ETV Bharat / sports

ଆସନ୍ତାବର୍ଷ ମାର୍ଚ୍ଚରେ ହୋଇପାରେ ମହିଳା IPL - ମହିଳା ଆଇପିଏଲର ପ୍ରଥମ ସଂସ୍କରଣ

ଭାରତରେ ମହିଳା ଆଇପିଏଲ ଅନୁଷ୍ଠିତ ହେବା ନେଇ ବିସିସିଆଇ ପକ୍ଷରୁ ଗ୍ରୀନ ସିଗନାଲ ମିଳିସାରିଛି । ଆସନ୍ତାବର୍ଷ ମାର୍ଚ୍ଚରେ ମହିଳା IPLର ପ୍ରଥମ ସଂସ୍କରଣ ଖେଳାଯିବା ନେଇ ସମ୍ଭାବନା ରହିଛି । ଅଧିକ ପଢନ୍ତୁ

ଆସନ୍ତାବର୍ଷ ମହିଳା IPLର ପ୍ରଥମ ସଂସ୍କରଣ !
ଆସନ୍ତାବର୍ଷ ମହିଳା IPLର ପ୍ରଥମ ସଂସ୍କରଣ !
author img

By

Published : Oct 20, 2022, 11:39 AM IST

ହାଇଦ୍ରାବାଦ: ଭାରତରେ ମହିଳା ଆଇପିଏଲ ଅନୁଷ୍ଠିତ ହେବାନେଇ ଗ୍ରୀନ ସିଗନାଲ ମିଳିସାରିଛି । ଆସନ୍ତାବର୍ଷ ମାର୍ଚ୍ଚରେ ମହିଳା IPLର ପ୍ରଥମ ସଂସ୍କରଣ ଖେଳାଯିବା ନେଇ ସମ୍ଭାବନା ରହିଛି । ଭାରତୀୟ କ୍ରିକେଟ ବୋର୍ଡର ୯୧ ତମ ବାର୍ଷିକ ସାଧାରଣ ବୈଠକରେ(BCCI AGM) ଏନେଇ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ବୋର୍ଡର ନବ ନିଯୁକ୍ତ ଉପସଭାପତି ରାଜୀବ ଶୁକ୍ଲା ଏନେଇ ସୂଚନା ଦେଇଛନ୍ତି ।

ବିସିସିଆଇ ଉପସଭାପତି ରାଜୀବ ଶୁକ୍ଲା କହିଛନ୍ତି ଯେ, "ମହିଳା ଇଣ୍ଡିଆନ ପ୍ରିମିୟର ଲିଗ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଆଇପିଏଲ ପରିଚାଳନା ପରିଷଦକୁ ଅନ୍ତିମ ବିବରଣୀ ଦେବାକୁ କୁହାଯାଇଛି । ଫ୍ରାଞ୍ଚାଇଜ ନିଲାମୀ ଏବଂ ଅନ୍ୟ ସମସ୍ତ କାର୍ଯ୍ୟ ଉପରେ ଏହା ପରେ ନିଷ୍ପତ୍ତି ନିଆଯିବ । ମହିଳା ଆଇପିଏଲ ନେଇ ବିସିସିଆଇର ଗ୍ରୀନ ସିଗନାଲ ମିଳିବା ପରେ WIPL ପାଇଁ ନିଲାମୀ ପ୍ରକ୍ରିୟା ବର୍ଷ ୨୦୨୨ ରେ ଶେଷ ଆଡକୁ ହେବାର ଆଶା କରାଯାଉଛି । ମିଡିଆ ରିପୋର୍ଟ ଅନୁଯାୟୀ, ୧୦ ଆଇପିଏଲ ଫ୍ରାଞ୍ଚାଇଜ ମଧ୍ୟରୁ ୬ଟି ଫ୍ରେଞ୍ଚାଇଜ WIPL ଟିମ କିଣିବା ନେଇ ଆଗ୍ରହ ଦେଖାଇଛନ୍ତି । ତେବେ ମହିଳା ଆଇପିଏଲର ଉଦ୍‌ଘାଟନ ସଂସ୍କରଣରେ ୫ଟି ଦଳକୁ ନେଇ ଆୟୋଜନ କରାଯିବ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିରେ ୫ ଜଣ ବିଦେଶୀ ଖେଳାଳି ରହିବେ । ସଦସ୍ୟ ରାଷ୍ଟ୍ରରୁ ୪ ଜଣ ଏବଂ ଆସୋସିଏଟ ରାଷ୍ଟ୍ରରୁ ଜଣକୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦିଆଯିବ । ପ୍ରତ୍ୟେକ ଦଳ ୧୮ ଖେଳାଳିଙ୍କୁ ନେଇ ଗୋଟିଏ ଟିମ ପ୍ରସ୍ତୁତ କରିପାରିବ । ଯେଉଁଥିରେ ୬ ବିଦେଶୀ ଖେଳାଳି ସାମିଲ ହୋଇପାରିବେ ।

ମହିଳା ଆଇପିଏଲର ଉଦ୍‌ଘାଟନୀ ସଂସ୍କରଣରେ ପ୍ରାୟ ୬୦ ଭାରତୀୟ ଖେଳାଳୀଙ୍କୁ ଚୟନ କରାଯିବାର ଯୋଜନା ରହିଛି । ବୋର୍ଡକୁ ଏବେ ଖେଳାଳି ନିଲାମୀ ନେଇ ନିଷ୍ପତ୍ତି ଗ୍ରହଣ କରିବାର ଅଛି । ଲିଗ ପର୍ଯ୍ୟାୟରେ ଗୋଟିଏ ଦଳ ପରସ୍ପରକୁ ଦୁଇ ଥର ଭେଟିବେ । ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଥିବା ଦଳ ଫାଇନାଲ ପାଇଁ ସିଧାସଳଖ ପ୍ରବେଶ କରିପାରିବ । ସେହିପରି ଦ୍ବିତୀୟ କିମ୍ବା ତୃତୀୟ ସ୍ଥାନରେ ରହିଥିବା ଦଳ ଏଲିମିନେଟର ମ୍ୟାଚ୍‌ ଖେଳିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.