ETV Bharat / sports

IndW vs BanW 3nd ODI: ମ୍ୟାଚ ଟାଇ, ଟ୍ରଫି ବାଣ୍ଟିଲେ ଭାରତ-ବାଂଲାଦେଶ - India vs Bangladesh

ଘରୋଇ ବାଂଲାଦେଶ ଓ ଭାରତ ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ ଟାଇ ହୋଇଛି ଫଳରେ ଟ୍ରଫି ବାଣ୍ଟିଛନ୍ତି ଦୁଇ ଦଳ । ଅଧିକ ପଢନ୍ତୁ

IndW vs BanW 3nd ODI
ଭାରତ ବନାମ ବାଂଲାଦେଶ
author img

By

Published : Jul 23, 2023, 8:48 AM IST

ଢାକା: ଭ୍ରମଣକାରୀ ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ ଡ୍ର ହୋଇଛି । ନାଟକୀୟ ଭାବେ ମହିଳା ଭାରତୀୟ ଦଳ ଶେଷ ଓଭରରେ 3 ରନ କରି ସିରିଜକୁ 1-1ରେ ବରାବର କରିଥିଲା । ଫଳରେ ତୃତୀୟ ଦିନିକିଆ ଡ୍ର ରହିଥିଲା । ଉଭୟ ଦଳ ଟ୍ରଫି ଭାଗ କରିଛନ୍ତି । ଭାରତର ହର୍ଲିନ ଦେଓଲ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ବାଂଲାଦେଶ । ଫରଗନାଙ୍କ ଶତକ ବଳରେ ବାଂଲାଦେଶ 4 ୱିକେଟ ହରାଇ 225 ରନ କରିଥିଲା । ଦଳୀୟ ସ୍କୋର 93ରେ ସମିମା ସୁଲତାନଙ୍କ ୱିକେଟ ପତନ ହୋଇଥିଲା । ସ୍ନେହ ରଣାଙ୍କ ଶିକାର ହୋଇଥିଲେ ସମିମା । 40ତମ ଓଭରରେ ନିଗାରଙ୍କୁ ଆଉଟ କରିଥିଲେ ସ୍ନେହ । ପରେ ପରେ ଦଳୀୟ ସ୍କୋର 169ରେ ରିତୁ ମୋନି 2 ରନ କରି ଆଉଟ ହୋଇଥିଲେ । 49ତମ ଓଭରରେ ଫରଗନା 107 କରି ସେଫାଳିଙ୍କ ଶିକାର ହୋଇଥିଲେ । ବାଂଲାଦେଶର ସମିମା ସୁଲତାନା 52, ନିଗାର ସୁଲତାନା 24, ଫରଗନା 107 ରନ ଆଉଟ କରିଥିଲେ । ଶୋଭନା ଅପରାଜିତ 23 ରନ କରିଥିଲେ । ଭାରତ ପକ୍ଷରୁ ସ୍ନେହ ରଣା 45 ରନ ଦେଇ 2ଟି ୱିକେଟ ନେଇଥିବା ବେଳେ ଦେବିକା ଗୋଟିଏ ୱିକେଟ ନେଇଥିଲେ ।

ଏହା ବି ପଢନ୍ତୁ...IndW vs BanW 3nd ODI: ଟସ ଜିତି ବ୍ୟାଟିଂ କରୁଛି ବାଂଲାଦେଶ, ସିରିଜ ହାତେଇବା ଲକ୍ଷ୍ୟରେ ଭାରତ

ଏହା ବି ପଢନ୍ତୁ...Emerging Asia Cup Final: ଆଜି ଫାଇନାଲ ଫାଇଟ, ଭାରତ-ଏ ବନାମ ପାକିସ୍ତାନ-ଏ ମହାମୁକାବିଲା

226 ରନର ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ଭାରତ । ଦଳୀୟ ସ୍କୋର 11ରେ ସେଫାଳି ବର୍ମା 4 ରନ କରି ସଅଳ ପାଭିଲିୟନ ଫେରିଥିଲେ । ଏହା ପରେ ୟାସ୍ତିକା ଭାଟିଆ 5 ରନ କରି ଆଉଟ ହୋଇଥିଲେ । ହର୍ଲିନ ଦେଓଲ ଓ ସ୍ମୃତି ମାନ୍ଧନା ବ୍ୟାଟିଂ ଜାରି ରଖିଥିଲେ । 23ତମ ଓଭରରେ ଉପଅଧିନାୟିକା ସ୍ମୃତି ମାନ୍ଧନା ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର 139 ବେଳକୁ ସ୍ମୃତି ମାନ୍ଧନା 85 ବଲରେ 59ରନ କରି ଆଉଟ ହୋଇଥିଲେ । ହର୍ଲିନ ଦେଓଲ ଓ ହର୍ମନପ୍ରୀତ ସ୍ଥିତି ସମ୍ଭାଳି ଖେଳୁଥିଲେ । 33ତମ ଓଭରରେ 14 ରନ କରି ଅଧିନାୟିକା ହର୍ମନପ୍ରୀତ ଆଉଟ ହୋଇଥିଲେ ।

ଭାରତକୁ ଜିତିବାକୁ 53 ରନ ବାକିଥିଲା ଏହି ସମୟରେ ବର୍ଷା ହୋଇଥିଲା । କିଛି ସମୟ ବ୍ରେକ ପରେ ମ୍ୟାଚ ଆରମ୍ଭ ହୋଇଥିଲା । ହର୍ଲିନ ଦେଓଲ 77ରନ କରି ଆଉଟ ହୋଇଥିଲେ । ପରେ ପରେ ଦିପ୍ତୀ ଶର୍ମା 1 ରନ, ଅମନଜୋତ କୌର 10 ରନ, ମେଘନା ସିଂହ 6 ରନ ସ୍ନେହ ରଣା ଓ ଦେବିକା ବୈଦ୍ୟ ଖାତା ଖୋଲି ନପାରି କରି ସଅଳ ପାଭିଲିୟନ ଫେରିଥିଲେ । ଦଳ ସଙ୍କଟରେ ପଡିଯାଇଥିଲା । ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲେ ବି ଶେଷ ଓଭରରେ ଭାରତ 3 ରନ ସଂଗ୍ରେସ କରି ଲକ୍ଷ୍ୟ ହାସଲ କରିନଥିଲେ ବି ସମାନ ସ୍କୋର କରିବାରେ ସଫଳ ହୋଇଥିଲା ଫଳରେ ମ୍ୟାଚ ଟାଇ ରହିଥିଲା । 49.3 ଓଭରରେ ଭାରତ ଅଲଆଉଟ ହୋଇ 225 ରନ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.