ କଲା ଟିମ୍ ଇଣ୍ଡିଆ । ସୁପର ଓଭରରେ ଭାରତ ପ୍ରଥମେ ବ୍ୟାଟିଂ କରି ଗୋଟିଏ ୱିକେଟ ହରାଇ ୨୦ ରନ କରିଥିଲା । ଅଷ୍ଟ୍ରେଲିଆ ସୁପର ଓଭରରେ ଗୋଟିଏ ୱିକେଟ ହରାଇ ୧୬ ରନ କରିଥିଲା । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ଟି୨୦ ସିରିଜ ଏବେ ୧-୧ରେ ବରାବର ରହିଛି ।

ମହିଳା କ୍ରିକେଟ ଭାରତ ବନାମ ଅଷ୍ଟ୍ରେଲିଆର ଦ୍ବିତୀୟ ଟି୨୦ ମ୍ୟାଚ୍ ପ୍ରଥମେ ଟାଇ ହୋଇଥିଲା । ଆଜି(ରବିବାର) ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ଗୋଟିଏ ୱିକେଟ ହରାଇ ୧୮୭ ରନ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୮୭ ରନ କରିଥିଲା । ଏହା ପରେ ସୁପର ଓଭର ଖେଳାଯାଇଥିଲା । ଓପନର ସ୍ମୃତି ମାନ୍ଧନା ଧୂଆଁଧାର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ।

୧୮୮ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଭାରତ । ଷ୍ଟାର ବ୍ୟାଟର ସ୍ମୃତି ମାନ୍ଧନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦଳୀୟ ସ୍କୋର ୧୮୭ ଛୁଇଁ ସଫଳ ହୋଇଥିଲା । ପ୍ରାରମ୍ଭରୁ ଓପନିଂ ଯୋଡି କମାଲ କରିଥିଲେ । ଉଭୟ ଦଳୀୟ ଖାତାରେ ୭୬ ରନ ଯୋଡ଼ିଥିଲେ । ସେଫାଳି ବର୍ମା ୨୩ ବଲରୁ ୪ ଟି ଚୌକା ଓ ଗୋଟିଏ ଛକା ସହିତ ୩୪ ରନ କରି ଆଉଟ ହୋଇଥିଲେ । ମୈଦାନରେ ଲଢୁଆ ବ୍ୟାଟିଂ ଜାରି ରଖିଥିଲେ ସ୍ମୃତି ମାନ୍ଧନା । ସେ ୪୯ ବଲରୁ ୯ଟି ଚୌକା ଓ ୪ଟି ଛକା ସହିତ ୭୯ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି ହରମନପ୍ରୀତ କୌର ୨୧ ରନ୍‌, ଜେମିମା ରେଡ୍ରିଗସ ୪ ରନ, ଦୀପ୍ତି ଶର୍ମା ୨ ରନ କରି ଆଉଟ ହୋଇଥିଲେ । ରିଚା ଘୋଷ ଓ ଦେବିକା କ୍ରମଶଃ ୨୬ ଓ ୧୧ ରନ୍‌ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆର ହିଥର ଗ୍ରାହମ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଆଲାନା କିଙ୍ଗ ଓ ସୁଥର ଲାଣ୍ଡ ଗୋଟିଏ ୱିକେଟ ନେଇଥିଲେ ।

ବ୍ୟାଟିଂ ଆମନ୍ତ୍ରଣ ପାଇ ପଡିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ । ଆରମ୍ଭରୁ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଚମତ୍କାର ବ୍ୟାଟିଂ କରିଥିଲେ । ଅଧିନାୟିକା ଅଲିଶା ହେଲୀ ୨୫ ରନ କରି ଆଉଟ ହୋଇଥିଲେ । ବେଥ୍ ମୁନୀ ୫୪ ବଲରୁ ୧୩ ଚୌକା ବଳରେ ୮୨ ରନ୍‌ର ପାଳି ଖେଳିଥିଲେ । ସେହିପରି ତାହିଲା ମ୍ୟାକଗ୍ରାଥ୍ ୫୧ ବଲରୁ ୧୦ଟି ଚୌକା ଓ ଗୋଟିଏ ଛକା ସହିତ ୭୦ ରନର ପାଳି ଖେଳିଥିଲେ । ସିରିଜ୍‌ର ତୃତୀୟ ଟି୨୦ ମ୍ୟାଚ୍ ଡିସେମ୍ବର ୧୪ ତାରିଖରେ ଖେଳାଯିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.