ଢାକା: ଭାରତ ଓ ଘରୋଇ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ଟି-ଟ୍ବେଣ୍ଟି ସିରିଜ କବଜା କରିଛି ଭାରତ । ତୃତୀୟ ଟି-ଟ୍ବେଣ୍ଟିରେ ଘରୋଇ ଦଳ ସାନ୍ତ୍ବନା ମୂଳକ ବିଜୟ ହାସଲ କରିଛି । ଭାରତ ପ୍ରଥମ ଓ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ ଜିତି 2-1ରେ ସିରିଜ କବଜା କରିଛି । ବାଂଲାଦେଶ 4 ୱିକେଟରେ ତୃତୀୟ ଟି-ଟ୍ବେଣ୍ଟି ଜିତିଛି । ଅଧିନାୟିକା ହର୍ମନପ୍ରୀତ କୌର ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ । 3ଟି ମ୍ୟାଚରେ ସେ 94 ରନ କରିଥିଲେ ।
-
For scoring 94 runs in 3 matches and leading #TeamIndia to series victory, Captain @ImHarmanpreet is adjudged Player of the Series. 👏👏 #BANvIND pic.twitter.com/d0QPPreU4J
— BCCI Women (@BCCIWomen) July 13, 2023 " class="align-text-top noRightClick twitterSection" data="
">For scoring 94 runs in 3 matches and leading #TeamIndia to series victory, Captain @ImHarmanpreet is adjudged Player of the Series. 👏👏 #BANvIND pic.twitter.com/d0QPPreU4J
— BCCI Women (@BCCIWomen) July 13, 2023For scoring 94 runs in 3 matches and leading #TeamIndia to series victory, Captain @ImHarmanpreet is adjudged Player of the Series. 👏👏 #BANvIND pic.twitter.com/d0QPPreU4J
— BCCI Women (@BCCIWomen) July 13, 2023
ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଅଧିନାୟିକା ହର୍ମନପ୍ରୀତ କୌର । 200ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଥିବ ସ୍ମୃତି ମାନ୍ଧନା ଓ ସେଫାଳି ବର୍ମା ଓପନିଂ କରିଥିଲେ । ମାତ୍ର 7 ରନରେ ଭାରତର ପ୍ରଥମ ୱିକେଟ ପତନ ହୋଇଥିଲା । ସ୍ମୃତି ମାନ୍ଧନା 1 ରନ କରି ସୁଲତାନା ଖାତୁନଙ୍କ ଶିକାର ହୋଇଥିଲେ । ପରେ ସେଫାଳି ବର୍ମା 11 ରନ କରି ଆଉଟ ହୋଇଥିଲେ । 11ତମ ଓଭରରେ ଜେମିମା ରୋଡ୍ରଗ୍ସ 28 ରନ କରି ପାଭିଲିୟନ ଫେରିଥିଲେ । ଭାରତ ଦଳୀୟ ସ୍କୋର 65ରେ 3ଟି ୱିକେଟ ପତନ ହୋଇଥିଲା ।
-
𝗪.𝗜.𝗡.𝗡.𝗘.𝗥.𝗦! 🏆
— BCCI Women (@BCCIWomen) July 13, 2023 " class="align-text-top noRightClick twitterSection" data="
Congratulations #TeamIndia on winning the T20I series 2️⃣-1️⃣ 👏👏#BANvIND pic.twitter.com/MTQqGSLKO2
">𝗪.𝗜.𝗡.𝗡.𝗘.𝗥.𝗦! 🏆
— BCCI Women (@BCCIWomen) July 13, 2023
Congratulations #TeamIndia on winning the T20I series 2️⃣-1️⃣ 👏👏#BANvIND pic.twitter.com/MTQqGSLKO2𝗪.𝗜.𝗡.𝗡.𝗘.𝗥.𝗦! 🏆
— BCCI Women (@BCCIWomen) July 13, 2023
Congratulations #TeamIndia on winning the T20I series 2️⃣-1️⃣ 👏👏#BANvIND pic.twitter.com/MTQqGSLKO2
ହର୍ମନପ୍ରୀତ ସ୍ଥିତି ସମ୍ଭାଳି ଖେଳିଥିଲେ ମାତ୍ର 16ତମ ଓଭରରେ ସେ ବ୍ୟକ୍ତିଗତ 40 ରନ କରି ଆଉଟ ହୋଇଥିଲେ । ଏହା ପରେ ତୁରନ୍ତ ୟାସ୍ତିକା ଭାଟିଆ 12 ରନ କରି ବିଦା ହୋଇଥିଲେ । ପରେ ପରେ ପୂଜା ବସ୍ତ୍ରାକାର 2 ରନ, ଅମନଜୌତ କୌର 2, ମିନ୍ନୁ ମାନି 1 ଓ ଦିପ୍ତୀ ଶର୍ମା 4 ରନ କରି ଆଉଟ ହୋଇଥିଲେ । ନିର୍ଦ୍ଧାରିତ 20 ଓଭରରେ ଭାରତ 9 ୱିକେଟ ହରାଇ 102 ରନ କରିଥିଲା । ବାଂଲାଦେଶ ପକ୍ଷରୁ ରେବୟା ଖାତୁନ 16 ରନ ଦେଇ 3ଟି ୱିକେଟ ଓ ସୁଲତାନ 17 ରନ ଦେଇ 2ଟି ଅକ୍ତିଆର କରିଥିଲେ । ଭାରତ ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚକୁ ଯଥାକ୍ରମେ 7 ଓ 8 ରନରେ ଜିତି ଆଗୁଆ ସିରିଜ କବଜା କରି ସାରିଥିଲା ।
103 ରନ ଛୋଟିଆ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରଥିଲା ଘରୋଇ ଦଳ । ବାଂଲାଦେଶ ଓପନର ସାମିମା ସୁଲତାନଙ୍କ 42ତମ ଉପଯୋଗୀ ଇନିଂସ ପାଇଁ 18.2 ଓଭରରେ 6 ୱିକେଟ ହରାଇ ଟାର୍ଗେଟ ହାସଲ କରି ନେଇଥିଲା । ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଅଧିନାୟିକା ନିଗାର ସୁଲତାନ 14, ସୁଲତାନ ଖାତୁଲ 12 ଓ ନାହିଦା ଅଖତର 10ରନ କରିଥିଲେ । ବୋଲିଂରେ ଭାରତ ପକ୍ଷରୁ ଦେବିକୀ ବୈଦ୍ୟ ଓ ମିନୁ 2ଟି ଲେଖାଏଁ ୱିକେଟ ନେଇଥିଲେ । ସାମିମା ସୁଲତାନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
ଏହା ବି ପଢନ୍ତୁ...India vs Bangladesh 2nd T20: ସେଫାଳି-ଦିପ୍ତୀଙ୍କ କମାଲ, ଆଗୁଆ ସିରିଜ ଜିତିଲା ଭାରତ
ଏହା ବି ପଢନ୍ତୁ...IND VS WI 1st Test: ବାପା-ପୁଅଙ୍କୁ ଆଉଟ କରିବାରେ ଅଶ୍ବିନୀ ପ୍ରଥମ ଭାରତୀୟ
ବାଂଲାଦେଶ ବିପକ୍ଷରେ ଟି-ଟ୍ବେଣ୍ଟି ସିରିଜ ଶେଷ ହୋଇଛି । ଆସନ୍ତା ଜୁଲାଇ 16, 19 ଓ 22 ତାରିଖରେ 3ଟି ଦିନିକିଆ ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ବାଂଲାଦେଶର ମୀରପୁରରେ ଖେଳାଯିବ । ଭାରତ ବାଂଲାଦେଶ ବିପକ୍ଷରେ ସମସ୍ତ ଫର୍ମାଟରେ ବିଜୟୀ ହୋଇ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ।